ଭାରତ-ଋଷ ବନ୍ଧୁତାର ପ୍ରତିଶୋଧ ପାଇଁ ଖଲିସ୍ତାନୀଙ୍କୁ ସମର୍ଥନ କରୁଛି ବ୍ରିଟେନ୍ !

ଖଲିସ୍ତାନୀ ବିଛିନ୍ନତାବାଦୀ ଅମୃତପାଲ ସିଂହ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଟେନ ରାଜଧାନୀ ଲଣ୍ଡନରେ ଭାରତୀୟ ହାଇକମିଶନ ଅଫିସ ଉପରେ ଖଲିସ୍ତାନ ସମର୍ଥକ ଆକ୍ରମଣ କରିଥିଲେ । ସେମାନେ ଭାରତୀୟ ଜାତୀୟ ପତାକାର ଅପମାନ ମଧ୍ୟ କରିଥିଲେ । ଏହା ସବୁ ବ୍ରିଟେନର ନିରବ ସମର୍ଥନରେ ହୋଇଥିବା କୁହାଯାଉଛି ଭାରତ ସରକାରଙ୍କ କଠୋର ପ୍ରତିକ୍ରିୟା ପରେ ବ୍ରିଟେନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ ଭାରତ ନୂଆଦିଲ୍ଲୀ ସ୍ଥିତ ବ୍ରିଟିଶ ଦୂତାବାସର ସୁରକ୍ଷା ବ୍ୟବସ୍ଥାରୁ କିଛି ସୁରକ୍ଷାକର୍ମୀଙ୍କୁ ହଟାଇ ଦେଇଥିଲା । ଯାହାକୁ ଭାରତର ପ୍ରତିକ୍ରିୟା ଭାବେ ଦେଖିଥିଲା ବ୍ରିଟେନ ଖଲିସ୍ତାନୀଙ୍କୁ ନେଇ ବ୍ରିଟେନର ଏହି ନୀତିର ମୁଳଦୁଆ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅମଳରେ ପଡ଼ିଥିଲାୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଭାରତ ନିନ୍ଦା ନକରିବା ଏବଂ ଆର୍ଥିକ ପ୍ରତିବନ୍ଧକ ସତ୍ୱେ ଋଷ ଠାରୁ ତେଲ ଆମଦାନୀ କରିବା ନେଇ ବ୍ରିଟେନ ଭାରତ ଉପରେ ଉତକ୍ଷିପ୍ତ ଥିଲାଭାରତକୁ ବୁଦ୍ଧି ଶିଖାଇବା ପାଇଁ ଖଲିସ୍ତାନୀଙ୍କୁ ବ୍ରିଟେନ ସମର୍ଥନ ଦେବାକୁ ନିଷ୍ପତି ନେଇଥିଲା ବୋଲି କୁହାଯାଉଛି

ଜନସନଙ୍କ ଷଡ଼ଯନ୍ତ୍ର

ବୋରିସ ଜନସନ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଖଲିସ୍ତାନ ଦାବିକୁ ନେଇ ବ୍ରିଟେନ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଥିଲେ । ଆଉ ଏହା ସହିତ ଖଲିସ୍ତାନୀ ବ୍ରିଟେନକୁ ନିଜ ଆଡ୍ଡା ଭାବେ ଭାବିନେଇଥିଲେ ୟୁକ୍ରେନ ଯୁଦ୍ଧ ପରେ ଭାରତ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଆହ୍ୱାନ କରିଥିଲା ଓ ଋଷକୁ ନିନ୍ଦା କରିବାରୁ ବିରତ ରହିଥିଲା । ଏହା ପରେ ବ୍ରିଟେନ ପଟୁ ଏଭଳି ସଂକେତ ଆସିଥଇଲା ଯେ,ସେମାନେ ଖଲିସ୍ତାନକୁ ନେଇ ନିଜ ଆଭିମୁଖ୍ୟ ବଦଳାଇବେ । ଏହାଯୋଗୁ ଜର୍ମାନୀ ଓ କାନାଡା ପରେ ବ୍ରିଟେନ ଖଲିସ୍ତାନୀଙ୍କ ଆଡ୍ଡା ବନିବ ସମ୍ଭବାନା ସୃଷ୍ଟି ହୋଇଥିଲା ।

ଖଲିସ୍ତାନୀ ଜଗତାର ସିଂହ ମାମଲା ଉଠାଇଥିଲା ବ୍ରିଟେନ

ୟୁକ୍ରେନ ଯୁଦ୍ଧ ଆରମ୍ଭର ୪ ମାସ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜଗତାର ସିଂହ ଜୋହଲ ଗିରଫଦାରୀ ପ୍ରସଙ୍ଗ ଉଠାଇଥଇଲେ । ସେ ତାଙ୍କ ଦେଶର ବିରୋଧୀ ଦଳ ନେତା କେଇର ଷ୍ଟ୍ରୋମରଙ୍କୁ ପତ୍ର ଲେଖି କହିଥିଲେ ଯେ, ଜାଣିଶୁଣି ଜଗତାରଙ୍କୁ ଭାରତୀୟ ଜେଲରେ ରଖାଯାଇଛି ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୭ରେ ଜଗତାରକୁ ପୋଲିସ ଭାରତରେ ଗିରଫ କରିତିଲାଖଲିସ୍ତାନ ଲିବରେସନ୍ ଫୋର୍ସ ସହିତ ତା’ର ସମ୍ପର୍କ ଥିବା ଅଭିଯୋଗ ହୁଏପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଗତାର ଗିରଫଦାରୀ ବାବଦରେ କହିଥିବା ଜନସନ୍ ପତ୍ରରେ ଉଲ୍ଲେଖ କରିଥିଲେ

ପାକିସ୍ତାନ ଯାଇଥିଲେ ବ୍ରିଟିଶ ଶିଖ ସୈନିକ

୨୦୨୨ ୩୦ ଜୁନରେ ବ୍ରିଟେନ ସେନାର ଶିଖ ସୈନିକଙ୍କୁ ପାକିସ୍ତାନ ପଠାଯାଇଥିଲା । କେବଳ ଏତିକି ନୁହେଁ ଡିଫେନସ୍ ସିଖ ନେଟୱର୍କର ଜରିଆରେ ବ୍ରିଟିଶ ଶିଖ ସୈନିକ ପାକିସ୍ତାନର ତତ୍କାଳୀନ ସେନାମୁଖ୍ୟ କମର ଜାଭେଦ ବାଜୱାଙ୍କୁ ସାକ୍ଷାତ କରିଥିଲେ । ସୂଚନାଯୋଗ୍ୟ ଯେ, ବ୍ରିଟିଶ ଶିଖ ସୈନିକ ଡିଫେନସ ସିଖ ନେଟୱର୍କ ଜରିଆରେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଗରେ ନିଜ କଥା ରଖିଥାନ୍ତିବିନା ବ୍ରିଟିଶ ସରକାରଙ୍କ ଅନୁମତିରେ ଶିଖ ସୈନିକ ପାକିସ୍ତାନ ଯିବା ସମ୍ଭବ ନଥିଲା । ଏହି ସଂଗଠନ ଗତ ବର୍ଷ ଜୁନ ୬ ତାରିଖ ଦିନ ଅପରେସନ ବ୍ଲୁ ଷ୍ଟାରକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ତେଣୁ ବ୍ରିଟେନରେ ସିଖ ଆତଙ୍କବାଦୀଙ୍କୁ ବ୍ରିଟେନର ପରୋକ୍ଷ ସମର୍ଥନ ଥିବା ସ୍ପଷ୍ଟ ହେଉଛି

india russia current affairsindia russia friendship newsindia russia friendship reactionindia russia friendship statusindia russia relations world affairsindia russia trade world affairsindia russia world affairsindia support russia statusindia-russia friendshipkhalistani latest news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami