ଇଡଲି ଦୋକାନରୁ ଇସ୍ରୋ,ରାସ୍ତାକଡରୁ ଚନ୍ଦ୍ରୟାନ

ଯେଉଁଠି ଇଛା ସେଇଠି ରାସ୍ତା ଅଛିବାଧା ପ୍ରତିବନ୍ଧକ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିର ସ୍ୱପ୍ନକୁ ଅଟକାଇ ପାରେ ନାହିଁଦୃଢ ଇଛାଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । ଯାହାର ଉଦାହରଣ ହେଉଛନ୍ତି ଭରତ କୁମାରଭରତ କୁମାର,ସେହି ଯୁବକ ଯିଏ ରାସ୍ତା କଡ଼ରେ ଦିନେ ଇଡଲି ବିକ୍ରି କରୁଥିଲେ । ଘର ଚଳାଇବା ପାଇଁ ମା’ଙ୍କ ସହିତ ଠେଲା ଗାଡ଼ି ଚଳାଉଥିଲେ,ଏବେ ସେହି ଭରତ କୁମାରଙ୍କ ନାମ ସାମିଲ ହୋଇଛି ଭାରତର ସେହି ହାତ ଗଣତି କେଇ ଜଣଙ୍କ ଭିତରେ ଯେଉଁମାନଙ୍କ ପାଇଁ ଚନ୍ଦ୍ରୟାନ 3 ମିଶନ ସଫଳ ହୋଇଛିଦାରିଦ୍ର୍ୟରୁ ଚନ୍ଦ୍ର ବିଜୟ ,ହେଉଛି ଭରତ କୁମାରଙ୍କ ପରିଚୟ

ସ୍କୁଲ ଫି’ ଦେଇ ନପାରିବାରୁ ଟିସି ଦେଇ ଦେଇଥିଲେ କର୍ତ୍ତୁପକ୍ଷ

ଭିଲାଇର ବାସିନ୍ଦା ଭରତଙ୍କ ପରିବାର ଗୋଟିଏ ସମୟରେ ଖୁବ୍ କଷ୍ଟରେ ଗୁଜୁରାଣ ମେଣ୍ଟାଉଥିଲେପୁଅର ପାଠପଢା ଖର୍ଚ୍ଚ ତୁଲାଇବାକୁ ବି ସମର୍ଥ ନଥିଲେ ପରିବାର । ସ୍ଥିତି ଏଭଳି ଯେ ୯ମ ଶ୍ରେଣୀରେ ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କୁ ଟିସି ଦେଇଦେଇଥିଲେ । ତେବେ ତାଙ୍କର କିଛି ଶିକ୍ଷକ ଏହି ସମୟରେ ଦେବତା ଭାବେ ଉଭା ହୋଇଥିଲେ । ସେମାନେ ଭରତଙ୍କ ଫିସ୍ ଭରିବା ସହିତ ତାଙ୍କ ପାଇଁ ବହି ମଧ୍ୟ କିଣି ଦେଇଥିଲେ । ଏହାପରେ ସେ ଆଇଆଇଟି ଧାନବାଦରେ ପଢିବାର ସୁଯୋଗ ପାଇଥିଲେ

ଛତିଶଗଡ଼ର ଭିଲାଇ ସହରରୁ ପାଖାପାଖି ୧୦କିମି ଦୂରରେ ଥିବା ଚରୋଦାରେ ରହୁଥିଲେ ଭରତଙ୍କ ପରିବାର । ତାଙ୍କ ବାପା ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତିଅଭାବ ଅନଟନ ଯୋଗୁଁ ଭରତଙ୍କ ମା’ ରାସ୍ତାକଡରେ ଏକ ଛୋଟ ଦୋକାନ କରି ଇଡଲି ଓ ଚା’ ବିକ୍ରି କରୁଥିଲେଦୋକାନରେ ପ୍ଲେଟ୍ ସଫା କରିବା ଦାୟିତ୍ୱ ତାଙ୍କର ଥିଲେ । ଆଉ ନିଜ ପାଠପଢା ସହ ମା’ଙ୍କୁ କାମରେ ସାହାଯ୍ୟ କରିବାରେ ଲାଗିଥିଲେ ଭରତଜଣେ ବାଳକ ଇସ୍ରୋରେ ପହଞ୍ଚି ଯାଇଛନ୍ତି।

ଆଇଆଇଟି ପଢିବାରେ ସାହାଯ୍ୟ କରିଥିବେ ବ୍ୟବସାୟୀ

ଘରର ଆର୍ଥିକସ୍ଥିତି ଠିକ୍‌ ନ ଥିବା ବେଳେ ବହୁତ କଷ୍ଟରେ ଭରତ ଦ୍ୱାଦଶଶ୍ରେଣୀ ପାଠପଢ଼ା ଶେଷ କରିଥିଲେ। ଏହାପରେ ଭରତ ଆଇଆଇଟି ଧାନବାଦରେ ପାଠପଢ଼ିବାକୁ ଇଚ୍ଛା ରଖିଥିଲେ, କିନ୍ତୁ ସେତେବେଳେ ବି ତାଙ୍କ ସାମ୍ନାରେ ଅର୍ଥ ବାଧକ ସାଜିଥିଲା। ଭରତଙ୍କ ଆର୍ଥିକ ସଙ୍କଟ ବିଷୟରେ ଜାଣିବା ରାୟପୁର ବ୍ୟବସାୟୀ ଅରୁଣ ବାଗ ଓ ଘରୋଇ କମ୍ପାନି ଜିନ୍ଦଲ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ପାଠପଢ଼ା ଖର୍ଚ୍ଚ ବହନ କରିଥିଲେ।

ଏହି ମେଧାବୀ ଛାତ୍ର ଜଣକ ଏତିକିରେ ଅଟକିନଥିଲେଆଇଆଇଟି ଧାନବାଦରେ ୯୮ ପ୍ରତିଶତ ମାର୍କ ରଖି ଗୋଲ୍ଡ ମେଡାଲ୍ ମଧ୍ୟ ହାତେଇଥିଲେ ଇଞ୍ଜିନିୟରିଂର ୭ମ ସେମିଷ୍ଟାର ବେଳେ ଇସ୍ରୋର କ୍ୟାମ୍ପସରେ ଭରତଙ୍କ ଚୟନ ହୋଇଯାଇଥିଲା। ସେହି ଭରତ ଚନ୍ଦ୍ରଯାନ-୩ ମିଶନର ଏକ ଅଂଶବିଶେଷ ।

ଇସ୍ରୋ ଓ ପୁଅର ସଫଳତାରେ ଖୁବ୍ ଗର୍ବ କରିଛନ୍ତି ତାଙ୍କ ପରିବାରପିତା ଚନ୍ଦ୍ରମୌଲି କହିଛନ୍ତି ପୁଅ ଭରତ ପାଠପଢାରେ ଖୁବ୍ ବିଚକ୍ଷଣ ଥିଲାତାକୁ ପଢିବା ପାଇଁ କହିବାକୁ ପଡିନଥାଏ । ଏମିତିକି ରାତିରାତି ସେ ପାଠପଢେ, ଆଉ ତାକୁ ଆକଟ କରିବା ପରେ ହିଁ ଶୋଇବାକୁ ଯାଇଥାଏ । ସେ କେବେବି ସ୍କୁଲ୍ ବନ୍ଦ କରେ ନାହିଁ ।

bharat kumar isrobharat kumar isro chandrayaan 3bharat kumar isro chhattisgarhbharat kumar isro scientistchandrayaan 3 livechandrayaan 3 live isrochandrayaan 3 live isro updatechandrayaan 3 live newschandrayaan 3 live updateindia moon missionindia moon mission 2023india moon mission 2023 liveisro moon mission chandrayaan 3isro moon mission live
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami