ସମ୍ବଲପୁର ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଧାୟକ

ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଛି ରାଜ୍ୟ ପଦ୍ମ ପାର୍ଟିର ଭିତିରି କନ୍ଦଳ । ଚର୍ଚ୍ଚା ସୃଷ୍ଟି କରିଛି ବିଜେପି ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଳିସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସଙ୍ଗିନ୍ ବୟାନବାଜି ରଖିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ତାଙ୍କ ନିର୍ବାଚନମଣ୍ଡଳୀରେ ନିଜ ଲୋକପ୍ରିୟତା ହରାଇଥିବା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି । ଏପରିକି ବିଧାୟକ ଅବା ସାଂସଦ ପାଇଁ ଛିଡା ହେବା ଯୋଗ୍ୟତା ଆଉ ଗଙ୍ଗଦେବଙ୍କର ନାହିଁ ବୋଲି ବିଜେପି ବିଧାୟକ କହିଛନ୍ତି । ବିଧାୟକ ପାଣିଗ୍ରାହୀ ଏପରି ବି କହିଛନ୍ତି ଯେ, ନିଜ ସ୍ତ୍ରୀଙ୍କ ଦ୍ୱାରା ଗୃହ ବନ୍ଦୀ ହୋଇ ରହିଛନ୍ତି ସମ୍ବଲପୁର ସାଂସଦ । ଆମ ସାଂସଦ ତାଙ୍କ ଲୋକପ୍ରିୟତା ହରାଇସାରିଲେଣି । ସେ ସାଂସଦରେ ଛିଡା ହେଲେ ହାରିବେ । ବିଧାୟକ ଛିଡା ହେଲେ ବି ହାରିବେ । ସେ ଯଦି ଛିଡା ହୁଅନ୍ତି, ତେବେ ହାରିବା ପକ୍କା ।

ସାଂସଦ ଲୋକମାନଙ୍କ ପାଖକୁ ଆଉ ଗଲେ ନାହିଁ । ଲୋକଙ୍କ କୌଣସି କାମ କଲେ ନାହିଁ । ଲୋକେ ତାଙ୍କୁ ଘୃଣା କରୁଛନ୍ତି । ସ୍ୱାମୀ- ସ୍ତ୍ରୀ ଭିତରେ ଲଢ଼େର ଯୋଗୁ ନିଜ ଲୋକପ୍ରିୟତା ବି ହରାଇଛନ୍ତି ସାଂସଦ । ତେଣୁ ସେ ଆଗାମୀ ନିର୍ବାଚନରେ ଛିଡା ନ ହେବା ଭଲ ବୋଲି କହିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ରାଜ୍ୟ ବିଜେପି, ଖାସ୍ କରି ସମ୍ବଲପୁରର ଦୁଇ ଦଳୀୟ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଉତ୍କଟ ହୋଇଥିବା କନ୍ଦଳ ଯୋଗୁ ଏବେ ଜିଲ୍ଲାରେ ପଦ୍ମଗାଡ଼ିଆ ଅପଦସ୍ଥ ହେବା ସ୍ଥିତିକୁ ଆସିଛି । ଆଗାମୀ ଦିନରେ ଏହାର ପ୍ରଭାବ ଦଳୀୟ ଭୋଟ୍ ରାଜନୀତି ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ସେପଟେ ନୀତିଶ ଗଙ୍ଗଦେବଙ୍କୁ ଆଉ ସମ୍ବଲପୁରରୁ ବିଜେପି ସାଂସଦ ପ୍ରାର୍ଥୀ କରିବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । କାରଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଆସନ୍ତା ନିର୍ବାଚନରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଦଳୀୟ ମହଲରେ ଏକପ୍ରକାର ସ୍ଥିର ହୋଇଥିବା କୁହାଯାଉଛି । ତେଣୁ ଧର୍ମେନ୍ଦ୍ରଙ୍କ ସମ୍ଭାବ୍ୟ ପ୍ରାର୍ôଥତ୍ୱକୁ ଦୃଷ୍ଟିରେ ରଖି ମୁକୁ ଭାଇ କ୍ୟାମ୍ପର ପ୍ରୋତ୍ସାହନରେ ବିଧାୟକ ସୁବାସ ପାଣଗ୍ରାହୀ ଏବର ସାଂସଦ ନୀତେଶ ଗଙ୍ଗଦେବଙ୍କୁ ଶବ୍ଦବାଣରେ ଆକ୍ରମଣ କରିଥିବା ପଲିଟିକାଲ୍ କରିଡରରେ ଚର୍ଚ୍ଚା ହେଉଛି

poltical newspoltical story
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami