ଲାଲକୃଷ୍ଣ ଆଡ଼ଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ଭେଟେରାନ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ପ୍ରଦାନ କରାଯିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତାଙ୍କ ପୋଷ୍ଟରେ କହିଛନ୍ତି ଯେ, ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତ ରତଜ୍ନ ସମ୍ମାନରେ ସମ୍ମାନିତ କରାଯିବ । ଯାହାକୁ ନେଇ ମୁଁ ଅତ୍ୟନ୍ତ ଖୁସି । ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛି । ଆଡ଼ଭାନୀ ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା । ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ ।

ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟ ଅତୁଳନୀୟ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲାଲକୃଷ୍ଣ ଆଡ଼ଭାନୀ ତୃଣମୂଳସ୍ତରରେ କାମ କରିବାଠାରୁ ଆରମ୍ଭ କରି ଦେଶର ଉପମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ଅତୁଳନୀୟ । ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Former minister lal krishna advanilal krishna advani will get bharat ratna
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami