ଚିଟ୍‌ଫଣ୍ଡ ଚୋର ପାଲଟିଛନ୍ତି ବିଜେପିର ପୋଷ୍ଟର ବଏ

ଭୁବନେଶ୍ୱର: ନିକଟରେ ଶେଷ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନ ପରେ ଶୋଚନୀୟ ପରାଜୟ ହେଉଥିବା ଜାଣି ସାରିଲାଣି ରାଜ୍ୟ ବିଜେପି । ଏହାକୁ ନେଇ ନେତାମାନେ ବିଚଳିତ ହୋଇପଡିଛନ୍ତି । ସେମାନେ କ’ଣ କହୁଛନ୍ତି ଆଉ କ’ଣ କରୁଛନ୍ତି ତାହା ବୁଝିପାରୁନାହାନ୍ତି । ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ ଏପରି କହିଛନ୍ତି । ଉଭୟ କହିଛନ୍ତି ଯେ, ଯେଉଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟଫଣ୍ଡ ଚୋର କହି ଓଡିଶା ବିଜେପିର ସବୁ ନେତା ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ଲାଂଛନା ଦେଉଥିଲେ । କିନ୍ତୁ ଏବେ ତାଙ୍କୁ ଫୁଲମାଳ ପକାଇ ଦଳକୁ ସ୍ୱାଗତ କରି ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଓଡିଶା ବିଜେପି । ବର୍ଷ ବର୍ଷ ଧରି ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିବା ନେତାଙ୍କୁ ଅଣଦେଖା କରି ଚିଟଫଣ୍ଡ ଚୋରକୁ ଓଡିଶା ବିଜେପି ପୋଷ୍ଟର ବଏ ସଜାଇଥିଲା । ଯିଏ ନିଜ ନିର୍ବାଚନ ମଣ୍ଡଳୀର ଶହ ଶହ ଗରିବ ବେକାର ଯୁବକଙ୍କୁ ଚାକିରୀ ଦେବା ନାଁରେ ଲୁଟିଥିଲା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

ଠକ,ଗୁଣ୍ଡା, ଜମି ମାଫିଆଙ୍କୁ ଦଳରୁ ବାହାର କରିବା ଦରକାର

ସେ ଆହୁରି କହିଛନ୍ତି, ଓଡିଶା ବିଜେପିରେ ଚିଟ୍‌ଫଣ୍ଡ ଚୋର, ଚାକିରି ପାଇଁ ଗରିବ ଯୁବକଙ୍କୁ ଲୁଟିଥିବା ନେତା, ଗୁଣ୍ଡା, ଅନୁସୁଚିତ ଜାତି ଓ ଜନଜାତିଙ୍କ ଜମି ଲୁଟିଥିବା ମାଫିଆ, ବିଦେଶରେ କଳାଧନ ଠୁଳ କରିଥିବା ନେତା, ନାରୀ ନିର୍ଯାତନାକାରୀ ଭର୍ତ୍ତି ହୋଇଅଛନ୍ତି । ଓଡିଶା ବିଜେପି ନେତାମାନେ ଚିଟଫଣ୍ଡ ଓ ଅନ୍ୟ ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ଏଭଳି ନେତାଙ୍କୁ ଦଳରୁ ବାଦ୍ ଦିଅନ୍ତୁ । ତାପରେ ଏ ବିଷୟରେ ଗଣମାଧ୍ୟମ ସାମ୍ନାରେ ଆସି ବକ୍ତବ୍ୟ ରଖନ୍ତୁ । ଏମାନଙ୍କୁ ଲାଜ ଲାଗିବା ଦରକାର । ଓଡିଶାବାସୀ ସବୁ ଦେଖୁଛନ୍ତି ସେଥିପାଇଁ ଏମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଯେତେବେଳେ ଓଡିଶା ବିଜେପିର ଦୟନୀୟ ସ୍ଥିତି ଆସିଯାଏ, ସେମାନେ ଅନେକ କଥା ଗଣମାଧ୍ୟମ ସାମ୍ନାରେ ଆସି ମନଇଛା ଗପିଥାନ୍ତି । ନହେଲେ ସେମାନଙ୍କର ଫେକ୍ ନ୍ୟୁଜ ଫ୍ୟାକ୍ଟ୍ରୀ ଚାଲିବ ବା କେମିତି? ଆଜିର ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ଜଣାପଡୁଥିଲା, ଓଡିଶା ବିଜେପି ନେତା କେତେ ବିବ୍ରତ ଅବସ୍ଥାରେ ଅଛନ୍ତି । ୨୦୧୯ ତୁଳନାରେ ଏକ ଲଜ୍ଜାଜନକ ପରାଜୟ ବରଣ କରୁଥିବାରୁ ସେମାନଙ୍କର ମୁହଁରେ ହସ ଲିଭିଗଲାଣି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

bjdpress meetbjps poster boychit fund thief
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami