ପାଇଲଟ୍ ମିଳୁନାହାନ୍ତି

ପିପୁଲସ୍ ଲିବରେସନ୍ ନେଭିକୁ ଏବେ ତା’ର ଫାଇଟର ଜେଟ୍ ପାଇଁ ପାଇଲଟ୍ ମିଳୁନାହାନ୍ତି ।ଏହି ପ୍ଲେନ୍ ସବୁ ବିମାନବାହକ ପୋତରୁ ଉଡ଼ିବେ ଚୀନ କେବଳ ବିମାନବାହକ ପୋତ ପାଇଁ ଜେ-୧୫ ଜେଟ ତିଆରି କରିଛି ।ଗତ ଏକ ଦଶକ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍ ଲଢୁଆ ପାଇଲଟ୍ ଅଭାବର ସମ୍ମୁଖୀନ ହେଉଛି ।ତେଣୁ ପାଇଲଟ୍ ଟ୍ରେନିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଚୀନର ପ୍ରଥମ ବିମାନବାହକ ପୋତ ଥିଲା ଲିୟଓନିଙ୍ଗ୍ । ତେବେ ବିମାନ ବାହକ ପୋତ ପାଇଁ ଆବଶ୍ୟକ ବିଶେଷ ପ୍ରଶିକ୍ଷିତ ପାଇଲଟଙ୍କ ଅଭାବ ପାଇଁ ଏହି ପୋତ ଯୁଦ୍ଧ ପାଇଁ ପ୍ରସ୍ତୁତ ନୁହେଁ । ସେହିଭଳି ଫୁଜିଆନ୍ ମଧ୍ୟ ଚୀନର ତୃତୀୟ ତଥା ସବୁଠାରୁ ବଡ଼ ବିମାନ ବାହକ ପୋତ । ଗତ ସପ୍ତାହଠାରୁ ଏହାର ଟ୍ରାଏଲ ଆରମ୍ଭ ହୋଇଛି । କିନ୍ତୁ ଫୁଜିଆନ୍ ପାଇଁ ମଧ୍ୟ ଆବଶ୍ୟକ ସଂଖ୍ୟକ ପାଇଲଟ୍ ମିଳୁନାହାନ୍ତିଚୀନ୍ ବର୍ତ୍ତମାନ ୨ଶହ ନୌସେନା ପାଇଲଟ୍ ଆବଶ୍ୟ କରୁଛି । ଏହି ୨ଶହ ପାଇଲଟ୍ ବିମାନ ବାହକ ପୋତରୁ ୧୩୦ ଲଢୁଆ ବିମାନ ଅପରେଟ୍ କରିବେ । କିନ୍ତୁ ଚୀନ୍ ପାଖରେ ସେତିକି ସଂଖ୍ୟକ ପାଇଲଟ୍ ନାହାନ୍ତି

ପ୍ରତି ମାସରେ ନୂଆ ଯୁଦ୍ଧ ଜାହାଜ

ଚୀନ୍ ପାଖାପାଖି ପ୍ରତିମାସରେ ଗୋଟିଏ ନୂଆ ଯୁଦ୍ଧ ଜାହାଜ ନିଜ ନୌସେନାରେ ସାମିଲ କରୁଛି ।ସମୁଦ୍ର ଶକ୍ତିରେ ଆମେରିକାର ସମକକ୍ଷ ହେବା ଚୀନର ଲକ୍ଷ୍ଯ ଚୀନର ନୂଆ ବିମାନ ବାହକ ପୋତ ଫୁଜିୟାନ୍ ଇଲେକ୍ଟ୍ରୋମ୍ୟାଗନେଟିକ୍ କ୍ୟାଟାପୁଲେଟ୍ସ ଭଳି ଆଡଭାନ୍ସ ଟେକ୍ନୋଲୋଜି ବ୍ୟବହାର କରିଛି । ଆମେରିକାର ଗେରାଲ୍ଡ ଆର ଫୋର୍ଡ ଏୟାରକ୍ରାଫ୍ଟ କ୍ୟାରିୟରର ଏହା ସମକକ୍ଷଚୀନର ସରକାର ସମର୍ଥକ ମିଡିଆ ଅନୁସାରେ ଆମେରିକାର ସମକକ୍ଷ ହେବା ପାଇଁ ଚୀନ୍ ଅଧିକରୁ ଅଧିକ ଏୟାରକ୍ରାଫ୍ଟ କ୍ୟାରିୟର ଲଂଚ୍ କରିବାକୁ ଚାହୁଁଛି । ଅଧିକ ବିମାନ ବାହକ ପୋତ ତିଆରି କରିବାର କ୍ଷମତା ତ’ ଚୀନ୍ ପାଖରେ ଅଛି କିନ୍ତୁ ଲଢୁଆ ବିମାନ ଚଳାଇବାକୁ ପାଇଲଟ୍ ନାହାନ୍ତି ।

ସୂଚନାଯୋଗ୍ୟ ଯେ,ଏୟାର କ୍ରାଫ୍ଟ କ୍ୟାରିୟରରେ ଜଣେ ପାଇଲଟ୍ ଙ୍କ ଟ୍ରେନିଂ ଓ ଏୟାକ୍ରାଫ୍ଟ ଡିଜାଇନିଂ ଗୁରୁତ୍ୱ ରଖେ । ବିମାନବାହକ ପୋତରେ ଲଢୁଆ ବିମାନ ଅବତରଣ କରିବା ଓ ଟେକ୍ ଅଫ୍ କରିବା ଏକ ଜଟିଳ ବ୍ୟପାର ହୋଇଥାଏ । କୌଣସି ଦେଶ ଏହି ଟେକ୍ନୋଲଜିକୁ କାହା ସହିତ ସେୟାର କରିନଥାଏ ଚୀନ ଏୟାରକ୍ରାଫ୍ଟ କ୍ୟାରିୟର ତିଆରି କରୁଛି ସତ କିନ୍ତୁ ଲଢୁଆ ବିମାନକୁ ଏହା ଉପରେ ଅବତରଣ କରାଇବାର ପୁରା ଟେକ୍ନୋଲଜି ହାସଲ କରିବାରେ ବିଫଳ ହୋଇଛି ।ଏହା ସହିତ ଜେ-୧୫ ଲଢୁଆ ବିମାନର ଓଜନ ମଧ୍ୟ ଅଧିକ ଏସବୁ ଚୀନ୍ ପାଇଁ ମୁଣ୍ଡବିନ୍ଧାର କାରଣ ହେବାରେ ଲାଗିଛି

china air force fighter jetschina aircraft fighter jetschina aircraft fujianchina airlines latest newschina airlines updatechina fighter jet newschina fighter jet productionchina governmentchina j 15 fighter jetchina's third aircraft carrier fujianchinese fighter jet pilot
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami