ବିଜେଡିର ନିର୍ବାଚନୀ ଇସ୍ତାହାର, ନବୀନ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ବିଜେଡି ଆଣିଛି ଘୋଷଣା ପତ୍ର । ୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏଣିକି ‘ନୂଆ-ଓ’ ଛାତ୍ରବୃତ୍ତିରେ ପୁଅଙ୍କୁ ବାର୍ଷିକ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା ମିଳିବ । ଆସନ୍ତା ୫ ବର୍ଷ ମଧ୍ୟରେ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣକୁ ୨ ଲକ୍ଷକୁ ବୃଦ୍ଧି କରାଯିବ । କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଷ୍ଟେଟ୍ ଇନଷ୍ଟିଚ୍ୟୁଟି ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠା ହେବ । ଏଆଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ । ମାସକୁ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍ । ୧୦୦ରୁ ୧୫୦ ୟୁନିଟ ପାଇଁ ୫୦ ପ୍ରତିଶତ ରିହାତି ମିଳିବ । ରାଜ୍ୟକୁ ଦେଶର ୩ଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଶତ କରାଯିବ । ସେମି କଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା (ଏଆଇ) ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ଥିବା ବେଳେ ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ସେହିପରି ୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ । ୪ଟି ମେଗା କ୍ଲଷ୍ଟର ଯୋଜନା । ୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।

ବିନା ସୁଧରେ ମିଳିବ ୧୫ ଲକ୍ଷ ଟଙ୍କା ଋଣ

ମଧ୍ୟବିତ୍ତଙ୍କୁ ବିଏସକେୱାଇ କଭରେଜ୍ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ସବଭେନ୍ସନ । ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । ଏସଏଚଜିଙ୍କୁ ୧ଲକ୍ଷ କୋଟି ଟଙ୍କାର ଆର୍ôଥକ ଲିଙ୍କେଜ୍ ପ୍ରଦାନ କରାଯିବାକୁ ଥିବା ବେଳେ ଏସଏଚଜିଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । ଏସଏଚଜିଗୁଡିକ ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ । ତୃଣମୂଳ ସ୍ତରର ମହିଳା କର୍ମୀ, ଅଙ୍ଗନବାଡୀ କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ ବିଏସକେୱାଇ କଭରେଜ୍ ସହ ସାମାଜିକ ସୁରକ୍ଷା ପେନସନ । ସେହିପରି ବିଏସକେୱାଇରେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଓ ଚୁକ୍ତିଭିତ୍ତିକ ଶ୍ରମିକ । ଏସଟି,ଏସସି ଓ ଓବିସି ଯୁବକବର୍ଗଙ୍କୁ ସ୍ୱଂୟ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ । ଏଥିପାଇଁ ୧୦ ବର୍ଷ ମଧ୍ୟରେ ୧ ହଜାର କୋଟି ପାଣ୍ଠି ପ୍ରଦାନ । ସେମାନଙ୍କୁ ୧୦ ଲକ୍ଷ ଯାଏଁ ସୁଧ ଛାଡ ।

ଗ୍ରାମୀଣ ଗୃହ ଯୋଜନାରେ ଯୋଗାଇ ଦିଆଯିବ ୧୦ ଲକ୍ଷ ଘର

ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । କୃଷି ପାଇଁ ମାଗଣା ବିଦ୍ୟୁତ, କୃଷକଙ୍କ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଯୋଗାଇ ଦିଆଯିବ । ୧.୫ ଲକ୍ଷ ଯାଏଁ ଫସଲ ଋଣରେ ସୁଧ ଛାଡ । ସେହିପରି ମତ୍ସଜୀବୀ ସମ୍ପ୍ରଦାୟକୁ ବାର୍ଷିକ ୧୫ ହଜାର ଟଙ୍କାର ସହାୟତା ମିଳିବ । ଆହୁରି ମଧ୍ୟ ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ହଜାରେ କୋଟି । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ପାଇଁ ୨୫ କୋଟି ଟଙ୍କା କର୍ପସ ଫଣ୍ଡ । ୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରାଯିବ । ପଦ୍ମ ପୁରସ୍କାର ପରି କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ । ସେହିପରି ସମସ୍ତ ଭାଗବତ ଟୁଙ୍ଗିର ସଂରକ୍ଷଣ ମଧ୍ୟ କରାଯିବ ।

bjd election manifestobjd releases election manifestoelection manifesto
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami