୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ତିଆରି ସେନା କେମିତି ତାଲିବାନ ଆଗରେ ଆଣ୍ଠେଇ ପଡିଲା ?

କାବୁଲ ଏବେ ତାଲିବାନ କବଜାରେ । ତାଲିବାନ କାବୁଲ ଭିତରକୁ ପ୍ରବେଶ ପୂର୍ବରୁ ସରକାରୀ ସେନା ଅଧିକାରୀ ଓ ସୈନିକଙ୍କୁ କ୍ଷମାଦାନ କଥା କହିଥିଲା । ଏହା ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଆତଙ୍କବାଦୀ ସଂଗଠନ କେମିତି ମାତ୍ର କେଇ ଦିନ ଭିତରେ ଦେଶର ସେନାକୁ ଛତ୍ରଭଙ୍ଗ ଦେବାକୁ ବାଧ୍ୟ କରିପାରେ ? ଯେଉଁ ଆଫଗାନୀ ସେନା ତିଆରି କରିବା ପାଇଁ ଆମେରିକା ୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲା ସେହି ସେନା କେମିତି ମାତ୍ର ୭୦ ହଜାର ତାଲିବାନୀଙ୍କ ସାମ୍ନାରେ ନତମସ୍ତକ ହେଲା ?

ଆସନ୍ତୁ ଜାଣିବା ତାଲିବାନର ବିଜୟ ଓ ଆଫଗାନୀ ସେନାର ପରାଜୟର କାରଣ ସବୁ କ’ଣ ଥିଲା ।

1) ତାଲିବାନର ରଣନୀତିକୁ ବୁଝିପାରିଲାନି ସେନା

ଆଫଗାନ ସରକାର ନିଜର ପ୍ରାଦେଶିକ ରାଜଧାନୀର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲା । ୩୪ ପ୍ରାଦେଶିକ ରାଜଧାନୀକୁ ସୁରକ୍ଷା ଘେରରେ ରଖାଯାଇଥିଲା । ତାଲିବାନ ସିଧାସଳଖ ଏହି ସବୁ ସହର ଉପରେ ଆକ୍ରମଣ ନକରି ଗ୍ରାମାଞ୍ଚଳକୁ ଟାର୍ଗେଟ୍ କରିଥିଲାଗ୍ରାମାଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଏହା ସହର ମୁହାଁ ହୋଇଥିଲାତାଲିବାନ ସରକାରୀ ସୈନିକଙ୍କୁ ଆତ୍ମସମର୍ପଣ ପରେ ସୁରକ୍ଷାର ଗ୍ୟାରେଣ୍ଟି ଦେଇଥିଲା । ବାୟୁସେନା ସପୋର୍ଟ ଅଭାବରୁ ସେନା ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।

2) ମୈଦାନ ନୁହେଁ କାଗଜରେ ଥିଲେ ସୈନିକ

ତାଲିବାନ ଆକ୍ରମଣ ଆରମ୍ଭରୁ ଆମେରିକା ରାଷ୍ଟ୍ରପତି କହିଥିଲେ ଯେ, ତିନି ଲକ୍ଷ ସୈନିକଙ୍କୁ ୭୦ ହଜାର ଆତଙ୍କବାଦୀ ହରାଇ ପାରିବେ ନାହିଁ । କିନ୍ତୁ ରବିବାର ଦିନ ଆମେରିକା ରାଷ୍ଟ୍ରପତିଙ୍କୁ ଭୁଲ ପ୍ରମାଣିତ କରିଛି ତାଲିବାନ । ଖୋଦ ଆମେରିକା ଅଧିକାରୀଙ୍କ କହିବା ହେଉଛି ଯେ, ଆଫଗାନ ସେନାର ୩ ଲକ୍ଷ ସୈନିକ କେବଳ କାଗଜରେ ଥିଲେ । ଦେଶର ଭ୍ରଷ୍ଟ ପ୍ରଶାସନ ଭୂତ ସୈନିକଙ୍କ ନାଁରେ ଦରମା ଉଠାଉଥିବା ମଧ୍ୟ ଅଭିଯୋଗ ହୁଏ । ଦୁର୍ନିତୀ ପାଇଁ ହିଁ ସେନା ହାରିଲା ବୋଲି କୁହାଯାଉଛି ।

3) ଲଢୁଆ ଭାବନାର ଅଭାବ, ଆଳୁ ଖାଇ ଲଢୁଥିଲେ

ଆଫଗାନୀ ସେନାର ସୈନିକଙ୍କ ମନରେ ଲଢିବା ପାଇଁ କୌଣସି ପ୍ରେରଣା ନଥିଲା । ଦେଶର ଦୁର୍ନିତୀଗସ୍ତ ନେତା ଓ ଅଫିସରଙ୍କ ପାଇଁ ସେମାନେ ନିଜ ଜୀବନ ବାଜିରେ ଲଗାଇବାକୁ ଚାହୁଁନଥିଲେ । ଆଫଗାନୀ ସେନା ଓ ପୋଲିସର ଅନେକ ଅଧିକାରୀ ସବୁ ଦୋଷ ସରକାରଙ୍କୁ ଦେଇଛନ୍ତି । ସରକାର ସୈନିକଙ୍କୁ ଖାଦ୍ୟ ମଧ୍ୟ ଯୋଗାଇବାରେ ବିଫଳ ହୋଇଥିଲେ । ଫ୍ରଣ୍ଟଲାଇନରେ ଲଢୁଥିବା ସୈନିକଙ୍କୁ ଖାଦ୍ୟ ଭାବେ ଆଳୁ ଚିପ୍ସ ଦିଆଯାଉଥିଲା । ଜଣେ ଅଧିକାରୀ ପଚାରିଛନ୍ତି ଯେ, କେଉଁ ଦେଶର ସୈନିକ ଆଳୁ ଚିପ୍ସ ଖାଇ ଯୁଦ୍ଧ ଲଢେ ?

4) ୬୦ ହଜାର ସୈନିକ ନିହତ

୨୦୦୧ ପରଠାରୁ ଆଫଗାନିସ୍ତାନେର ୬୦ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି । ଆଉ ଏଥିପାଇଁ ଦେଶ ସରକାର ଦାୟୀ ବୋଲି ବିରୋଧୀ କୁହନ୍ତି । ସେମାନେ କୁହନ୍ତି ଯେ, ଆଫଗାନ ସରକାର ଏତେ ବେକାର ଯେ, ତାଲିବାନଠାରୁ କେମିତି ହରାଯାଇଥିବା ଅଞ୍ଚଳ ପୁନଃଦଖଲ କରାଯିବ ସେନେଇ କୌଣସି ରଣନୀତି ନଥିଲା ।

5) ପୁରୁଣା ଯୋଦ୍ଧାଙ୍କ ଆତ୍ମସମର୍ପଣ

୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ କବଜାରେ ଦେଶର ୯୫ ପ୍ରତିଶତ ଅଞ୍ଚଳ ଥିଲା । କିନ୍ତୁ ମଜାର-ଏ-ସରିଫ ଭଳି ଅଂଚଳ ତାଲିବାନ ପାଇଁ ଅପହଞ୍ଚ ଥିଲା । ଜେନରାଲ ଅବଦୁଲ ଦୋସ୍ତୁମଙ୍କ ନେତୃତ୍ୱରେ ମଜାର-ଏ-ସରିଫ ତାଲିବାନ ବିରୋଧରେ ୬ ବର୍ଷ ଧରି ଛିଡା ହୋଇଥିଲା । କିନ୍ତୁ ଏଥରକ ଜେନରାଲ ଦୋସ୍ତୁମ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ସେହିଭଳି ଆଉ ଜଣେ ଯୋଦ୍ଧା ମହମ୍ମଦ ଇସମାଇଲ ଖାନ ମଧ୍ୟ ତାଲିବାନ ଆଗରେ ଅସ୍ତ୍ରତ୍ୟାଗ କରିଥିଲେ । ଯାହା ଆଫଗାନୀ ସେନାର ମନୋବଳକୁ ଭାଙ୍ଗି ଦେଇଥିଲା ।

3 lakh afghan militants6 lakh crore rupees୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ୬୦ ହଜାରରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି୭୦ ହଜାର ଆତଙ୍କବାଦୀ70000 talibanisafghan armies on papersafghan armyafghan army built by USafghan army surrendered to talibanAfghan govtafghan govt corruptionafghan policeafghanistanafghanistan taliban warairforce supportCorrupt administrationcorrupt politiciansgeneral abdul rashid dostumMazar-e-SharifMohammad Ismail Khanmore than 60000 afghan soldiers killedpotato chipsprovincial capital protectiontalibantaliban captured kabultaliban gurantees protection after surrenderterrorist organisationଆତଙ୍କବାଦୀ ସଂଗଠନଆଫଗାନ ସରକାରଆଫଗାନ ସେନାର ୩ ଲକ୍ଷ ସୈନିକ କେବଳ କାଗଜରେ ଥିଲେଆଫଗାନୀ ସେନାଆମେରିକାକାବୁଲ ଏବେ ତାଲିବାନ କବଜାରେଜେନରାଲ ଅବଦୁଲ ଦୋସ୍ତୁମଦୁର୍ନିତୀଦୁର୍ନିତୀଗସ୍ତ ନେତାପ୍ରାଦେଶିକ ରାଜଧାନୀବାୟୁସେନା ସପୋର୍ଟ ଅଭାବରୁଭ୍ରଷ୍ଟ ପ୍ରଶାସନମଜାର-ଏ-ସରିଫମହମ୍ମଦ ଇସମାଇଲ ଖାନସୁରକ୍ଷାର ଗ୍ୟାରେଣ୍ଟିସୈନିକଙ୍କୁ ଖାଦ୍ୟ ଭାବେ ଆଳୁ ଚିପ୍ସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami