ଚୀନ କଣ ପାଇଁ ଭାଙ୍ଗୁଛି ମସଜିଦ୍ ଗୁମ୍ବଜ ?

କିଛି ଦିନ ତଳେ ଦକ୍ଷୀଣ ପଶ୍ଚିମ ଚୀନରେ ଗୋଟିଏ ମସଜିଦକୁ ବଂଚାଇବା ପାଇଁ ମୁସଲମାନ ମାନେ ମାନବ ଶୃଙ୍ଖଳ ବନାଇଥିଲେ। ସେମାନେ ଏହି ମସଜିଦର ସ୍ୱରୁପ ବଦଳାଇବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିଥିଲେ। ୟୁନାନ୍ ପ୍ରଦେଶର ନଜିୟାୟିଂଗ୍ ଗ୍ରାମରେ ଥିବା ଏହି ମସଜିଦର ସମ୍ପର୍କ ହୁଇ ସମ୍ପ୍ରଦାୟ ସହିତ ରହିଛିସ୍ଥାନୀୟ ପ୍ରଶାସନ ମସଜିଦର ମିନାର ଓ ଗୁମ୍ବଜ ଭାଙ୍ଗିବାକୁ ଆସିଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁସଲିମଙ୍କ ଚୀନିକରଣ ନୀତି ଅନ୍ତର୍ଗତରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲେ।

କଣ ପାଇଁ ମିନାର ଓ ଗୁମ୍ବଜ ଉପରେ ଚୀନର ନଜର?

ଚୀନ୍ ଇସଲାମକୁ ନିଜ ହିସାବରେ ବଦଳାଇବାକୁ ଚାହୁଁଛି। ଚୀନ୍ ନିଜ ଦେଶର ମୁସଲିମଙ୍କୁ ଅଲଗା ଭାବରେ ଦେଖିବାକୁ ଚାହୁଁନାହିଁ । ତେଣୁ ଏହା ନିଜ ମୁସଲିମ୍ ନାଗରିକଙ୍କୁ ଦାଢି ରଖିବାକୁ ବାରଣ କରିଛି। ଏହା ସହିଜ ମସଜିଦରେ ସାମୁହିକ ନମାଜ ପଢିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିଛି। କେବଳ ଏତିକି ନୁହେଁ ଚୀନ୍ ମୁସଲିମ୍ ସ୍ଥାପତ୍ୟକଳାକୁ ମଧ୍ୟ ପସନ୍ଦ କରୁନାହିଁମସଜିଦର ଢାଂଚା ଚୀନ ନେତାଙ୍କ ଚକ୍ଷୁଶୀଳ ହେଉଛି। ତେଣୁ ସେମାନେ ମସଜିଦର ମିନାର ଓ ଗୁମ୍ବଜ ଭାଙ୍ଗୁଛନ୍ତି।

ସିଏନଏନର ଖବର ଅନୁସାରେ ଜିନପିଙ୍ଗଙ୍କ ଏହି ନୀତିର ଉଦ୍ଦେଶ୍ୟ ବିଦେଶୀ (ଆରବ ଦେଶ)ଙ୍କ ପ୍ରଭାବ ବିଶିଷ୍ଟ ଧାର୍ମିକ ମାନ୍ୟତାକୁ ଦୂର କରିବା ଓ ସେମାନଙ୍କୁ ପାରମ୍ପାରିକ ଚିନ ସଂସ୍କୃତି ପାଖକୁ ଆଣିବା।ହୁଇ ମୁସଲିମଙ୍କ ଅନୁସାରେ ନାଜିୟାୟିଂଗ୍ ମସଜିଦ୍ ସେହି ଅଳ୍ପ କେତୋଟି ମସଜିଦ ମଧ୍ୟରୁ ଗୋଟିଏ ଯାହାର ମିନାର ଓ ଗୁମ୍ବଜ ଏପର୍ଯ୍ୟନ୍ତ ବଂଚିଥିଲାମସଜିଦର ମିନାର ଓ ଗୁମ୍ବଜ ଭାଙ୍ଗି ଚୀନ୍ ଇସଲାମିକ୍ ସ୍ଥାପତ୍ୟ କଳାକୁ ବଦଳାଉଛି ବୋଲି ହୁଇ ମୁସଲିମଙ୍କ ଅଭିଯୋଗ।

ମୁସଲିମଙ୍କ ଉପରେ କଠୋର ପ୍ରତିବନ୍ଧକ

ହୁଇ ମୁସଲିମଙ୍କ ଅଭିଯୋଗ ଯେ, ଚୀନ୍ ସରକାର ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ଧାର୍ମିକ ପ୍ରଥାକୁ ପ୍ରତିବନ୍ଧିତ କରିବାକୁ ଉଦ୍ୟମ କରିଛନ୍ତିଇସଲାମିକ ସ୍କୁଲ,ଆରବୀ କ୍ଲାସକୁ ବନ୍ଦ କରିବାକୁ ଓ ପିଲାଙ୍କୁ ଇସଲାମ ଶିଖିବା ଓ ତାକୁ ଅନୁସରଣ କରିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ଦୁଇ ଶହରୁ ଅଧିକ ମସଜିଦର ଗୁମ୍ବଜ ଓ ମିନାରକୁ ଭାଙ୍ଗି ଦିଆଯାଇଛି ଦେଶର ଉତ୍ତର ପଶ୍ଚିମରେ ଥିବା ଏକହଜାରରୁ ଅଧିକ ମସଜିଦ ଚୀନ ସରକାରର ଦମନଲୀଳାର ଶିକାର ହୋଇଛନ୍ତି।

ପାକିସ୍ତାନ ଓ ଆରବ ରାଷ୍ଟ୍ର ଚୁପ୍

ଭାରତରେ ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ଅଭିଯୋଗ କରୁଥିବା ପାକିସ୍ତାନ ଓ ଆରବର ମୁସଲିମ୍ ରାଷ୍ଟ୍ର ଗୁଡିକ କିନ୍ତୁ ଚୀନର ଏହି ଅତ୍ୟାଚାରକୁ ନେଇ ନିରବତା ଅବଲମ୍ବନ କରିଛନ୍ତି। ଚୀନର ସାମରିକ ଓ ଆର୍ଥିକ ଶକ୍ତି ଆଗରେ ସେମାନେ ମୁଣ୍ଡ ନୁଆଁଇଛନ୍ତି।

china destroyed mosquechina masjid demolitionchina masjid demolition reactionchina masjid newschina mosque demolitionchina mosque demolition newschina mosque demolition protestchina mosque demolition reactionchina mosque newsmosque demolished in china
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami