ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପୁରସ୍କାର ଦେବ ଚୀନ

ପାକିସ୍ତାନରେ ଇମ୍ରାନ ଖାନଙ୍କ ସମର୍ଥକଙ୍କ ହିଂସା ବିରୋଧରେ ସେନା କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛିସେନା ମାଡ଼ ଛାନିଆରେ ଇମ୍ରାନଙ୍କ ଦଳର ବଡ଼ବଡ଼ ନେତା ଇସ୍ତଫା ଉପରେ ଇସ୍ତଫା ଦେବାରେ ଲାଗିଛନ୍ତିଦଳ ଛାଡ଼ ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ,ସେନାର ଧମକ ନେତାଙ୍କୁ ଏମିତି ଡରାଇଛି ଯେ, କିଏ ଦଳ ଛାଡ଼ୁଛି ତ କିଏ ରାଜନୀତିକୁ ତୋବାତୋବା କହିଲାଣି। ଏହାରି ଭିତରେ ଇମ୍ରାନ୍ ଟ୍ୱିଟ୍ କରିଛନ୍ତି ଯେ, ପାକିସ୍ତାନରେ ଜବରଦସ୍ତିଆ ବିବାହ କଥା ଶୁଣିଥିଲି ଏବେ ନୂଆ ଟ୍ରେଣ୍ଡ୍ ଜବରଦସ୍ତ ତଲାକ ବାବଦରେ ଜାଣୁଛି। ତାଙ୍କ ଦଳର ନେତାଙ୍କୁ ଧମକାଇ ସେନା ଦଳକୁ ତଲାକ ଦେବାକୁ ବାଧ୍ୟ କରୁଛି ବୋଲି ଇମ୍ରାନ୍ ଏହି ଟ୍ୱିଟ୍ ଜରିଆରେ ଅଭିଯୋଗ କରିଛନ୍ତି। ଏଣେ ଆଇଏମଏଫ୍ ପାକିସ୍ତାନର ଏଭଳି ଅବସ୍ଥା ଦେଖି ଋଣ ଦେବ କି ନାହିଁ ଚିନ୍ତା କରିବାକୁ ଆରମ୍ଭ କଲାଣି। ଆଇଏମଏଫର ଏଭଳି ମନୋଭାବ ଦେଖି ପାକିସ୍ତାନ ସରକାର ବେଜିଂ ଶରଣ ପସିଥିବା କୁହାଯାଉଛି।

ଇମ୍ରାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନର ପୁରସ୍କାର ଦେବ ଚୀନ୍

ଶାହବାଜ ସରିଫ ସରକାରର ଆଇଏମଏଫ ଲୋନ୍ ସ୍ୱପ୍ନ ଭାଙ୍ଗିବାରେ ଲାଗିଛି। ଏହା ଭିତରେ ତାଙ୍କ ସରକାର ଦେଶକୁ ପୁରାପୁରି ଦେବାଳିଆ ହେବାରୁ ବଂଚାଇବା ପାଇଁ ଚୀନ ଶରଣ ପସିଛି। କୁହାଯାଉଛି ଯେ,ଇମ୍ରାନଙ୍କ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନକୁ ନେଇ ଚୀନ୍ ଖୁସି ଅଛିଡ୍ରାଗନ ଖୁସି ଥିବାରୁ ପାକିସ୍ତାନକୁ ବେଲଆଉଟ୍ ପ୍ୟାକେଜ୍ ଭାବେ କିଛି ଲୋନ୍ ଦେଇପାରେ। କୁହାଯାଉଛି ଯେ, ସେନା ମୁଖ୍ୟ ଅସିମ୍ ମୁନିରଙ୍କ ଚୀନ୍ ଗସ୍ତ ପରଠାରୁ ଇମ୍ରାନଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲାଇମ୍ରାନଙ୍କ ଅମଳରେ ସି ଜିନପିଙ୍ଗଙ୍କ ସ୍ୱପ୍ନର ପ୍ରୋଜେକ୍ଟ ସିପିଇସିକୁ ପାକ୍ ସରକାର ଶିତଳ ଭଣ୍ଡାରରେ ପକାଇ ଦେଇଥିଲେ। ଯାହା ଚୀନକୁ କ୍ରୋଧିତ କରିଥିଲା।

ପାକିସ୍ତାନୀ ବିଶ୍ଲେଷକଙ୍କ ଦାବି ଯେ, ଇମ୍ରାନ ଓ ଜେନରାଲ ବାଜୱା ଆମେରିକା ଇଶାରରେ ଚୀନର ସିପିଇସି ପ୍ରୋଜେକ୍ଟକୁ ଜାଣିଶୁଣି ବିଳମ୍ବ କରୁଥିଲେଜେନରାଲ ଅସିମ୍ ମୁନିରଙ୍କ ଚୀନ୍ ଗସ୍ତ ପରେ ଦୁଇ ଦେଶ ପୁଣିଥରେ ଏହି ପ୍ରୋଜେକ୍ଟକୁ ତ୍ୱାରନ୍ୱିତ କରିବାକୁ ରାଜି ହୋଇଛନ୍ତି। ଚୀନ୍ ବିଦେଶ ମନ୍ତ୍ରୀ ଖୋଲାଖୋଲି ପାକିସ୍ତାନକୁ ଘର ଅବସ୍ଥା ସୁଧାରିବାକୁ ପରାମର୍ଶ ଦେଇଥିଲେ। ଆଉ ଏହାପରେ ସେନା ସାମ୍ନାକୁ ଆସି ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଥିଲା। ଫଳରେ ଇମ୍ରାନଙ୍କ ଦଳର ବଡ଼ବଡ଼ ନେତା ଇସ୍ତଫା ଦେବା ଆରମ୍ଭ କରିଛନ୍ତି।

ଚୀନର ପ୍ରତିଶ୍ରୁତି,କରଜ ସଂକଟରେ କରିବ ସାହାଯ୍ୟ

ଚଳିତ ମାସ ଶେଷ ସୁଧା ପାକିସ୍ତାନକୁ ପାଖାପାଖି 4 ଶହ କୋଟି ଡଲାର ଋଣ ଫେରାଇବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ରାଜକୋଷରେ ଅଛି ମାତ୍ର 4.30 ଶହ କୋଟି ଡଲାର। ଇଂଲଣ୍ଡ ଖବରକାଗଜ ଫାଇନାନ୍ସିଆଲ ଟାଇମ୍ସ ଅନୁସାରେ ପାକିସ୍ତାନର ଆଶା ଯେ, ଚୀନ୍ ଆଗାମୀ ମାସରେ 2 ଶହ କୋଟି ଡଲାର ଋଣ ରୋଲ୍ ଓଭର କରିଦେବ। ଏହି ଲୋନକୁ ଆସନ୍ତା ମାସରେ ପାକିସ୍ତାନକୁ ଶୁଝିବାର ଥିଲା। ଚୀନ୍,ଜୁନ୍ ମାସରେ ପାକିସ୍ତାନକୁ 2 ଶହ କୋଟି ଡଲାର ଋଣ ଶୁଝିବାରେ ସାହାଯ୍ୟ କରିବ। ପାକ୍ ଅଧିକାରୀଙ୍କ କହିବା ହେଉଛି ଯଦି ଚୀନ୍ ଏଭଳି କରେ ତେବେ ତାଙ୍କ ଦେଶ ତତ୍କାଳ ଋଣ ଖିଲାପି ହେବାକୁ ବର୍ତ୍ତିଯିବ। ସୂଚନାଯୋଗ୍ୟ ଯେ, ଗତବର୍ଷ ଚୀନ୍ କିଛି ଲୋନକୁ ରୋଲ୍ ଓଭର କରିଦେଇଥିଲା।

imran khan new tweetpakistan army reaction on imran khanpakistan army vs imran khanpakistan china economic corridorpakistan china friendshippakistan china relationshippakistan latest newspakistan latest news todaypakistan political crisispakistan updates news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami