ସ୍କୁଲ ନାମରେ ବହି ଦୋକାନ, କେମିତି ଶିକ୍ଷାର ହେଲାଣି ବଜାରୀକରଣ

ଆଜିକା ସମୟରେ ପ୍ରତିଯୋଗିତା ବଢିବାରେ ଲାଗିଛି। ସେଥିପାଇଁ ଜଣେ ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ଥିବା ନିହାତି ଦରକାର । ଖାସ୍ ସେଥିପାଇଁ ଆଜିକା ଯୁଗରେ ପିତା-ମାତା ପିଲାମାନଙ୍କୁ ଉଚ୍ଚକୋଟିର ଶିକ୍ଷା ଦେବାକୁ ଚାହୁଁଛନ୍ତି । ଏଭଳିସ୍ଥଳେ ଇଂରାଜୀ ମାଧ୍ୟମ ସ୍କୁଲ ଓ ପ୍ରାଇଭେଟ୍ ସ୍କୁଲର ଡିମାଣ୍ଡ ବଢୁଛି

ତେବେ ପୂର୍ବରୁ ସ୍କୁଲ ଗୁଡିକ ଶିକ୍ଷାର ମନ୍ଦିର ବୋଲାଉଥିବା ବେଳେ କିଛି ଲୋକଙ୍କ ପାଇଁ ବିଜନେସ୍ ପାଲଟିଗଲାଣି । ପିଲାଟି ସ୍କୁଲରେ ଆଡମିଶନ ନେଲା ମାତ୍ରେ ତା’ର ସବୁ ଦାୟିତ୍ୱ ନେଉଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷପିଲାର ବହି ଖାତା ଠୁ ଆରମ୍ଭ କରି ୟୁନିଫର୍ମ ଯାଏଁ ସବୁ ସ୍କୁଲରୁ ମିଳିଯାଉଛି । ଖାଲି ଏତିକି ନୁହେଁ କେତେକ ସ୍କୁଲରେ ପିଲାଙ୍କ ଖାଦ୍ୟପେୟକୁ ନେଇ ମଧ୍ୟ ତାଲିକା ଦିଆଯାଉଛି । ତେବେ ପିତାମାତା କେବଳ ଯାହା ଅର୍ଥ ଖର୍ଚ୍ଚ କରୁଛନ୍ତି।

ଏହାବ୍ୟତୀତ ଇଂରାଜୀ ମାଧ୍ୟମ ସ୍କୁଲରେ ଆଡମିଶନ ବ୍ୟତୀତ ବିଭିନ୍ନ ଉପାୟରେ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନିଆଯାଉଛି। ଏଇ ଯେମିତି ଆଡମିଶନ ପରେ ଗୋଟେ ପିଲାକୁ ବହି, ଖାତା ଠାରୁ ଆରମ୍ଭ କରି ୟୁନିଫର୍ମ, ଜୋତା, ମୋଜା ଆଦି ମିଳୁଛି। କିନ୍ତୁ ଖାସ୍ କଥା ହେଉଛି ୟୁନିଫର୍ମ ଓ ଜୋତା ଆଦିକୁ ଆପଣ ଚାହିଁଲେ ତା’ ପରବର୍ଷ ବ୍ୟବହାର କରିପାରିବେନି । କାରଣ ପ୍ରତିବର୍ଷ ଏସବୁଥିରେ କିଛିନା କିଛି ପରିବର୍ତ୍ତନ କରାଯାଇଥାଏ । ଏପରିକି ଆପଣ ଚାହିଁଲେ ନିଜ ବହି ମଧ୍ୟ ଅନ୍ୟ କୌଣସି ପିଲାକୁ ଦେଇପାରିବେନି । ଯଦିଓ ସବୁ ବର୍ଷ ବହି ବଦଳେ ନାହିଁ, ତଥାପି ପ୍ରତିବର୍ଷ ବହିର କିଛି କିଛି ଚାପ୍ଟରକୁ ବଦଳାଯାଇଥାଏ । ଯାହା ଫଳରେ ଅଭିଭାବକଙ୍କୁ ପ୍ରତିବର୍ଷ ସବୁ ନୂଆ କିଣିବାକୁ ପଡେ।

ଆଜିକା ସମୟରେ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଗୋଟେ ଭଲ ଲାଇଫଷ୍ଟାଇଲ୍ ପାଇଁ ଅନେକ ପରିଶ୍ରମ କରିବାକୁ ପଡୁଛି ପିତାମାତାଙ୍କୁ। ଆଉ ଏପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମାନି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ… ତେବେ ଆସନ୍ତୁ ଜାଣିବା ସ୍କୁଲରୁ କିଭଳି ହୋଇଥାଏ ବିଜନେସ୍….

ଦିଲ୍ଲୀ ଅଭିଭାବକ ସଂଘର ଅଧ୍ୟକ୍ଷ ଅପରାଜିତା ଗୌତମ କୁହନ୍ତି, ଏବେ ଭଲ୍ ସ୍କୁଲରେ ପିଲାଙ୍କୁ ପଢାଇବା କଷ୍ଟକର ହୋଇପଡିଲାଣି । ଅନେକ ସ୍କୁଲ୍ ନିଜେ ହିଁ ବହି ଛାପୁଛନ୍ତି । ଯେମିତିକି ଗୋଟେ ପ୍ରିଣ୍ଟିଂ ପ୍ରେସ୍ ବହି ଛାପିବା ପାଇଁ ଗୋଟେ ବହି ପିଛା ୪୦ ଟଙ୍କା ନେଉଛି । କିନ୍ତୁ MRPରେ ସ୍କୁଲ୍ କହୁଥିବା ଅନୁସାରେ ମୂଲ୍ୟ ଛପାଯାଇଥାଏ

ଉପରେ ଦିଆଯାଇଥିବା ରସିଦ୍ ଅନୁସାରେ ଏନସିଇଆରଟିରୁ ବହି କିଣିଲେ ମାତ୍ର ୫୦୦ ଟଙ୍କା ଦେବାକୁ ପଡୁଛି । କିନ୍ତୁ ସେହି ବହି ସବୁ ସ୍କୁଲରୁ କିଣିଲେ ଦେବାକୁ ପଡୁଛି ୪ ହଜାର ଟଙ୍କା । ଏଥିରେ ଆପଣ ନିଜେ ହିଁ ଅନୁମାନ କରିପାରିବେ କେତେ ଲାଭ ହେଉଥିବ

ବହି ଖାତାରେ କାହିକିଁ ସ୍କୁଲର ଲୋଗୋ?

ୟୁନିଫର୍ମ ଓ ବହିରେ ସ୍କୁଲର ଲୋଗୋ ରହୁଥିବା ବେଳେ ଖାତାରେ ମଧ୍ୟ ବ୍ରାଣ୍ଡ୍ ଲୋଗୋ ରହୁଛି । କାରଣ ପ୍ୟାରେଣ୍ଟସ୍ ଚାହିଁଲେ ବି ବାହାରୁ ଖାତା କିଣିପାରିବେ ନାହିଁ । କାରଣ ଯେଉଁ ଖାତା ବାହାରେ ୩୦ରୁ ୩୨ ଟଙ୍କାରେ ମିଳୁଛି, ସେହି ଖାତା ସ୍କୁଲରୁ ନେଲେ ୪୦ ଟଙ୍କା ପଡିବ । ଯେଉଁଥିରେ କୌଣସି ଡିସକାଉଣ୍ଟ ମିଳେନାହିଁ

ଏମିତି ଜଣେ ଅଭିଭାବକଙ୍କ କହିବାନୁଯାୟୀ, ନବମ ଶ୍ରେଣୀରେ ପଢୁଥିବା ତାଙ୍କ ପୁଅକୁ ଏକ ରେଜିଷ୍ଟର ନେବାକୁ ଥିଲା। ଯାହାର ଦାମ୍ ବାହାରେ ୬୦ ଟଙ୍କା ରହିଥିଲା । କିନ୍ତୁ କେବଳ ସ୍କୁଲର ବ୍ରାଣ୍ଡ୍ ଓ ଲୋଗୋ ପାଇଁ ସେ ୩୫୦ ଟଙ୍କା ଦେଇ ସ୍କୁଲରୁ କିଣିବାକୁ ବାଧ୍ୟ ହେଲେ ।

ଖାଲି ଏତିକି ନୁହେଁ ଆଜିକାଲି ସ୍କୁଲ୍ ଗୁଡିକରେ ବହି କଭର ଓ ନେମ୍ ଷ୍ଟିକର ମଧ୍ୟ ମିଳୁଛି। ଯାହାର ଦାମ୍ ବାହାର ଅପେକ୍ଷା ଅଧିକ ରହିଥାଏ ।

private school bookprivate school businessprivate school business modelprivate school business planprivate school feesprivate school fees hikeprivate school fees in indiaprivate school modelprivate school update newsprivate school vs government schoolschool fees payment system
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami