ଦିପାବଳୀ ସେଲ୍,ଡିସକାଉଣ୍ଟ୍ ଅଫର ଦେଖି ଲୋଭ ହେଉଛି କି ? ଏହି ୫ ଟିପ୍ସ ବ୍ୟବହାର କରି କରନ୍ତୁ ଖର୍ଚ୍ଚ

ଦିପାବଳୀ ଆସିବାକୁ କେଇ ଦିନ ବାକି ଅଛି । କିନ୍ତୁ ରିହାତି,ସେଲର ବିଜ୍ଞାପନ ମାଡ଼ରେ ଗ୍ରାହକ ଲୋଭାତୁର ହେଲେଣି । ଏମିତି ପ୍ରଚାର ହେଉଛି ଯେ, ଲାଗୁଛି ଏଭଳି ସେଲ୍ ଆଉ ଜୀବନ ସାରା କେବେ ଆସିବ ନାହିଁ । ତେଣୁ ଅନେକ ଲୋଭରେ ପଡ଼ି ମନଇଛା କିଣାକିଣି କରୁଛନ୍ତି । ଏମିତି ଅନେକ ଜିନିଶ କେବଳ ଲୋଭର ବଶବର୍ତ୍ତି ହୋଇ ଆମେ କିଣିଥାଉ ଯାହାର ଆବଶ୍ୟକତା ନଥାଏ । ପୁଣି ମଧ୍ୟ ଆମେ କାଳେ ଏଭଳି ଦାମରେ ଜିନିଶ ଆଗକୁ ମିଳିବ ନାହିଁ ତାହା ଭାବି ଦରକାର ନଥିଲେ ମଧ୍ୟ ଧାର ଉଧାର କରି ସେଇ ସାମଗ୍ରୀ କିଣିଥାଉ ତେବେ ଏଥିରୁ ଆପଣ ଦୁରେଇ ରହିବେ କେମିତି ? କେମିତି ଦିପାବଳୀରେ ଭାବିଚିନ୍ତି ଖର୍ଚ୍ଚ କରିବେ ? ଏଥିପାଇଁ ଆପଣଙ୍କୁ ବେଶି କିଛି କରିବାକୁ ପଡ଼ିବ ନାହିଁ । ବାସ ୫ଟି କଥାକୁ ମନେ ରଖିବାକୁ ପଡିବ । ଆସନ୍ତୁ ଜାଣିବା ସେହି ୫ କଥା କ’ଣ ..

ପାର୍ବଣ ବଜେଟ୍ ବନାନ୍ତୁ

ଦିପାବଳୀ ହେଉ କିମ୍ବା ଅନ୍ୟକୌଣସି ଉତ୍ସବ ପାଳନ ପୂର୍ବରୁ ଏଥିପାଇଁ ଗୋଟିଏ ବଜେଟ୍ ତିଆରି କରନ୍ତୁ । ଆପଣ ପାର୍ବଣରେ କେତେ ଖର୍ଚ୍ଚ କରିପାରିବେ ତା’ର ହିସାବ କରନ୍ତୁ । ଏଭଳି ବଜେଟ୍ ତିଆରି କରନ୍ତୁ ଯେଉଁଥିରେ ଆପଣ ବଦଖର୍ଚ୍ଚ କରିବେ ନାହିଁ ବଜେଟ୍ ଆଗୁଆ ତିଆରି କରିଥିଲେ ଆପଣ ମନଇଛା ଖର୍ଚ୍ଚ କରିବାରୁ ବଂଚିବେ । ଧରି ନିଅନ୍ତୁ ଆପଣ ଦିପାବଳୀ ପାଇଁ ୧୦ ହଜାରର ବଜେଟ୍ ତିଆରି କରିଛନ୍ତି ତେବେ ସେହି ୧ ୦ ହଜାର ଭିତରେ ହିଁ ସବୁ ଖର୍ଚ୍ଚ କରନ୍ତୁ । ତା’ଠାରୁ ଅଧିକ କରନ୍ତୁ ନାହିଁ ।

ଖର୍ଚ୍ଚର ହିସାବ ରଖନ୍ତୁ

ବଜେଟ୍ ତିଆରି କରିବା ତ’ ସହଜ କଥା କିନ୍ତୁ ଖର୍ଚ୍ଚକୁ ବଜେଟ୍ ଭିତରେ ରଖିବା କାଠିକର ପାଠ ହୋଇଥାଏ । ଯେତେବେଳେ ଆପଣ ଅନଲାଇନ୍ ଅଫର ସବୁ ଦେଖିବେ ସେତେବେଳେ ଏହା ଆହୁରି ମୁସ୍କିଲ ହୋଇଥାଏ । ଯେତେବେଳେ ଆପଣ ଡେବିଟ୍ ,କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରନ୍ତି ସେତେବେଳେ ଖର୍ଚ୍ଚକୁ ଟ୍ରାକ୍ କରିବା ଆହୁରି କାଠିକର ପାଠ ହୋଇଯାଏ । ଆପଣ ଜାଣି ପାରନ୍ତି ନାହିଁ ଯେ, ଆପଣ କେତେ ଅଧିକ ଖର୍ଚ୍ଚ କରୁଛନ୍ତି । ଯେତେବେଳେ କ୍ରେଡିଟ୍ କାର୍ଡ୍ ବିଲ୍ ଆସେ ସେତେବଳେ ଆପଣ ଜାଣନ୍ତି ଯେ, କେତେ ଅଧିକ ଆପଣଙ୍କର ଖର୍ଚ୍ଚ ହୋଇଛି । ତେଣୁ ସବୁବେଳେ ଖର୍ଚ୍ଚର ହିସାବ ରଖନ୍ତୁଏଭଳି ଆପ୍ ରଖନ୍ତୁ ଯାହା ଆପଣ ବଜେଟ୍ ଲିମିଟ୍ କ୍ରସ କଲେ ଚେତାବନୀ ଦେବ କିମ୍ବା କ୍ରେଡିଟ୍ କାର୍ଡର ଲିମିଟକୁ ସେହି ହିସାବରେ ସେଟ୍ କରନ୍ତୁ

ଧାର କରନ୍ତୁ ନାହିଁ

ଦିପାବଳୀ ଭଳି ପର୍ବ ସମୟରେ ଫେଷ୍ଟିଭ୍ ଅଫର ଚକ୍କରରେ ଉଧାର କରନ୍ତୁ ନାହିଁ । ସେତିକି ଖର୍ଚ୍ଚ କରନ୍ତୁ ଯେତିକି ଆପଣଙ୍କ ପାଖରେ ଅଛି ବ୍ୟାଙ୍କ କିମ୍ବା ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀଠାରୁ ଲୋନ୍ ନିଅନ୍ତୁ ନାହିଁ । ଏବେ ଲୋନ୍ ମିଳିବା ସହଜ ହୋଇଥିବାରୁ ଲୋନ୍ ନେବାର ଲୋଭ ହୋଇପାରେ । କିନ୍ତୁ ବୁଦ୍ଧିମାନର କାମ ହେବେ ଆପଣ କୌଣସି ଲୋନ୍ କିମ୍ବା ହାତ ଉଧାରିରେ ନପଡି଼ବା ସେଲିବ୍ରେସନ୍ ଚକରରେ ଲୋନ୍ କରି ପରେ ସୁଝିବା ଭାରି ପଡ଼ିପାରେ

ଡିସକାଉଣ୍ଟ ଓ ଅଫରର ଫାଇଦା ଉଠାନ୍ତୁ

ଆଗରୁ ଆମେ ସ୍ପଷ୍ଟ କରି ସାରିଛୁ ଯେ, ଅଫର ଚକ୍କରରେ ଅଧିକ ସପିଂ କରନ୍ତୁ ନାହିଁ । କିନ୍ତୁ ଯଦି ଆପଣ ନିଜ ବଜେଟ୍ ଭିତରେ ସପିଂ କରୁଛନ୍ତି ତେବେ ଡିସକାଉଣ୍ଚ ଓ ଅଫରର ଫାଇଦା ଉଠାନ୍ତୁ । ଯଦି ଅନଲାଇନରେ ସପିଂ କରୁଛନ୍ତି ତେବେ ଗୋଟିଏ ସାମଗ୍ରୀର ଦରକୁ ଆଉ ଗୋଟିଏ ସାଇଟର ଦର ସହିତ ତୁଳନା କରନ୍ତୁ । ଏମିତିରେ ଆପଣ ଭଲ ରିହାତି ପାଇ ପାରିବେ । ଏଭଳି ୱେବସାଇଟ୍ ମଧ୍ୟ ରହିଛନ୍ତି ଯେଉଁମାନେ ବିଭିନ୍ନ ସାଇଟରେ ଉପଲବ୍ଧ ସାମଗ୍ରୀର ତୁଳନାତ୍ମକ ଦର ଦେଇଥାନ୍ତି ଗୁଗଲକୁ ଯାଇ ପ୍ରାଇସ୍ କମ୍ପେରସନ୍ ଭଳି କି ୱାର୍ଡ୍ ଟାଇପ୍ କରି ଦର ତୁଳନା କରନ୍ତୁ ଓ ଜିନିଶ କିଣନ୍ତୁ । ସେହିଭଳି ।ଅଫଲାଇନ୍ ସପିଂ କରୁଥିଲେ ଟିକେ ସମୟ କାଢି ବିଭିନ୍ନ ସୋ’ରୁମ ମଧ୍ୟରେ ଥିବା ଦରକୁ ତୁଳନା କରନ୍ତୁ ।

ପ୍ରାଥମିକତା ନିର୍ଧାରିତ କରନ୍ତୁ

ଏହା ପ୍ରଥମେ ନିର୍ଧାରଣ କରନ୍ତୁ ଯେ, ଆପଣଙ୍କ ପାଇଁ କ’ଣ ଜରୁରୀ ଅଟେ ଓ କେଉଁଟା ଅତ୍ୟାବଶ୍ୟକ ନୁହେଁ । ଯାହା ଜରୁରୀ ସେହି ସାମଗ୍ରୀ ହିଁ କିଣନ୍ତୁ ସର୍ବପ୍ରଥମେ ସେହି ଆଇଟମ୍ କିଣନ୍ତୁ ଯାହା ଆପଣଙ୍କ ପାଇଁ ଜରୁରୀ ଅଟେ । ତା’ପରେ ଯଦି ଟଙ୍କା ବଳୁଛି ତେବେ କମ୍ ଜରୁରୀ ସାମଗ୍ରୀ କିଣନ୍ତୁ । ଆମ ଭିତରୁ ଅନେକ ଏଭଳି ସାମଗ୍ରୀ କେବଳ ଏଇଥିପାଇଁ କିଣିଥାଉ ଯେ, ତାହା ଆମ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ପାଖରେ ଅଛି । ଏଭଳି ଭୁଲ ବିଲକୁଲ କରନ୍ତୁ ନାହିଁ । ଆପଣଙ୍କ ପାଇଁ ଯାହା ଜରୁରୀ ତାକୁ ହିଁ କିଣନ୍ତୁ । କେବଳ ଦେଖାଇ ହେବା ପାଇଁ କିଛି ମଧ୍ୟ କିଣନ୍ତୁ ନାହିଁ । ଏଭଳି ସପିଂ ଆପଣଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ଖରାପ ।

diwali offer online shoppingdiwali online offers 2022diwali upcoming offersfestival offers in amazonfestival offers in flipkartfestival offers onlinepuja offer online shoppingupcoming diwali offers on amazonupcoming diwali offers on flipkart
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami