ବିଲ୍ ବାହନାରେ ସାଙ୍ଗ ଖୋଜୁଛନ୍ତି କେଜ୍ରିୱାଲ,ବୁଝନ୍ତୁ ରଣନୀତି

ଦିଲ୍ଲୀର କେଜ୍ରିୱାଲ ସରକାରକେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା କିଛି ନୂଆ ନୁହେଁ। କିନ୍ତୁ ଏଥରର ମାମଲା ଟିକେ ଅଲଗା । ଦିଲ୍ଲୀ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୁତ୍ୱକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେଜ୍ରିୱାଲ ଗଡ଼ ଜିତିଥିବା ଅନୁଭବ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପରେ କେଜ୍ରିୱାଲଙ୍କ ବିଜୟ ଖୁସୀ କ୍ଷଣସ୍ଥାୟୀ ହୋଇଛି। ଏବେ ସେହି ଅଧ୍ୟାଦେଶକୁ ନେଇ ଯେଉଁ ରାଜନୀତି ଚାଲିଛି ତାରି ବାହନାରେ କେଜ୍ରିୱାଲ ବନ୍ଧୁ ଖୋଜୁଛନ୍ତି। କାରଣ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଭିତରେ ନୀତିଶଙ୍କ ଭଳି କିଛି ଆଂଚଳିକ ନେତା ମଧ୍ୟ ଭାଗ ନେଲେଣି। କେଜ୍ରିୱାଲ ବିରୋଧୀ ଦଳଙ୍କୁ ଏକଠି ହେବାକୁ ଆହ୍ୱାନ କରିଛନ୍ତି। ରବିବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ଭେଟଘାଟ ପରେ କେଜ୍ରିୱାଲ କହିଛନ୍ତି ଯେ, ଏକାଠି ହୋଇ ଆମେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ବିରୋଧରେ ଲଢେଇ କରିବୁ। ସେ କହିଛନ୍ତି ଯେ, 2024 ପୂର୍ବରୁ ଯଦି ଏହି ମାମଲାରେ ବିଜେପି ହାରେ ତେବେ ବଡ଼ ସନ୍ଦେଶ ଯିବ। ନୀତିଶ ଯେମିତି ବିଜେପି ବିରୋଧରେ ସମର୍ଥନ ଗୋଟାଉଛନ୍ତି କେଜ୍ରିୱାଲ ମଧ୍ୟ ସେହି ରାସ୍ତାରେ ଅଛନ୍ତି। ରାଜ୍ୟସଭା ଓ ଲୋକସଭାରେ ଯଦି ବିରୋଧୀ ଏକାଠି ବିଲ୍ ବିରୋଧରେ ସ୍ୱର ଉଠାନ୍ତି ତେବେ ବିରୋଧୀ ଦଳଙ୍କ ଭିତରେ ଏକତା କେତେ ଅଛି ତାହା ଜଣା ପଡ଼ିଯିବ

24 ପୂର୍ବରୁ କିଏ କାହା ସହିତ ଜାଣିବା ପାଇଁ କସରତ

ମଙ୍ଗଳବାର ଦିନ କୋଲକତାରେ କେଜ୍ରିୱାଲ ମମତା ବାନାର୍ଜୀଙ୍କୁ ଭେଟିବେ। ଏହି ସାକ୍ଷାତକାର ପରେ ମମତା କଣ କହିବେ ତାହା ଉପରେ ସମସ୍ତଙ୍କ ନଜର। ବର୍ତ୍ତମାନ ପାଇଁ ଅଧ୍ୟାଦେଶକୁ ନେଇ କେଜ୍ରିୱାଲ ସବୁ ବିରୋଧୀ ଦଳଙ୍କ ସମର୍ଥନ ମାଗୁଛନ୍ତିରାଜନୈତିକ ବିଶେଷଜ୍ଞଙ୍କ କହିବା ହେଉଛି ନୀତିଶ ହୁଅନ୍ତି କି ମମତା କିମ୍ବା କେଜ୍ରିୱାଲ ସମସ୍ତେ ବିରୋଧୀ ପକ୍ଷକୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି। ସମସ୍ତେ ଏକାଠି ହେବାକୁ କହୁଛନ୍ତି କିନ୍ତୁ ଫର୍ମୁଲା କଣ ହେବ ତାକୁ ନେଇ କେହି କିଛି କହୁନାହାନ୍ତିକର୍ଣ୍ଣାଟକ ବିଜୟ ପରେ କଂଗ୍ରେସ ବିରୋଧୀ ମେଣ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ବୋଲି ଆଶା କରୁଛି। ଏହା ସହିତ କଂଗ୍ରେସର ରଣନୀତି ଅନୁସାରେ ଏହା ଆପକୁ ଭାଉ ଦେଉନାହିଁ। କର୍ଣ୍ଣାଟକ ଶପଥ ଗ୍ରହଣକୁ କେଜ୍ରିୱାଲଙ୍କୁ ନିମନ୍ତ୍ରଣ ନକରି କଂଗ୍ରେସ ନିଜ ମନୋଭାବ ସ୍ପଷ୍ଟ କରିଦେଇଛି। ଏମିତିରେ ଆପ୍ ଏହା ଜାଣିବାକୁ ଚାହୁଁଛି ଯେ,କେଉଁ ଦଳ ତା ସହିତ ଅଛନ୍ତି।

କଂଗ୍ରେସ ଓ ଆପକୁ ନେଇ ବଡ଼ ପ୍ରଶ୍ନ

କଂଗ୍ରେସ ଓ ଆପ୍ ମଧ୍ୟରେ ସମ୍ପର୍କକୁ ନେଇ କୌଣସି ଉତ୍ତର ଦେବା ଟିକେ ମୁସ୍କିଲ। ଅନେକ ପ୍ରସଙ୍ଗରେ କଂଗ୍ରେସ ଆପକୁ ବିରୋଧ କରିଛି।କିନ୍ତୁ ମଦ ଦୁର୍ନିତୀ ମାମଲାରେ ସିସୋଦିଆଙ୍କ ଗିରଫଦାରୀ କାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ବିରୋଧ କରି ବୟାନ ଦେଇଥିଲେ। ଫଳରେ କଂଗ୍ରେସ ଆମ ଆଦମୀ ପାର୍ଟିର ନିକଟତର ହେଉଥିବା ଅନୁମାନ କରାଯାଇଥିଲା। କିନ୍ତୁ ଏହି ସମବେଦନା ଅଧିକ ଦିନ ରହିନଥିଲା। ଏହାପରେ ଦିଲ୍ଲୀ କଂଗ୍ରେସ ନେତ ଆପ ବିରୋଧରେ ଜବରଦସ୍ତ ଆକ୍ରମଣ କରିଥିଲେ। ଏବେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ କଣ ରହିବ ତାହା ଦେଖିବାର ରହିଲା କାରଣ ଆପ୍ ପାଇଁ ସବୁଠାରୁ ଅଧିକ କ୍ଷତି ଯଦି କାହାର ହୋଇଛି ତେବେ ସେହି ଦଳ ହେଉଛି କଂଗ୍ରେସ।

aam aadmi party vs bjp statusaap party vs bjparvind kejriwal latest newsarvind kejriwal today newsarvind kejriwal vs narendra modidelhi chief minister statusdelhi cm arvind kejriwal newsdelhi cm arvind kejriwal todaydelhi government newsdelhi govt vs central govtdelhi govt vs central govt supreme courtdelhi govt vs central govt supreme court livedelhi govt vs lg issue
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami