ଧୋନୀଙ୍କୁ ନେଇ ଗମ୍ଭୀରଙ୍କ ଗମ୍ଭୀର ବୟାନ,ଧୋନୀ ମାର୍କେଟିଂ ହିରୋ

ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ବିରାଟ ବୟାନ ଦେଇଛନ୍ତିଭାରତୀୟ କ୍ରିକେଟରଙ୍କ ଲାର୍ଜର ଦେନ୍ ଲାଇଫ୍ ଇମେଜ୍ ପାଇଁ ଗମ୍ଭୀର ମିଡିଆ ଓ ମାର୍କେଟିଂକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ କିଛି କ୍ରିକେଟରଙ୍କୁ ଟିମଠାରୁ ବଡ଼ ବନାଇ ଦିଆଯାଏ। କିଛି ଦିନ ପରେ ସେମାନଙ୍କୁ ପୂଜା କରାଯାଏ। ଯାହା ପୁରାପୁରି ଭୁଲ ବୋଲି କହିଛନ୍ତି ଗମ୍ଭୀରଗମ୍ଭୀରଙ୍କ ଅନୁସାରେ କ୍ରିକେଟ୍ ଏକ ଟିମ୍ ଗେମ୍। ଜଣେ ବ୍ୟକ୍ତି ପାଇଁ କୌଣସି ଦଳ ମ୍ୟାଚ୍ ଜିତେନାହିଁ। କିନ୍ତୁ ଭାରତରେ ଜଣେ ଜଣେ ଖେଳାଳୀଙ୍କୁ ଏତେ ମହାନ କରିଦିଆଯାଏ ଯେ, ବାକି ଖେଳାଳୀଙ୍କ ଅବଦାନକୁ ସମସ୍ତେ ଭୁଲି ଯାଆନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ନାମ ନନେଇ ସେ ତାଙ୍କୁ ମାର୍କେଟିଂ ଓ ପିଆର ଟିମ୍ ଉତ୍ପାଦନ ବୋଲି କହିଛନ୍ତି

ଧୋନୀ ନୁହନ୍ତି ୟୁବରାଜ ଯିତାଇଥିଲେ ବିଶ୍ୱକପ

ଗୌତମ ଗମ୍ଭୀର ଧୋନୀଙ୍କ ନାମ ନନେଇ କହିଛନ୍ତି ଯେ, 2007 ଓ 2011 ବିଶ୍ୱକପର ହିରୋ ଜଣେ କ୍ରିକେଟରଙ୍କୁ ବନାଇ ଦିଆଯାଇଥିଲା। କିନ୍ତୁ ସତ୍ୟତା ହେଉଛି ଯେ, ଏହି ଦୁଇ ବିଶ୍ୱକପ ଯୁବରାଜ ସିଂହଙ୍କ ପାଇଁ ହି ଭାରତ ଜିତିଥିଲା। ଯେତେବେଳେ ଏହି ଦୁଇ ବିଶ୍ୱକପ କଥା ଉଠେ ସେତେବେଳେ ଯୁବରାଜଙ୍କ ନାମ ଉଠେନାହିଁ। ଏହା କେବଳ ମାର୍କେଟିଂ ଓ ପିଆର ଟିମର କାଣ୍ଡ କାରଖନା ହୋଇଥାଏ,ଯାହା ଜଣେ ଖେଳାଳୀଙ୍କୁ ହିରୋ ଓ ଅନ୍ୟମାନଙ୍କୁ ଜିରୋ କରିଦିଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯଦି ଟିମ୍ ଜଣେ ଖେଳାଳୀଙ୍କ ବଳରେ ବିଶ୍ୱକପ୍ ଜିତୁଥାନ୍ତା ତେବେ ଭାରତ 5 କି 10 ବିଶ୍ୱକପ ଜିତି ସାରନ୍ତାଣି। ଏହା ଟିମ୍ ଗେମ୍। ମିଡିଆ ଯାହାଙ୍କ ନାମ ବାରମ୍ବାର ନେଇଥାଏ ସେ ହିରୋ ବନିଯାନ୍ତି

ନିଶାନାର କପିଲ ଦେବ

କେବଳ ଧୋନୀ ନୁହନ୍ତି ଗମ୍ଭୀର ମଧ୍ଯ କପିଳ ଦେବଙ୍କୁ 1983 ବିଶ୍ୱକପ ହିରୋ ଭାବେ ଚିତ୍ରିତ କରାଯିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଟିମ ଉପରେ ଖେଳାଳୀଙ୍କୁ ରଖିବାର ଏହି ଖେଳ 1983 ମସିହାରୁ ଆରମ୍ଭ ହୋଇଥିଲା। ସମସ୍ତେ କପିଲ ଦେବଙ୍କ ନାମ ନିଅନ୍ତି କପିଲଙ୍କୁ ନେଇ ଚର୍ଚ୍ଚା କରନ୍ତି। କିନ୍ତୁ କେତେଜଣ ମହିନ୍ଦର ଅମରନାଥଙ୍କୁ ମନେ ପକାନ୍ତି। ମିଡିଆରେ ସବୁବେଳେ ବିଶ୍ୱକପ ସହିତ କପିଲଙ୍କ ଫଟୋ ଆସେ। ସେ ମଧ୍ଯ ଇଶାରାରେ କୋହଲିଙ୍କୁ ଟାର୍ଗେଟ୍ କରିଛନ୍ତି। ସୂଚନାଯୋଗ୍ଯ ଯେ, ଧୋନୀ ଓ କୋହଲିଙ୍କ ସହିତ ଗମ୍ଭୀରଙ୍କ ସମ୍ପର୍କ ସେତେଟା ଭଲ ନଥିବାର ଚର୍ଚ୍ଚା ହୁଏ।

cricket latest updatecricket player controversygautam gambhir latest newsgautam gambhir latest statementgautam gambhir on ms dhonigautam gambhir on ms dhoni world cupgautam gambhir on world cup 2011gautam gambhir on yuvraj singhgautam gambhir vs ms dhonigautam gambhir vs virat kohligautam gambhir world cup 2007 finalindian cricket player controversyodia blogrising odisha
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami