ଚୀନର ଆକ୍ରମଣ ତାଇୱାନ୍ ପ୍ଲାନ୍ ପ୍ରସ୍ତୁତ, ବାଇଡେନ୍ କହିଲେ –ଆମେ ଦେବୁ ଉତ୍ତର

ୟୁକ୍ରେନ୍ ପରେ ଆଉ ଗୋଟିଏ ଦେଶ ଉପରେ ଯୁଦ୍ଧର କଳାବାଦଲ ଘୋଡ଼ାଇ ହେଲାଣି । ୟୁକ୍ରେନ୍ ମାମଲାରେ ପୁରୁଣା ଶତ୍ରୁ ଋଷକୁ ସମର୍ଥନ ଦେଇଥିବା ଚୀନ୍ ଆଡୁ ଏହି ଯୁଦ୍ଧ ଆରମ୍ଭ ହେବ । ଏଥିପାଇଁ ଡ୍ରାଗନର ପ୍ରସ୍ତୁତି ସରିଛି । ତାରିଖ ମଧ୍ୟ ନିର୍ଧାରିତ ହୋଇ ସାରିଛି । ବାସ ଅପେକ୍ଷା ସଠିକ ସମୟକୁ । ଜିନ୍ ପିଙ୍ଗଙ୍କ ଇସାରା ମିଳିବା ସହିତ ଆରମ୍ଭ ହୋଇଯିବ ଅପରେସନ ତାଇୱାନ୍ । ଆଉ ଏସବୁ ସାମ୍ନାକୁ ଆସିଛି ଚୀନର ଜଣେ ସାମରିକଙ୍କ ଅଧିକାରୀଙ୍କ ଅଡିଓ ରେକର୍ଡରୁ । ଲିକ୍ ହୋଇଥିବା ଅଡିଓ ରେକର୍ଡ ଅନୁସାରେ ଚୀନ୍ ତାଇୱାନକୁ ଜୋରଜବରଦସ୍ତ ନିଜ ଅଧିକାରକୁ ନେଇପାରେ । ଆଉ ଏସବୁ ଭିତରେ ୟୁକ୍ରେନ୍ ଓ ଆଫଗାନିସ୍ତାନରେ ନିଜ ସମ୍ମାନ ହରାଇଥିବା ଆମେରିକା ମଧ୍ୟ ନିଜ ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ସଂକେତ ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ ଖୋଲାଖୋଲି କହିଛନ୍ତି… ଯଦି ଚୀନ୍ ଆକ୍ରମଣ କରି ତାଇୱାନକୁ ନିଜ ଅଧିକାରକୁ ନେବାକୁ ଚେଷ୍ଟା କରେ ତେବେ ଆମେ ଚୁପ୍ ବସିବୁ ନାହିଁ । ଆମେ ମଧ୍ୟ ଉତ୍ତର ଦେବୁ ।

ଲିକ୍ ଅଡିଓରେ କ’ଣ କହୁଛନ୍ତି ଚୀନ୍ ସାମରିକ ଅଧିକାରୀ ?

ଖୁବଶୀଘ୍ର ତାଇବାନ ଉପରେ ଆକ୍ରମଣ କରିବ ଚୀନ । ଆମେରିକା ଯୋଗୁଁ ତାଇବାନ ଉପରେ ଅଧିକ ଅସନ୍ତୁଷ୍ଟ ହୋଇପଡ଼ିଛି ଡ୍ରାଗନ । ୟୁକ୍ରେନ ଉପରେ ଋଷ ଆକ୍ରମଣ କଲା ଭଳି ତାଇବାନ ଉପରେ ଚୀନ ଆକ୍ରମଣ କରିବା ନେଇ ବିଚାର କରୁଛି । ଜଣେ ଚୀନ ମିଲିଟାରୀ ଅଫିସରଙ୍କ ଏକ ଲିକ୍ ଅଡିଓରୁ ଏହି କଥା ସାମ୍ନାକୁ ଆସିଛି । ଅଡିଓରେ ଚୀନର ଟପ୍ ମିଲିଟାରୀ ଅଫିସରଙ୍କୁ ତାଇବାନ ବିପକ୍ଷ ଯୁଦ୍ଧ ନେଇ ରଣନୀତି ସମ୍ପର୍କରେ କହୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଅଡିଓ କ୍ଳିପଟି ୫୭ ମିନଟର । ଏଥିରେ ଚୀନର ଟପ୍ ଓ୍ୱାର ଜେନେରାଲ ତାଇବାନରେ କିଭଳି ଯୁଦ୍ଧ ଆରମ୍ଭ କରାଯିବ ଏବଂ ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି । ଅଡିଓରୁ ଜଣାପଡ଼ୁଛି ଯେ, ଚୀନର ପିପଲ୍ସ ଲିବରେସନ୍ ଆର୍ମି ସ୍ଥଳପଥର ଆକ୍ରମଣ ନେଇ ଯୋଜନା କରୁଛି । ସାଇବର ଆକ୍ରମଣ ଏବଂ ଅନ୍ତରୀକ୍ଷରେ ଥିବା ହତିଆରର ବ୍ୟବହାର ନେଇ ମଧ୍ୟ ରଣନୀତିର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସାରା ବିଶ୍ୱର ବିଭିନ୍ନ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ସକ୍ରିୟ କରିବା ନେଇ ମଧ୍ୟ ଯୋଜନା ହେଉଛି ।

ସାମାଜିକ କର୍ମୀ ଜେନିଫର ଝୋଗଂ ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ପ୍ରଥମଥର ପାଇଁ ଚୀନରେ ଜେନେରାଲସ୍ତରରେ ଟପ୍ ସିକ୍ରେଟ ମିଟିଂକୁ ରେକର୍ଡିଂ କରି ଲିକ୍ କରାଯାଇଛି । ଏଥିଲାଗି ଜଣେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ତିନ ମେଜର ଜେନରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବହୁ ଅନ୍ୟ ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଏଭଳି ଅଡିଓ ଲିକ୍ କରିବା, ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସିପିସିରେ ବିଦ୍ରୋହର ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ଦାବି କରାଯାଉଛି ଯେ, ଏହି ବୈଠକ ୧୪ ମଇରେ ହୋଇଥିଲା । ଏହାର ଅଡିଓ ପ୍ରଥମ ଥର ପାଇଁ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଲ୍ୟୁଡ୍ ମିଡିଆର କହିବା ହେଲା ଯେ,ଏହି ଅଡିଓ ସିପିସିର ଏକ ବଡ଼ ଅଧିକାରୀ ଲିକ୍ କରିଛନ୍ତି । ଯିଏ ତାଇବାନକୁ ନେଇ ଜିନ୍ ପିଙ୍ଗ୍ଙ୍କ ଉଦ୍ଦେଶ୍ୟକୁ ଉଜାଗର କରିବାକୁ ଚାହୁଁଛନ୍ତି । ଅଡିଓରେ ହୋଇଥିବା କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ, ଏହି ବୈଠକରେ ରାଜନୈତିକ ନେତୃତ୍ୱ ବ୍ୟତୀତ, ପାର୍ଟି ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ, ଗଭର୍ଣ୍ଣର ଏବଂ ଭାଇସ୍ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅଡିଓ ଏଭଳି ସମୟରେ ଆସିଛି ଯେତେବେଳେ ତାଇବାନରେ ଚୀନ ସେନାର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଖୁବ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ ମଇ ମାସରେ ତାଇବାନର ଏୟାରସ୍ପେଶରେ ଚୀନ ୬୮ ମିଲିଟାରୀ ଏୟାରକ୍ରାଫ୍ଟ ପଠାଇସାରିଛି । ଏମାନଙ୍କ ମଧ୍ୟରେ ୩୦ ଫାଇଟର ଜେଟ୍, ୧୯ ପ୍ଳେନ୍, ୯ହେଲିକପ୍ଟର ସାମିଲ । ଯାହା ତାଇବାନ ବିପକ୍ଷରେ ଚୀନ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିବା ସନ୍ଦେହକୁ ସୁଦୃଢ଼ କରୁଛି । ତାଇବାନ ଚୀନର ଦକ୍ଷିଣ ପୂର୍ବ ତଟଠାରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ । ସେ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚିତ କରେ । ଯେତେବେଳେ କି ଚୀନ ଏହାକୁ ନିଜ ପ୍ରଦେଶ ଭାବେ ବିବେଚିତ କରେ । ଏବଂ ଏହାକୁ ପୁଣି ଚୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

ବାଇଡେନଙ୍କ ବାଣୀ

ସେପଟେ ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ । ତାଇୱାନ ଉପରେ ଆକ୍ରମଣ କରିବା ଭୁଲ ଚୀନ ନକରୁ ବୋଲି ବାଇଡେନ୍ କହିଛନ୍ତି । କ୍ୱାଡ୍ ବୈଠକରେ ଯୋଗ ଦେବାପାଇଁ ଜାପାନ ଆସିଥିବା ବାଇଡେନ୍ ସିଧାସଳଖ ସାମରିକ ହସ୍ତକ୍ଷେପ କଥା କହିଛନ୍ତି । ସେ କହିଛନ୍ତି ଯେ, ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେ ସାମରିକ ହସ୍ତକ୍ଷେପ କରିବୁ ।

ବୈଠକରେ ବଇଡେନ୍ ପ୍ରଶ୍ନ କରିଥିଲେ ଯେ,ଯଦି ଚୀନ୍ ତାଇୱାନ୍ ଉପରେ ଆକ୍ରମଣ କରେ ତେବେ କ’ଣ ଆମେରିକା ସାମରିକ ହସ୍ତକ୍ଷେପ କରିବ ? ନିଜ ପ୍ରଶ୍ନର ଉତ୍ତର ଦେଇ ବାଇଡେନ୍ କହିଥିଲେ ଯେ, ଆମେ ଏହାହିଁ ପ୍ରତିଶ୍ରୁତି ଦେଇଥିଲୁ । ଆମେ ‘ଏକ ଚୀନ’ ନୀତି ଉପରେ ରାଜି ହୋଇଥିଲୁ । କିନ୍ତୁ ଏହା ଭାବିବା ଭୁଲ ହେବ ଯେ, ତାଇୱାନକୁ ବଳପ୍ରୟୋଗ କରି ନିଜ ଅଧିକାରକୁ ନିଆଯାଇ ପାରିବ । ତାଇୱାନ ବିରୋଧରେ ଚୀନର ସାମରିକ ଶକ୍ତି ପ୍ରୟୋଗ ସଂମ୍ପୂର୍ଣ୍ଣ ଅଂଚଳକୁ ଅସ୍ଥିର କରିଦେବ । ସୂଚନାଯୋଗ୍ୟ ଯେ, ତାଇୱାନ୍ ରିଲେସନ୍ ଆକ୍ଟ ଅନୁସାରେ ଆମେରିକା ତା’ର ସୁରକ୍ଷା କରିବା ପାଇଁ ବାଧ୍ୟ । ତାଇୱାନ ଆମେରିକାଠାରୁ ସାମରିକ ଉପକରଣ କିଣିଥାଏ.

china taiwan audio clipchina taiwan audio leakchina taiwan latest newschina taiwan warchina taiwan war newschina vs us taiwanchina vs usachina vs usa 2022china vs usa military power 2022china warns us on taiwanus on taiwan
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami