କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ସାର୍ଟ । କ୍ରାଉଡ ଫଣ୍ଡ ଅଭିଯାନରେ ଏହି ନୂତନ ପଦକ୍ଷେପ ନିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ସଂଗ୍ରହ ଅତିକ୍ରମ କରିବାକୁ ଆଶା ରଖାଯାଇଛି । ଗତ ଡ଼ିସେମ୍ବର ୧୮ ତାରିଖରେ ଦଳ ଅନ୍‌ଲାଇନ ଦାନ ଅଭିଯାନ ଆରମ୍ଭ କରିଛି । ଶନିବାର ଦୁଇ ଘଣ୍ଟା ମଧ୍ୟରେ ୨ କୋଟି ଟଙ୍କା ଆୟ କରିଛି ବୋଲି କହିଛନ୍ତି କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ । ଦଳ ଫଣ୍ଡ ସଂଗ୍ରହ ଅଭିଯାନ ମାଧ୍ୟମରେ ପୂର୍ବରୁ ୧୭ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହା ଏବେ ୨୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ଏହି ଟି ସାର୍ଟ

କ୍ରାଉଡ ଫଣ୍ଡ ଅଭିଯାନରେ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ମାକେନ କହିଛନ୍ତି ଯେ, ୬୭୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଦାନ କରୁଥିବା ବ୍ୟକ୍ତିଙ୍କୁ ଦଳର ଏମପି ରାହୁଲ ଗାନ୍ଧୀଙ୍କ ଦସ୍ତଖତ ହୋଇଥିବା ଟି-ସାର୍ଟ ପ୍ରଦାନ କରାଯିବ । ସେହିପରି ୬୭, ୬୭,୦୦୦ କିମ୍ବା ତା’ଠାରୁ ଅଧିକ ଦାନରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କିଟ ମିଳିବ, ଯେଉଁଥିରେ ଏକ ଦସ୍ତଖତ ହୋଇଥିବା ଟି-ସାର୍ଟ, ବ୍ୟାଜ, ଷ୍ଟିକର ଏବଂ ଏକ ବ୍ୟାଗ ଅନ୍ତର୍ଭୁକ୍ତ ହେବ । ଯେଉଁମାନେ କୌଣସି ଦାନ କରି ନାହାନ୍ତି ସେମାନେ ଦାନ କରିଥିବା ବ୍ୟକ୍ତିଙ୍କ ନାମ ସହିତ ରାହୁଲ ଗାନ୍ଧୀଙ୍କ ଦସ୍ତଖତ ପତ୍ର ପାଇବେ ବୋଲି ମାକେନ୍ କହିଛନ୍ତି ।

bharat jodo yatra rahul gandhicongress leader rahul gandhicongress mp rahul gandhiCongress will sell T-shirts signed by Rahul
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami