ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ତାତିରୁ ମିଳିଛି ଆଶ୍ୱସ୍ତି । ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା ଘଡଘଡିଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮ ସହରରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨ ଦିନ ହେବ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ତାତିରୁ ଆଶ୍ୱସ୍ତି ଆଣିଦେଇଛି ।

୨୪ ତାରିଖରେ ରାଜ୍ୟରେ କିଛିମାତ୍ରାରେ କମିବ ବର୍ଷା । ତେବେ ୨୫ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ । ୨୬ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ।
ବିଶେଷକରି କଳାହାଣ୍ଡି , ରାୟଗଡ଼ା , ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାହେବାର ଆଶଙ୍କା ରହିଛି ।

ସପ୍ତାହେରୁ ଊଦ୍ଧ୍ୱର୍କାଳ ଅଭିମାନକରି ମାଲକାନଗିରିରେ ଲୁଚିଥିବା ମୌସୁମୀ ଅକସ୍ମାତ ସକ୍ରିୟ ହୋଇଛି। କାଳବୈଶାଖୀ ଡାକରାରେ ସକ୍ରିୟ ମୌସୁମୀ ଗତକାଲି ସୁଦ୍ଧା  ରାଜ୍ୟର ୨୪ ଜିଲ୍ଲାରେ ଦେଇଛି ପହିଲି ବର୍ଷାର ସ୍ପର୍ଶ। ଅବଶିଷ୍ଟ ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର , ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଦିନେ ଦୁଇଦିନ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ଅଗ୍ରସର ପରେ ସାରା ରାଜ୍ୟରେ ପାଗ ମେଘୁଆ ସହ ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି।

bhubaneswar heavy rain fallheavy rain alertindia weather update todayodisha weatherodisha weather forecastodisha weather news todayodisha weather news today odiaodisha weather reportodisha weather update
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami