ମୁଖ୍ୟମନ୍ତ୍ରୀ ରେସରେ ଆଗରେ ସୁରେଶ ପୂଜାରୀ

ଭୁବନେଶ୍ୱର : ରାଜ୍ୟରେ ଇତିହାସ ସୃଷ୍ଟି ହେବାସହିତ ବଦଳିବାକୁ ଯାଉଛନ୍ତି ଶାସକ। ତେଣୁ ଆଗକୁ ଶାସନର ଢା଼ଞ୍ଚା ବଦଳିବା ନେଇ ହେଲାଣି ପୂର୍ବାନୁମାନ । ସବୁଠି ଗୋଟିଏ ଚର୍ଚ୍ଚା, କିଏ ନେବେ ନୂଆ ସରକାରର ନେତୃତ୍ୱ । କାହା ମୁଣ୍ଡରେ ସୁନାକଳସ ଢାଳିବା ହାତୀ । ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ନେଇ ଜାରି ରହିଛି ସସ୍ପେନ୍ସ । ଏହାରି ଭିତରେ ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସୁରେଶ ପୂଜାରୀଙ୍କ ନାଁ ସିଏମ୍ ରେସ ର ସବୁଠୁ ଆଗରେ ଥିବା ଆଲୋଚନା ହେଉଛି। ସାମାଜିକ ଗଣମାଧ୍ୟମରେ ବେଶ୍ କିଛି ଦିନ ଧରି ବର୍ତ୍ତମାନର ସି.ଏ.ଜି. ତଥା ଜମ୍ମୁକଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ମୁର୍ମୁଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌ଼ଡ଼ରେ ଥିବାନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏକ ଅସମର୍ଥିତ ସୂତ୍ର କହୁଛି ଯେ ଓଡ଼ିଶାରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଯିଏ ବି ହୁଅନ୍ତୁ , କିନ୍ତୁ ପ୍ରଶାସନିକ ମହଲ ଅର୍ଥାତ୍ ପାୱାର୍ କରିଡରର ରିମୋଟ , ଏହି ଓଡ଼ିଆ ଆଇଏଏସ୍ ତଥା ମୟୂରଭଞ୍ଜର ପୁଅ ଗିରିଶ ମୁର୍ମୁଙ୍କ ହାତରେ ରହିବ। ସୂତ୍ରର ତଥ୍ୟ ଅନୁସାରେ ଏବେ ଦେଶର ସିଏଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଶ୍ରୀଯୁକ୍ତ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକଦମ୍ ବିଶ୍ୱସ୍ତ ତଥା ସଫଳ କ୍ରାଇସିସ୍ ମ୍ୟାନେଜର୍ । ତେଣୁ ସୂତ୍ରର ତଥ୍ୟ ଅନୁସାରେ, ରାଜ୍ୟର ଅନଭିଜ୍ଞ ନୂତନ ସରକାରର ପ୍ରଶାସନିକ ମହଲର ନିୟନ୍ତ୍ରଣ ଶ୍ରୀଯୁକ୍ତ ମୁର୍ମୁଙ୍କ ହାତରେ ରହିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଚର୍ଚ୍ଚା ଅନୁସାରେ, ପଶ୍ଚିମ ଓଡ଼ିଶାର ଅଭିଜ୍ଞ ନେତା ସୁରେଶ ପୂଜାରୀ ନୂଆ ସରକାରର ନେତୃତ୍ୱ ନେଇପାରନ୍ତି ଏବଂ ତାଙ୍କ ସହିତ ୨ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ମଧ୍ୟ ବାହାରିପାରେ। ଦଳୀୟ ସାଂଗଠନିକ ସନ୍ତୁଳନ ଦୃଷ୍ଟିରୁ ଉପକୂଳ ଓ ଦକ୍ଷିଣରୁ ୨ ସମ୍ଭାବ୍ୟ ଡେପୁଟି ସିଏମ୍ ଆସିପାରନ୍ତି ବୋଲି ଆଲୋଚନା ହେଉଛି। ସେପଟେ ମଙ୍ଗଳବାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର ପହଞ୍ଚିବା ପରେ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ। ସେଠାରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

bjpcmbjpcmfacebjpmlasbjppresidentbrajrajnagarelectiongirishchandramurmumanmohansamalodishabjpodishanewcmodishapoliticsrisingodishasureshpujari
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami