କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ..

ପଞ୍ଜାବ ରାଜନୀତି ଉପରେ ଏବେ ସିଦ୍ଧୁ ଗ୍ରହ ଦୋଷ ଚାଲିଛି । ସିଦ୍ଧୁଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପଦ ହରାଇଲେ ଜଣେ ମୁଖ୍ୟମନ୍ତ୍ରୀ ହେଉ ହେଉ ତାଙ୍କ ଉପରେ ସିଦ୍ଧୁଙ୍କ ଚାପ ପଡିବାକୁ ଲାଗିଲା । ଚାପ ଭିତରେ କାମ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରା ଭିତରେ ସିଦ୍ଧୁ କଂଗ୍ରେସକୁ ବ୍ଲାକମେଲ୍ କରିବାକୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ । ପଞ୍ଜାବ ରାଜନୀତିରେ ଏଭଳି ହଟଚମଟ ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସାକ୍ଷାତ କରିଥିଲେ । ଆଶା କରାଯାଉଥିଲା ଯେ, ସେ ବିଜେପିରେ ସାମିଲ ହେବେ । କିନ୍ତୁ ସେମିତି କିଛି ହେଲା ନାହିଁ । ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, କଂଗ୍ରେସର ବଡ଼ ବଡ଼ ନେତାଙ୍କୁ ନିଜ ଶିବିରକୁ ନେଇ କଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି କ’ଣ ପାଇଁ କ୍ୟାପ୍ଟେନଙ୍କୁ ଦଳକୁ ସ୍ୱାଗତ କଲା ନାହିଁ ?

ବୟସ ସାଜିଲା ବାଧକ

କ୍ୟାପ୍ଟେନ କ’ଣ ପାଇଁ ବିଜେପିରେ ସାମିଲ ହୋଇ ପାରିଲେ ନାହିଁ,ଏବେ ତା’ର ଉତ୍ତର ଆସୁଛି । ଉତ୍ତର ହେଉଛି ବିଜେପିର ୭୫ ବର୍ଷ ବୟସସୀମା ପାଇଁ କ୍ୟାପ୍ଟେନ ଗେରୁଆ ଦଳରେ ସାମିଲ ହୋଇ ପାରିଲେ ନାହିଁକ୍ୟାପ୍ଟେନଙ୍କ ବୟସ ୭୯ । ଅନ୍ୟପକ୍ଷରେ ବିଜେପି ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ନିଜ ଦଳରେ ଆରମ ଦେଇ ମାର୍ଗ ଦର୍ଶକ ମଣ୍ଡଳକୁ ପଠାଇ ଦେଉଛି । ଏମିତିରେ କ୍ୟାପ୍ଟେନଙ୍କ ବିଜେପିର ଗୃହପ୍ରବେଶ ହୋଇ ପାରିଲା ନାହିଁ । ତେବେ କ୍ୟାପ୍ଟେନ ଦଳ ବାହାରେ ରହି ବିଜେପି ପାଇଁ କାମ କରିବେ ବୋଲି ନିଷ୍ପତ୍ତି ହୋଇଛି ।

କ୍ୟାପ୍ଟନ କାହିଁକି ବିଜେପି ନଜରରେ ମୁଲ୍ୟବାନ ?

କ୍ୟାପ୍ଟେନ୍ ଦିଲ୍ଲୀ ଆସିଥିଲେ ଘର ଖାଲି କରିବା ପାଇଁ । କିନ୍ତୁ ଗୋଟିଏ ଦିନ ପରେ ସେ ଅମିତ ଶାହଙ୍କ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ୪୫ ମିନିଟ ଧରି ଚାଲିଥିଲା । ଏହାପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ ।

ବିଜେପି କ୍ୟାପ୍ଟେନଙ୍କ ଭଳି ଜଣେ ନେତାଙ୍କୁ କେନ୍ଦ୍ରରେ ଚାହୁଁଛି । ଯେଉଁ ନେତା ବିଜେପିକୁ ପଞ୍ଜାବରେ ରାଜନୈତିକ ଭୂମି ଦେଇ ପାରିବେ । କ୍ୟାପ୍ଟେନ ପଞ୍ଜାବ ରାଜନୀତିକୁ ଭଲ ଭାବେ ବୁଝନ୍ତି । ପଞ୍ଜାବରେ ଯେଉଁ କୃଷକ ଆନ୍ଦୋଳନ ଚାଲିଛି ତାକୁ କ୍ୟାପ୍ଟେନ ହିଁ ସମ୍ଭାଳି ପାରିବେ ବୋଲି ବିଜେପି ଭାବୁଛି ।

କଂଗ୍ରେସରେ ରହିବନି କି ବିଜେପିରେ ସାମିଲ ହେବିନି

କ୍ୟାପ୍ଟେନ ଶାହଙ୍କୁ ଭେଟିବା ପରେ କହିଥିଲେ ଯେ, କଂଗ୍ରେସରେ ଆଉ ରହିବି ନାହିଁ କିନ୍ତୁ ବିଜେପିରେ ମଧ୍ୟ ସାମିଲ ହେବି ନାହିଁ । ଏହି କଥାରୁ ବୁଝା ପଡୁଛି ଯେ, କ୍ୟାପ୍ଟେନ କଂଗ୍ରେସରେ ନିଜ ଅପମାନର ପ୍ରତିଶୋଧ ନେବାକୁ ଅଲଗା ଦଳ କିମ୍ବା ସାମାଜିକ ସଂଗଠନ ଗଢି ପାରନ୍ତି । ଏମିତିରେ ବିଜେପି ତାଙ୍କୁ ସମର୍ଥନ ଦେବ । ଶାହଙ୍କୁ ସାକ୍ଷାତ ପରେ ଏଭଳି ଆଶା କରାଯିବା ସ୍ୱଭାବିକ । କାରଣ କ୍ୟାପ୍ଟେନଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ଅଛି । କ୍ୟାପ୍ଟେନ ସେହି ଭୋଟ୍ ବ୍ୟାଙ୍କକୁ ବିଜେପି ମୁହାଁ କରି ପାରନ୍ତି ବୋଲି ବିଜେପିର ଆଶା । ଅନ୍ୟପକ୍ଷରେ କ୍ୟାପ୍ଟେନ ଯଦି ବିଜେପିରେ ସାମିଲ ହୋଇଥାନ୍ତେ ତେବେ ତାଙ୍କୁ ସମର୍ଥନ କରୁଥିବା କୃଷକ ସମ୍ଭବତଃ ବିଜେପିକୁ ବିରୋଧ କାରଣରୁ ତାଙ୍କଠାରୁ ଦୁରେଇ ଯାଇଥାନ୍ତେ । କିନ୍ତୁ ବିଜେପିରୁ ଦୁରେଇ ଅଲଗା ସଂଗଠନ କଲେ ବିଜେପି ବିରୋଧୀ ଭୋଟ ମଧ୍ୟ ତାଙ୍କ ପଟକୁ ଯିବ । ଏହା ହେଉଛି ବିଜେପି ଓ ଶାହଙ୍କ ରଣନୀତି

ନିର୍ବାଚନରେ ସିଦ୍ଧୁ ଓ କଂଗ୍ରେସ ଉପରେ ବର୍ଷିବେ କ୍ୟାପ୍ଟେନ୍

କ୍ୟାପ୍ଟେନ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ନବଜ୍ୟୋତ୍ ସିଂହ ସିଦ୍ଧୁଙ୍କୁ ପଞ୍ଜାବର କୌଣସି ଆସନରେ ଜିତିବାକୁ ଦେବେ ନାହିଁ । ଦେଶର ସୁରକ୍ଷାକୁ ନେଇ ସେ ସିଦ୍ଧୁଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି । ଅମିତ ଶାହଙ୍କୁ ମୁକାବିଲା ପରେ ସେ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ । ଡୋଭାଲଙ୍କ ସହିତ ସକ୍ଷାତ ପଛରେ ରାଜ୍ୟ ଓ ଦେଶର ସୁରକ୍ଷା ଥିଲା ବୋଲି ସେ ସଫା ଶବ୍ଦରେ କହିଥିଲେ । ଡୋଭାଲଙ୍କ ସହିତ ତାଙ୍କ ସାକ୍ଷାତକାର ଦ୍ୱାରା ସେ ଆଗକୁ କହି ପାରିବେ ଯେ, ସିଦ୍ଧୁଙ୍କ ବାବଦରେ ସେ ଦଳକୁ ଆଗରୁ ସତର୍କ କରାଇଥିଲେସିଦ୍ଧୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ବାରମ୍ବାର କହିବା କାରଣରୁ ତାଙ୍କର ହାଇକମାଣ୍ଡଙ୍କ ସହିତ ସମ୍ପର୍କ ଖରାପ ହୋଇଥିଲା ବୋଲି ମଧ୍ୟ କ୍ୟାପ୍ଟେନ ଆଗକୁ କହି ପାରିବେ ।

କଂଗ୍ରେସ ଉପରେ କେତେ ଭାରି କ୍ୟାପ୍ଟେନ୍ ?

CSDS ନିର୍ଦ୍ଦେଶକ ଓ ନିର୍ବାଚନ ବିଶ୍ଲେଷକ ସଂଜୟ କୁମାରଙ୍କ ଅନୁସାରେ କ୍ୟାପ୍ଟେନଙ୍କ ବିଦ୍ରୋହ କାରଣରୁ କଂଗ୍ରେସକୁ ୪ରୁ ୫ ପ୍ରତିଶତ ଭୋଟ୍ ହରାଇବାକୁ ପଡିପାରେ । ପାଖାପାଖି ୬ ପ୍ରତିଶତ ଭୋଟ୍ ଆଣିବାର କ୍ଷମତା କ୍ୟାପ୍ଟେନଙ୍କର ରହିଛି । ଏମିତିରେ ଯଦି ଏତିକି ପ୍ରତିଶତ ଭୋଟ୍ ବିଜେପି ଭୋଟ୍ ସହିତ ମିଶିବ ତେବେ ଏହା ୧୦ ପ୍ରତିଶତ ହୋଇଯିବ୨୦୧୭ ନିର୍ବାଚନରେ ବିଜେପି ପଞ୍ଜାବରେ ୧୦ ପ୍ରତିଶତ ଭୋଟ୍ ମଧ୍ୟ ହାସଲ କରି ପାରିନଥିଲା ।

ajit dovalamarinder singh couldnt join bjpbjp leader amit shahbjp strategycaptain amarinder singh met home minister ami shahcaptain amarinder singh resigns as punjab cmcongress crisiscongress free indiacongress mukt bharatCSDS Director and Election Analyst Sanjay Kumarfarmer protestNational Security Advisernavjot singh sidhu resignspunjab congress crisispunjab politicsresigns from PCC presidentSidhu is threat to national securitysidhu vs amarinderଅଜିତ ଡୋଭାଲକଂଗ୍ରେସ ମୁକ୍ତ ଭାରତର ସ୍ୱପ୍ନକୃଷକ ଆନ୍ଦୋଳନକ୍ୟାପ୍ଟେନ୍ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହନିର୍ଦ୍ଦେଶକ ଓ ନିର୍ବାଚନ ବିଶ୍ଲେଷକ ସଂଜୟ କୁମାରପଞ୍ଜାବ ରାଜନୀତିପିସିସି ସଭାପତି ପଦରୁ ଇସ୍ତଫାବିଜେପି ଓ ଶାହଙ୍କ ରଣନୀତିମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରାମୁଖ୍ୟମନ୍ତ୍ରୀ ପଦ ହରାଇଲେସିଦ୍ଧୁ ଗ୍ରହ ଦୋଷ ଚାଲିଛିସିଦ୍ଧୁ ଜାତୀୟ ସୁରକ୍ଷା ପାଇଁ ବିପଦ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami