ମୁଖ୍ୟମନ୍ତ୍ରୀ ହେବାର ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରତିଶ୍ରୁତି ପାଳନ କଲେ ରେବନ୍ତ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୫୪ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ସେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ମିନିଟ ପରେ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନ ବାହାରେ ଲୁହା ବ୍ୟାରିକେଡ ହଟାଇ ଦେଇଥିଲେ ।

ସିଏମ କାର୍ଯ୍ୟାଳୟ ସବୁବେଳେ ଲୋକଙ୍କ ପାଇଁ ଖୋଲା

ନିର୍ବାଚନ ପ୍ରଚାର ସମୟରେ ରେବନ୍ତ ଜନସାଧାରଣଙ୍କୁ କହିଥିଲେ, ରାଜ୍ୟରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ବାସଭବନରୁ ବ୍ୟାରିକେଡ ହଟାଇବେ । କାରଣ ସିଏମ କାର୍ଯ୍ୟାଳୟ ସବୁବେଳେ ଜନସାଧାରଣଙ୍କ ପାଇଁ ଖୋଲା ରହିବ । ସେଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଗୁରୁବାର ରେବନ୍ତ କେ.ଚନ୍ଦ୍ରଶେଖର ରାଓଙ୍କ ସ୍ଥାନ ନେଇଥିଲେ । ଚନ୍ଦ୍ରଶେଖର ରାଓ ୨୦୧୪ରୁ ତେଲେଙ୍ଗାନାର ସିଏମ ଥିଲେ ।

କଂଗ୍ରେସ ରାଜନୀତିରେ ରେବନ୍ତ ବେଶ୍ ପରିଚିତ

ରେବନ୍ତ ରେଡି ତେଲେଙ୍ଗାନା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୨୧ରେ ତେଲେଙ୍ଗାନା ପିସିସି ଭାବେ ଦାୟିତ୍ୱ ନେଇଥିଲେ । ଏହା ପୁର୍ବରୁ ସେ ତେଲୁଗୁ ଦେଶମ ପାର୍ଟିରେ ଥିଲେ । ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି୍ ରେବନ୍ତ । ରାଜ୍ୟରେ କଂଗ୍ରେସର ବିପୁଳ ବିଜୟରେ ସମସ୍ତ କ୍ରେଡିଟ ରେବନ୍ତଙ୍କୁ ମିଳିଛି । ବିଆରଏସକୁ ଗାଦିଚ୍ୟୁତ କରିବାରେ ରେବନ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିଜର ଜବରଦସ୍ତ ପ୍ରଚାର ଲାଗି ସେ କଂଗ୍ରେସ ରାଜନୀତିରେ ବେଶ ପରିଚିତ ।

chief minister revanth reddycm revanth reddy fulfilled his promisetelelngana cm revanth reddy
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami