ଗୁଜରାଟରେ ଆପ କେବଳ ୫ ଆସନ ଜିତିନାହିଁ,ଏହା କଂଗ୍ରେସର କବର ତିଆରି କରିଛି

୨୦୨୨ ନଭେମ୍ବର ୨୭ ତାରିଖ । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ ନିଜ ଟ୍ରେଡ୍ ମାର୍କ୍ ଷ୍ଟାଇଲରେ ଗୋଟିଏ କାଗଜରେ ଲେଖିକି ଦେଇଦେଲେ ଗୁଜରାଟରେ ଆପ୍ ସରକାର ଗଢିବ । ସେହିଭଳି ଆଉ ଏକ ସ୍ଥାନରେ ସେ କହିଥିଲେ ଯେ, ଆଇବି ରିପୋର୍ଟ ଅନୁସାରେ ଗୁଜରାଟରେ ଆପ୍ ସରକାର ଆସୁଛି । ତେଣୁ ବିଜେପି ଭୟଭୀତ । ଗୁରୁବାର ଦିନ ଫଳାଫଳରୁ କିନ୍ତୁ ସ୍ପଷ୍ଟ ହୋଇଛି ଯେ,ଆପ୍ ସରକାର ଗଢିନିଓଲଟା ବିଜେପି ଐତିହାସିକ ଜନାଦେଶ ପାଇଛି । ତେବେ ଏହି ଜନାଦେଶର ଆଉ ଗୋଟିଏ ଦୀଗ ହେଉଛି ଯେ, ମାତ୍ର ୫ ଆସନ ଜିତିଥିବା ଆପ୍ କିନ୍ତୁ ଜାତୀୟ ଦଳର ମାନ୍ୟତା ପାଇଛି । ଆଉ ଏହା ସହିତ ଆପ୍ ଗୁଜରାଟରେ କଂଗ୍ରେସର କବର ଖୋଳିଛି ବୋଲି କୁହାଯାଉଛି ।

ପ୍ରଥମ ଦୃଷ୍ଟିରେ ଲାଗୁଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ଦାବି ମିଥ୍ୟା ସାବ୍ୟସ୍ତ ହୋଇଛି । କିନ୍ତୁ ଗୁଜରାଟ ଗଣିତ ଏତେ ସିଧା ନୁହେଁଝାଡୁକୁ ଭୋଟ୍ ଦେଇଥିବା ଭୋଟରଙ୍କ ପ୍ରତିଶତ ୦.୬୨ରୁ ବଢି ୧୨.୯ ପ୍ରତିଶତ ହୋଇଛି୧୮୨ ଆସନରୁ ୩୫ରେ ଆପ୍ ନମ୍ବର ଦୁଇ ଭାବେ ଉଭା ହୋଇଛି । ଜିତିଥିବା ଆସନ ଓ ବାକି ୩୫ ଆସନ ଯେଉଁଠି ଆପ୍ ଦ୍ୱିତୀୟ ସ୍ଥାନରେ ଅଛି,ତାକୁ ଯଦି ମିଶାଯାଏ ତେବେ ଏହି ସଂଖ୍ୟା ୪୦ ହେବ

୨୦୨୨ରେ ପଂଜାବରେ ଆପ୍ ସରକାର ଆସିବା ପୂର୍ବରୁ ୨୦୧୭ରେ ଆମ୍ ଆଦମୀ ପାର୍ଟି ପ୍ରାୟ ଏହି ଢଙ୍ଗରେ ପଂଜାବ ରାଜନୀତି ମଧ୍ୟକୁ ଧସେଇ ପସିଥିଲା । ସେତେବଳେ ଆପ୍ ୨୦ ଆସନ ଜିତିଥିଲା,୨୭ ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା । ଏହାର ୫ ବର୍ଷ ପରେ ଆପ୍ ପଂଜାବରେ ରେକର୍ଡ୍ ସଂଖ୍ୟକ ୯୨ ଆସନ ଜିତି ସରକାର ଗଠନ କରିଥିଲା ।

କଂଗ୍ରେସର ୧୨ ପ୍ରତିଶତ ଭୋଟ୍ ଆପକୁ ଟ୍ରାନସଫର

କଂଗ୍ରେସ ଯେଉଁଭଳି ଭାବେ ଗୁଜରାଟ୍ ମୈଦନରୁ ଗାଏବ ଥିଲା ତାର ବଡ଼ ଫାଇଦା ଆପକୁ ମିଳିଛି । ୨୦୧୭ରେ କଂଗ୍ରେସ ବିଜେପିକୁ ଜବରଦସ୍ତ ଟକ୍କର ଦେଇଥିଲା । ସେତେବେଳେ କଂଗ୍ରେସର ଭୋଟ୍ ସେୟାର ଥିଲା ୪୨.୯୭ ପ୍ରତିଶତ ୨୦୨୨ରେ କଂଗ୍ରେସ ଭୋଟ୍ ସେୟାର ହ୍ରାସ ପାଇ ୨୭ ପ୍ରତିଶତ ହୋଇଛି । ଅନ୍ୟପକ୍ଷରେ ଆପ୍ ଭୋଟ୍ ସେୟାର ୧୨.୯ ପ୍ରତିଶତ ହୋଇଛି କଂଗ୍ରେସ ଭୋଟର ଆପକୁ ବାଛିଥିବା କୁହାଯାଉଛି । ଫଳରେ ଆପ୍ ୫ ଆସନ ଜିତି ୩୫ରେ ଦ୍ୱିତୀୟ ସ୍ଥାନରେ ରହିଛି । ଯାହାର ଅର୍ଥ ହେଉଛି ଆପ୍ ବିରୋଧୀ ଦଳ ହେବା ଆଡକୁ ଗତି କରୁଛି ।

୨୦୧୭ରେ ୨୯ ହଜାର,୨୦୨୨ରେ ୪୦ ଲକ୍ଷରୁ ଅଧିକ ଭୋଟ୍

ଆମ୍ ଆଦମୀ ପାର୍ଟି ଗୁଜରାଟରେ କାୟା ବିସ୍ତାର କରୁଛି ୨୦୧୭ରେ ଏହା ୨୯ ହଜାର ଭୋଟ୍ ପାଇଥିଲାଏଥର ଏହି ସଂଖ୍ୟା ୪୦ ଲକ୍ଷରୁ ଅଧିକ ୨୦୧୭ରେ ଆପର ସମସ୍ତ ପ୍ରାର୍ଥୀଙ୍କ ଜମାନତ ଜବତ ହୋଇଥିଲା । ସେତେବେଳେ ଛୋଟା ଉଦୟପୁରର ଆପ୍ ପ୍ରାର୍ଥୀ ଅର୍ଜୁନ ଭାଇ ସର୍ବାଧିକ ୪୫ ଶହ ଭୋଟ୍ ପାଇଥିଲେ ।

ଆପ୍ ଏବେ ଜାତୀୟ ଦଳ

ଗୁଜରାଟ ନିର୍ବାଚନ ସହିତ ଆପ୍ ଜାତୀୟ ଦଳର ମାନ୍ୟତା ପାଇଛି ଜାତୀୟ ଦଳର ମାନ୍ୟତା ପାଇଁ ଆପ ହିମାଚଳ ଓ ଗୁଜରାଟରେ ୬ ପ୍ରତିଶତ ଭୋଟ୍ ପାଇବାର ଆବଶ୍ୟକତା ଥିଲା ଗୁଜରାଟରେ ଏହାକୁ ପ୍ରାୟ ୧୩ ପ୍ରତିଶତ ଭୋଟ୍ ମିଳିଛି । ଫଳରେ ଏବେ ଏହା ଜାତୀୟ ଦଳ ଭାବେ ଉଭା ହୋଇଛି । କୌଣସି ଦଳ ପାଇଁ ଜାତୀୟ ଦଳର ମାନ୍ୟତା ପ୍ରାପ୍ତି ପାଇଁ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ୪ ରାଜ୍ୟରେ ୬ ପ୍ରତିଶତ ଭୋଟ୍ ପାଇବାର ଆବଶ୍ୟକତା ରହିଛି । ଆପ୍ ଆଗରୁ ଗୋଆ,ଦିଲ୍ଲୀ ଓ ପଂଜାବରେ ୬ ପ୍ରତିଶତରୁ ଅଧିକ ଭୋଟ୍ ସେୟାର ପାଇ ସାରିଛି ।

aap and congress alliance in gujarataap congress gujarataap vs congress in gujaratarvind kejriwal gujarat newsarvind kejriwal gujarat today newsarvind kejriwal vs rahul gandhigujarat congress newsgujarat congress news 2022gujarat politics 2022rahul gandhi gujarat news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami