ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ବୌଦ୍ଧ: ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେବା ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ । ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ରାଲିରେ ଯୋଗ ଦେଇ ନିଲମ୍ବିତ ହୋଇଛନ୍ତି ଶିକ୍ଷୟତ୍ରୀ ସଂଘମିତ୍ରା । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି ।

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ

ସୂଚନା ଅନୁସାରେ, ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଏପରି କି ଏହାର ଏକ ଫଟୋ ମଧ୍ୟ ଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ଏନେଇ ଜିଲାପାଳ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରାଙ୍କୁ ଜିଲାପାଳ ନିଲମ୍ବନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ଚିଠି ଲେଖି ଉଲ୍ଲେଖ କରାଯାଇଥିଲା । ଏହାର ଖିଲାପ ଯୋଗୁଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।

district collector suspended the teacherteacher sanghamitra mallik
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami