ଏଥର ନିର୍ବାଚନ କମିଶନ ଶକ୍ତ, ରୋଡ୍ ସୋ’, ସଭାକୁ ନା

ପଶ୍ଚିମ ବଙ୍ଗ ନିର୍ବାଚନ କାଳରେ କରୋନା ବିସ୍ଫୋରଣରୁ ବୁଦ୍ଧି ସିଖିଥିବା ନିର୍ବାଚନ କମିଶନ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ କଠୋର ଦୃଷ୍ଟିକୋଣ ଆପଣାଇଛନ୍ତି । ଏଥର ନିର୍ବାଚନ ପ୍ରଚାର ବେଳେ ଅତିକମରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରୋଡ୍ ସୋ’, ରାଲି, ବାଇକ୍ ରାଲି ଉପରେ କମିଶନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ୧୫ ଜାନୁଆରି ପରେ ସ୍ଥିତି ଦେଖି ପରବର୍ତ୍ତି ନିର୍ଣ୍ଣୟ ନିଆଯିବ ।

ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ସଭାକୁ ଅନୁମତି ନାହିଁ

ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଶାରିରିକ ଉପସ୍ଥିତି ବିଶିଷ୍ଟ କୌଣସି ପ୍ରକାରର ଜନସଭା, ପଦଯାତ୍ରା, ସାଇକେଲ ରାଲି କିମ୍ବା ବାଇକ୍ ରାଲି ନକରିବାକୁ କମିଶନ ତାଗିଦ କରିଛନ୍ତି । କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଲେ ଓ ସ୍ଥିତି ସମୀକ୍ଷା କରି କମିଶନ ରାଲି ବାବଦରେ ନିଷ୍ପତ୍ତି ନେବେ ।

ଦଳଙ୍କୁ ଡିଜିଟାଲ ପ୍ରଚାର ପାଇଁ କମିଶନଙ୍କ ପରାମର୍ଶ

ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କୁ ଡିଜିଟାଲ ପ୍ରଚାର ପାଇଁ କହିଛନ୍ତିକରୋନା ମହାମାରୀ କାରଣରୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ପ୍ରଚାର ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୋଟ ୭ଟି ପର୍ଯ୍ୟାୟରେ ୫ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ହେବ ଓମିକ୍ରନ୍ ଆତଙ୍କ ଭିତରେ ନିର୍ବାଚନ ହେବ କି ନାହିଁ ତାକୁ ନେଇ ଆଶଙ୍କା ଲାଗୁ ରହିଥିଲା ।

ଅଖିଳେଶ କହିଲେ ଟଙ୍କା ନାହିଁ

ରାଲି, ରୋଡ୍ ସୋ’କୁ ନିର୍ବାଚନ କମିଶନ ଅନୁମତି ଦେଇ ନାହାନ୍ତିଡୋର୍ ଟୁ ଡୋର୍ କ୍ୟାମ୍ପେନ ବେଳେ ନେତାଙ୍କ ସହ ୫ରୁ ଅଧିକ କର୍ମୀ ଯାଇ ପାରିବେ ନାହିଁ ବୋଲି କମିଶନ କହିଛନ୍ତି । ସେହିଭଳି ସକାଳ ୮ ପୂର୍ବରୁ ଓ ରାତି ୮ ପରେ ପ୍ରଚାର ହୋଇ ପାରିବ ନାହିଁ ବୋଲି କହିଛନ୍ତି କମିଶନ । ଏହା ସହିତ ଡିଜିଟାଲି ପ୍ରଚାର ଉପରେ ଗୁରୁତ୍ୱ ଦେଇଛନ୍ତି କମିଶନ । ତେବେ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କମିଶନଙ୍କ ଏହି ନିଷ୍ପତିକୁ ନେଇ ଖୁସୀ ନାହାନ୍ତି । ସେ କହିଛନ୍ତି ଯେ, ଡିଜିଟାଲ ପ୍ରଚାରରେ ଆମେ ବିଜେପିକୁ ଟକ୍କର ଦେଇ ପାରିବୁ ନାହିଁ । ବିଜେପି ଭଳି ଆମ ପାଖରେ ଏତେ ବଜେଟ୍ ନାହିଁ ।

୭ ପର୍ଯ୍ୟାୟ, ୬୯୦ ଆସନ

୫ ରାଜ୍ୟର ୬୯୦ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବମଣିପୁର,ପଂଜାବ,ଉତ୍ତର ପ୍ରଦେଶ,ଗୋଆ ଓ ଉତ୍ତରାଖଣ୍ଡର ଭୋଟର ନୂଆ ସରକାର ପାଇଁ ଭୋଟ୍ ଦେବେ । ଉତ୍ତର ପ୍ରଦେଶ ନିର୍ବାଚନକୁ ୨୦୨୪ର ସାଧାରଣ ନିର୍ବାଚନ ପୂର୍ବର ଟ୍ରେଲର ବୋଲି କୁହାଯାଉଛି ।

୫ ରାଜ୍ୟର ବିଧାନସଭା ନିର୍ବାଚନassembly elections in 5 statesbike rallychief election commission sushil chandracorona pandemicdigital campaignelection commissionformer chief minister of UP akhilesh yadavomicron terrorrallyroad showଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଓମିକ୍ରନ୍ ଆତଙ୍କକରୋନା ମହାମାରୀଡିଜିଟାଲ ପ୍ରଚାରନିର୍ବାଚନ କମିଶନବାଇକ୍ ରାଲିମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରାରାଲିରୋଡ୍ ସୋ’
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami