ଗାଜାର ହସ୍ପିଟାଲ୍ ଯୁଦ୍ଧ କ୍ଷେତ୍ର ଭାବେ ବ୍ୟବହୃତ

ଗାଜା: ଗାଜାର ହସ୍ପିଟାଲଗୁଡିକ ଯୁଦ୍ଧ କ୍ଷେତ୍ର ଭାବେ ହେଉଛି ବ୍ୟବହୃତ । ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କରାଯାଇଥିବା ଚଢାଉରେ ଏହି ସୂଚନା ମିଳିଛି । ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟାର୍ଗେଟ କରିଛି । ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ ।

ହସପିଟାଲରୁ ଜବତ ହେଲା ବହୁ ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ

ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି । ଏହି କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା । ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟ।।ହୁ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୫୦୦ ପାଲେଷ୍ଟିନୀୟଙ୍କ ମୃତ୍‌ୁ୍ୟ ଘଟିଲାଣି ବୋଲି କହିଛି ହମାସ । ସେପଟେ ହସ୍ପିଟାଲ ଉପରେ ଆକ୍ରମଣ ଲାଗି ଆମେରିକା ସବୁଜ ସଙ୍କେତ ଦେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମେରିକା ନିରାପତ୍ତା ପରିଷଦ ମୁଖପାତ୍ର ଜନ କିର୍ବି ।

gaza hospitalsgaza hospitals caught in the middle of Israel hamas warisreal war news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami