ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ ଆସିଲେ ଯୋଗୀ ଓ ବିଜେପି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଅଛି । କଂଗ୍ରେସ ଉତ୍ତରପ୍ରଦେଶରେ କିଛି ଚମତ୍କାର ଆଶା କରୁଛି । ଆଉ ଏଥିପାଇଁ ପ୍ରସ୍ତୁତ ମଧ୍ୟ ହେଉଛି । ଏହି କ୍ରମରେ କଂଗ୍ରେସ ଉତ୍ତରପ୍ରଦେଶରେ ନିଜ କଥାକୁ ଜବରଦସ୍ତ ତରିକାରେ ରଖିବା ପାଇଁ ଭଲ କହିପାରୁଥିବା ମୁଖପାତ୍ର ଖୋଜୁଛି । ଏଥିପାଇଁ କଂଗ୍ରେସ ରିତିମତ ଲିଖିତ ପରିକ୍ଷା କରୁଛି । ଯିଏ ପରୀକ୍ଷାରେ ଭଲ ନମ୍ବର ରଖିବେ ତାଙ୍କୁ ରାଜ୍ୟ କଂଗ୍ରେସର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯିବ । ତେବେ ଏହି ଲିଖିତ ପରିକ୍ଷା ପାଇଁ ଯେଉଁ ପ୍ରଶ୍ନପତ୍ର ତିଆରି ହୋଇଛି ତାକୁ ନେଇ

୪୫ ମିନିଟର ପେପର

ଲିଖିତ ପରିକ୍ଷା ପାଇଁ ଯେଉଁ ପ୍ରଶ୍ନ ପତ୍ର କଂଗ୍ରେସ ତିଆରି କରିଛି ତାହାର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ ୪୫ ମିନିଟ୍ ସମୟ ଦିଆଯାଇଛି । ୪୫ ମିନିଟ୍ ମଧ୍ୟରେ ପରିକ୍ଷାର୍ଥୀଙ୍କୁ ୨୦ ଟି ଅବଜେକ୍ଟିଭ୍ ଓ ଦୁଇଟି ବିଶ୍ଲେଷଣାତ୍ମକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । କଂଗ୍ରେସ ମୁଖପାତ୍ର ହେବାକୁ ଇଛା ରଖୁଥିବା ପ୍ରାର୍ଥୀଙ୍କୁ ଏହା ୟୁପିଏସସି ପରିକ୍ଷା ଭଳି ଲାଗୁଛି ।

ଆରଏସଏସ କାହିଁକି ବିପଜ୍ଜନକ ?

କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ଯେଉଁ ସବୁ ପ୍ରଶ୍ନ ପଚରା ଯାଇଛି ତାହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାହିଁକି ବିପଜ୍ଜନକ ? । ସଂଘ ପରିବାରର ବିଜେପି ସହିତ କଂଗ୍ରେସର ସିଧାସଳଖ ମୁକାବିଲା ହେଉଥିବାରୁ ଏଭଳି ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏହି ପ୍ରଶ୍ନର ଭଲ ଉତ୍ତର ଦେଇ ପାରୁଥିବା ବ୍ୟକ୍ତି ବିଜେପିକୁ ମୁହଁତୋଡ ଜବାବ ଦେଇ ପାରିବେ ବୋଲି କଂଗ୍ରେସ ଆଶା କରୁଛି ।

କିଛି ନମୂନା ପ୍ରଶ୍ନ

କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ପଚରା ଯାଇଥିବା ପ୍ରଶ୍ନ ମଧ୍ୟରେ ରହିଛି..

  • ଉତ୍ତରପ୍ରଦେଶରେ କେତେ ଲୋକସଭା ଆସନ ସଂରକ୍ଷିତ ?
  • ୟୁପି ବିଧାନସଭାରେ କେତେ ଆସନ ରହିଛି ?
  • କ’ଣ ଯୋଗୀ ସରକାର ବିଫଳ ?
  • ମନମୋହନ ସରକାର କ’ଣ ପାଇଁ ଭଲ ଥିଲା ଓ କ’ଣ ଉପଲବ୍ଧି ଥିଲା ?
  • କେତେ ଜଣ ପରୀକ୍ଷା ଦେଇଛନ୍ତି ?

୭୫ ଜିଲ୍ଲାରୁ ୨୮୫୦ ଜଣ କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ଲିଖିତ ପରୀକ୍ଷା ଦେଇ ସାରିଲେଣି୩୬ଟି ବଡ଼ ଜିଲ୍ଲାରେ ୧୭୫୦ ଜଣଙ୍କର ସାକ୍ଷାତକାର ନିଆ ସରିଲାଣି । ଡିସେମ୍ବର ଶେଷରେ ଫଳାଫଳ ପ୍ରକାଶ ପାଇବ ।

congress alliance with samajwadi partycongress in uttar pradeshcongress spokespersonelections 2022modis erarashtriya swayam sevak sangharising odisharssuttar pradeshuttar pradesh elections 2022yogi and bjpକଂଗ୍ରେସ ଉତ୍ତରପ୍ରଦେଶକଂଗ୍ରେସ ମୁଖପାତ୍ରକଂଗ୍ରେସର ରାଜନୈତିକ ସୂଚକାମୋଦି କାଳଯୋଗୀ ଓ ବିଜେପିରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାହିଁକି ବିପଜ୍ଜନକସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami