ଦୁଇ ସପ୍ତାହ ତଳେ ଅତିକ୍ କରିଥିଲା ଏମିତି ଆଶଙ୍କା,ଚିଠିରେ ଅଛି ଯୋଗୀ ଆଦିତ୍ୟନାଥଙ୍କ ନାମ

ଶନିବାର ରାତିରେ ଉତ୍ତର ପ୍ରଦେଶ ଅଣ୍ଡରୱାର୍ଲଡର ଦୁଇ କୁଖ୍ୟାତ ଖେଳାଳୀ ଅତିକ୍ ଅହମ୍ମଦ ଓ ଭାଇ ଅଶରଫର ଫିଲ୍ମ ଷ୍ଟାଇଲରେ ପୋଲିସ ଉପସ୍ଥିତିରେ ହୋଇଯାଇଛି ହତ୍ୟା। ମିଡିଆକୁ ବାଇଟ୍ ଦେଉଥିବା ବେଳେ ତିନି ଜଣ ହତ୍ୟାକାରୀ କରିଥିଲେ ଆକ୍ରମଣ। ଜଣ ପଏଣ୍ଟ୍ ବ୍ଲାଙ୍କ୍ ରେଂଜରେ ଅତିକକୁ ଗୁଳିକରିଥିଲା। ମାତ୍ର 10 ସେକେଣ୍ଡ୍ ଭିତରେ ଦୁଇ ଭାଇ ରାସ୍ତାରେ ପଡିଥିଲେ ଠିକ୍ ସେମିତି ଯେମିତି ଗତ 44 ବର୍ଷ ଭିତରେ ସେମାନଙ୍କ ଦ୍ୱାରା ନିହତ ବ୍ୟକ୍ତିଙ୍କ ଲାସ୍ ରାସ୍ତାକଡରେ ପଡ଼ୁଥିଲା। ହତ୍ୟାକାରୀ ତିନି ଜଣଙ୍କର ନିଜ ପରିବାର ସହିତ କୌଣସି ସମ୍ପର୍କ ନଥିବା ବେଳେ ସେମାନେ ଅଣ୍ଡରୱାର୍ଲଡରେ ନାମ କମାଇବାକୁ ଏମିତି କାଣ୍ଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି। ଏହାରି ଭିତରେ ଗୋଟିଏ ଚିଠିର ଚର୍ଚ୍ଚା ଜୋର ଧରିଛି। ଠିକ୍ ଦୁଇ ସପ୍ତାହ 5 ଦିନ ତଳେ ଅତିକର ସାନଭାଇ ଅଶରଫ ଆଶଙ୍କା କରିଥିଲା ଯେ,ତାକୁ ଓ ଅତିକକୁ ମାରି ଦିଆଯିବ। ସେ ଏହା ମଧ୍ୟ ଦାବି କରିଥିଲା ଯେ,ତାଙ୍କ ହତ୍ୟାପରେ ଗୋଟିଏ ଚିଠି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ପହଂଚିବ। ଯେଉଁଥିରେ ସେମାନଙ୍କ ହତ୍ୟା ନେଇ ହେଉଥିବା ଷଡ଼ଯନ୍ତ୍ର ବାବଦରେ ତଥ୍ୟ ଅଛି ବୋଲି ସେତେବେଳେ ଅଶରଫ କହିଥିଲା।

ଦୁଇ ସପ୍ତାହ ତଳେ ଆଶଙ୍କା,ଦୁଇ ସପ୍ତାହ ପରେ ହେଲା ସତ

ମାର୍ଚ୍ଚ 28 ତାରିଖ ଦିନ ଅଶରଫକୁ ବରେଲି ଜେଲକୁ ଅଣାଯାଇଥିଲା। ସେତେବେଳେ ମିଡିଆ ସାମ୍ନାରେ ଅଶରଫ ଦାବି କରିଥିଲା ଯେ, ଦୁଇ ସପ୍ତାହ ପରେ ତାକୁ ହତ୍ୟା କରାଯିବ। ସେ କହିଥିଲା ଯେ, ଜଣେ ବରିଷ୍ଠ ପୋଲିସ ଅଧିକାରୀ ତାକୁ ଏମିତି ଧମକ ଦେଇଛନ୍ତି। ଏହି ପୋଲିସ ଅଧିକାରୀ ଜଣକ କୁଆଡେ ଅଶରଫକୁ କହିଥିଲେ ଯେ, ଦୁଇ ସପ୍ତାହ ପରେ ତୋତେ କୌଣସି ବାହନାରେ ଜେଲ ବାହାରକୁ ଆଣି ତୋ କାମ ଶେଷ କରିଦେବୁ। ଅଶରଫ କହିଥିଲା ଯେ, ଜଣେ ଅଧିକାରୀ ମୋତେ ଧମକ ଦେଇଛନ୍ତି ଯେ, ଦୁଇ ସପ୍ତାହ ପରେ କୌଣସି ବାହନାରେ ତୋତେ ବାହାରକୁ ଆଣି ତୋ କାମ ଶେଷ କରିଦେବୁ। ଉତ୍ତର ପ୍ରଦେଶ ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମାନନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମଧ୍ୟ ମିଥ୍ୟା ମାମଲା ରହିଛି। ସେ ମୋ ପୀଡ଼ାକୁ ବୁଝି ପାରୁଥିବେ।

ହାଇକୋର୍ଟ୍ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିବ ମୋ ଚିଠି

ଏହାପରେ ଅଶରଫ କହିଥିଲା ଯେ, ମୋ ହତ୍ୟା ପରେ ବନ୍ଦ ଲଫାପା ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିଯିବ। ମିଡିଆକୁ ସେ ପ୍ରଶ୍ନୀଳ ଦୃଷ୍ଟିରେ ପଚାରିଥିଲା ଯେ,ମୁଁ କେଉଁ କୋଣରୁ ମାଫିଆ ଦେଖାଯାଉଛି। ମୁଁ ଥରୁଟିଏ ବିଧାୟକ ରହି ସାରିଛି। ଜେଲ ଭିତରେ ରହି ମୁଁ କେମିତି ଷଡ଼ଯନ୍ତ୍ର କରିପାରିବି। ଅତିକର ପତ୍ନୀ ସାୟସ୍ତା ପରବିନ୍ ମେୟର ନିର୍ବାଚନ ଲଢୁଥିବାରୁ ତାଙ୍କୁ ଏହି ମାମଲାରେ ଫସାଯାଇଛି।

ashraf ahmed caseashraf ahmed encounter liveashraf ahmed maderashraf ahmed newsatif ahmed historyatif ahmed maderatif ahmed mader statusuttar pradesh latest encounteruttar pradesh newsyogi adityanath latest newsyogi adityanath on atiq ahmedyogi adityanath on atiq ahmed deathyogi adityanath status
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami