ଅଫେରା ରାଇଜ ରେ FLYING ଶିଖ୍‌

ଯେବେ ସିଏ ଦୌଡିବା ଆରମ୍ଭ କରୁଥିଲେ ସବୁକିଛି ରହିଯାଉଥିଲା ପଛରେ, running track ଠାରୁ ଆରମ୍ଭ କରି ଷ୍ଟାଡିୟମ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କ ଆଗମନରେ ହୋଇପଡୁଥିଲେ ଊସ୍ଛାହିତ, ସାରା ବିଶ୍ୱ ଅପେକ୍ଷା କରୁଥିଲା ଆଉ ଏକ ନୂଆ ରେକର୍ଡ କୁ  ଆଂଜ୍ଞା ହଁ ଆମେ ସେଇ ରେକର୍ଡ ବ୍ରେକର flying ଶିଖ ଙ୍କ ବିଷୟରେ କହୁଚୁ ଯିଏ କି ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରି ଶତ୍ରୁ ର ମୁହଁ ରୁ  flying ଶିଖ ର ଆଖ୍ୟା ପାଇଥିଲେ ।

୧୯୨୯ ନଭେମ୍ବର ୨୦ ତାରିଖରେ ମୁଜାଫଗଡ ଯାହାକି ଏବେ ପାକିସ୍ଥାନରେ ଅଛି ସେଇ ମୁଜାଫଗଡ district ର ଗୋବିନ୍ଦପୁର ଗ୍ରାମରେ ଏକ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମୀଲଖା I ଭାରତ ବିଭାଜନ ସମୟରେ ଯେଉଁ ଦଙ୍ଗା ହୋଇଥିଲା ସେଥୀରେ ନିଜ ବାପା, ମା, ଭାଇ, ଭଉଣୀ, ଙ୍କୁ ମରିବା ନିଜ ଆଖିରେ ଦେଖିଥିଲେ I ଦଙ୍ଗା ସ୍ଥଳ ରୁ କୌଣସି ପ୍ରକାର ନିଜର ଜୀବନ ବଂଚେଇ ସେ ପାକିସ୍ଥାନ ରୁ ଦିଲ୍ଲୀ ପଳେଇ ଆସିଥିଲେ ।

ଦିଲ୍ଲୀ ରେ ପଂହଁଚିବା ପରେ ବହୁ ସଂଘର୍ଷ ର ସହ ତାଙ୍କ ଜୀବନ ବିତିଥିଲା । ଅନେକ ପ୍ରଚେଷ୍ଠା ପରେ ୧୯୫୧ ରେ ସେ ଭାରତୀୟ ସେନା ରେ ଯୋଗ ଦେଇଥିଲେ I ସେନାରେ ଭର୍ତି ହେବ। ପରେ cross country race ରେ ସେ ୬ଷ୍ଠ ସ୍ଥାନ ରେ ଆସିବା ପରେ ହାବିଲ୍ଦାର ଗୁରୁଦେବ ସିଂ ଙ୍କ ତତ୍ୱାବଧାନ ରେ ମୀଲଖା ନିଜର racing ଟ୍ରେନିଂ ଆରମ୍ଭ କରିଥିଲେ I ଧୀରେ ଧୀରେ ମୀଲଖା ୨୦୦ ମିଟର ଓ ୪୦୦ ମିଟର ସ୍ପେସିଆଲିଷ୍ଟ ବନିବାକୁ ଲାଗିଥିଲେ I ୧୯୫୬ Melbourne ଅଲମ୍ପିକ୍ସ ରେ ସେ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ବ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ , କିନ୍ତୁ ସେହି ଅଲମ୍ପିକ୍ସ ରେ ୪୦୦ ମିଟର race ରେ ସ୍ଵର୍ଣ ପଦକ ବିଜେତା ଚାର୍ଲସ ଜେକିନ୍ସ ଙ୍କ କିଛି ଟିପ୍ସ ମୀଲଖା ଙ୍କୁ ନିଜ ଲକ୍ଷ୍ୟସ୍ଥଳ ରେ ପଂହଁଚିବା ପାଇଁ ସାହାଯ୍ୟ କରିଥିଲା ।

ତାପରେ ୧୯୫୮ ରେ କଟକ ରେ ଆୟୋଜିତ ହୋଇଥିବା national games ରେ ୨୦୦ ମିଟର ଓ ୪୦୦ ମିଟର race ରେ ସ୍ଵର୍ଣ ପଦକ ଜିତିବା ସହ ନୂଆ ରେକର୍ଡ ସ୍ଥାପନ କରିଥିଲେ I ଏହା ପରେ ମୀଲଖା ଆଉ କେବେ ପଛକୁ ଫେରି ନାହାନ୍ତି । ୧୯୫୮ commonwealth game ରେ ୪୦୦ ମିଟର race ରେ ସ୍ଵର୍ଣ୍ଣପଦକ, ସେଇ ୧୯୫୮ ରେ ଟୋକିଓ ରେ ଆୟୋଜିତ ଏସିଆନ ଗେମ ରେ ୪୫.୮ sec .ରେ ନିଜର ୪୦୦ ମିଟର complete କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରି ସେ ସ୍ୱାଧୀନ ଭାରତ ର ପ୍ରଥମ ସ୍ଵର୍ଣ୍ଣପଦକ ବିଜେତା ହୋଇସାରିଥିଲେ, ଏଥିପାଇଁ ଭାରତ ସରକାର ଙ୍କ ତରଫରୁ ମୀଲଖା ଙ୍କୁ ପଦ୍ମଶ୍ରୀ ଉପାଧି ରେ ଭୂଷିତ କରାଯାଇଥିଲା ।

୧୯ ୬୦ ରେ ପାକିସ୍ଥାନ ରେ ଆୟୋଜିତ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପାକିସ୍ଥାନ ର ଶ୍ରେଷ୍ଠ ଧାବକ ଅବଦୁଲ କାଦିରଙ୍କୁ ହରାଇ ଭାରତ ପାଇଁ ଗୌରବ ଅର୍ଜନ କରିଥିଲେ । ଏହି ପ୍ରତିଯୋଗିତା କୁ ତତ୍କାଳୀନ ପାକିସ୍ଥାନ ରାଷ୍ଟ୍ରପତି ଆୟୁବ ଖାଁ ମଧ୍ୟ ଦେଖୁଥିଲେ ଏବଂ ମେଡାଲ ଦେବା ସମୟରେ କହିଥିଲେ ଯେ ତୁମେ ପାକିସ୍ଥାନ ଆସି ଦଉଡୁନଥିଲ ଉଡ଼ୁଥିଲ ତେଣୁ ପାକିସ୍ଥାନ ଆଜିଠୁ ତୁମକୁ flying ଶିଖ ର ଆଖ୍ୟା ଦେଉଛି ସେବେଠାରୁ ମୀଲଖା ସିଂ ସାରା ବିଶ୍ୱ ରେ flying ଶିଖ ନାମରେ ପରିଚିତ ହେଉଛନ୍ତି ।

ଏତେ ସବୁ ଭିତରେ ମୀଲଖା ସିଂ ଙ୍କ ମନରେ ଗୋଟେ ବହୁତ ବଡ ଦୁଃଖ ରହିଯାଇଥିଲା ନିଜର ଗୋଟିଏ ଛୋଟ ଭୁଲ ପାଇଁ ୧୯୬୦ ରେ ରୋମ ଅଲମ୍ପିକ୍ସ ରେ ସେ ହାରିଯାଇଥିଲେ ନିଜେ ମୀଲଖା ଓ ଭାରତ ଏକ ନିଶ୍ଚିତ ପଦକରୁ ବଂଚିତ ହୋଇଥିଲେ । ଅବଶ୍ୟ ତାପରେ ୧୯୬୨ ରେ ଆୟୋଜିତ ଏସିଆନ ଗମେସ ରେ ସେ ୪୦୦ ମିଟର race ଏବଂ ୪୦୦ ମିଟର ରିଲେରେସ ରେ ସ୍ଵର୍ଣ ପଦକ ଜିତିଥିଲେ କିନ୍ତୁ ରୋମ ଅଲମ୍ପିକ୍ସ ରେ ହାରିବା ର ଦୁଃଖ ସେ କେବେବି ଭୁଲିପାରିନଥିଲେ ।

ଏସବୁ ଭିତରେ ମୀଲଖା ଙ୍କ ଆତ୍ମଜୀବନୀ କୁ ନେଇ ଭାଗ ମୀଲଖା ଭାଗ ନାମରେ ଏକ ଚଳଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା ଯାହାକି ଦର୍ଶକ ମାନଙ୍କ ପାଖରେ ବହୁଆଦୃତ ହୋଇପାରିଥିଲା I ସବୁଠାରୁ ବଡ କଥା ହେଉଛି ମୀଲଖା ସିଂ ଜିତିଥିବା ସମସ୍ତ ପଦକ ଭାରତ ସରକାରଙ୍କୁ ସମର୍ପିତ କରିଦେଇଥିଲେ ।

ଯିଏ ଦିନେ ଦୌଡିବାକୁ ନିଜ ଜୀବନର ମୂଳମନ୍ତ୍ର ଭାବି କେବେବି ହାର ମାନିନଥିଲେ ସେ ଆଜି ମୃତ୍ୟୁ ପାଖରେ ହାର ମାନିଯାଇଛନ୍ତି, running track କୁ ଭୁଲି ଚିର ନିଦ୍ରା ରେ ଶୋଇ ଯାଇଛନ୍ତି ତାଙ୍କର ଦେହାନ୍ତ ଭାରତୀୟ କ୍ରୀଡା ଜଗତ ରେ ଏକ ବୃହତ ଶୂନ୍ୟସ୍ଥାନ ସୃଷ୍ଟି କରିଛି flying ଶିଖ ମୀଲଖା ସିଂ ଙ୍କ ନିଧନ ରେ rising Odisha ତରଫରୁ ଅଶୃଳ ଶ୍ରଦ୍ଧାଞ୍ଜଳି ।

୧୯୫୬ Melbourne ଅଲମ୍ପିକ୍ସasian gamesbhaag milkha bhaagcross country raceflying sikhindia pakistan division riotsIndian Armymelbourne olympicsmilkha singhmuzafgarhnational games at cuttackpadmashri milkha singhpakistanrecord breaker flying sikhrome olympicsrunnersprintଅବଦୁଲ କାଦିରଏସିଆନ ଗମେସକଟକଚାର୍ଲସ ଜେକିନ୍ସପାକିସ୍ଥାନ ରାଷ୍ଟ୍ରପତି ଆୟୁବ ଖାଁଭାଗ ମୀଲଖା ଭାଗଭାରତୀୟ କ୍ରୀଡା ଜଗତଭାରତୀୟ ସେନାମୀଲଖା ସିଂସ୍ଵର୍ଣ ପଦକହାବିଲ୍ଦାର ଗୁରୁଦେବ ସିଂ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami