ଟିକେଟ ପାଇବା ପରେ ବିଜେଡ଼ି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଲେ ପ୍ରାର୍ଥୀ

ଭୁବନେଶ୍ୱର: ବୁଧବାର ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରଥମେ ୭୨ ଜଣ ବିଧାୟକ ପ୍ରାର୍ଥୀ ଏବଂ ୧୫ ଜଣ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାପରେ ଆଜି ନବୀନ ନିବାସରେ ପହଞ୍ଚିଥିଲେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତାମାନେ । ପୁଣି ଥରେ ଅସ୍ଥାପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜୟର ଗୁରୁମନ୍ତ୍ର ନେଲେ ପ୍ରାର୍ଥୀ

ସଂତୃପ୍ତ ମିଶ୍ର, ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ବିକ୍ରମ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସଂଜୀବ ମଲ୍ଲିକ, ବିକ୍ରମ ଆରୁଖ, ଅରବିନ୍ଦ ମହାପାତ୍ର, ଅଂଶୁମାନ ମହାନ୍ତି, ସୌଭିକ ବିଶ୍ୱାଳ, ପ୍ରତାପ ଦେବ ଓ ସୁବାସ ବେହେରା ନବୀନ ନିବାସରେ ପହଁଞ୍ଚି ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର, ଲତିକା ପ୍ରଧାନ, ଜଗନ୍ନାଥ ନାୟକ, ଜଗନ୍ନାଥ ସାରକା, ବିଷ୍ଣୁବ୍ରତ ରାଉତରାୟ, ଅଶ୍ୱିନୀ ପାତ୍ର ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ୫ଟି ଅଧ୍ୟକ୍ଷଙ୍କୁ ଭେଟି ସଠିକ ନିର୍ବାଚନ ପରିଚାଳନା ସହ ବିପୁଳ ମାତ୍ରାରେ ବିଜୟର ଗୁରୁମନ୍ତ୍ର ନେଇଛନ୍ତି ପ୍ରାର୍ଥୀ । ବିଜେଡି ସବୁ ବେଳେ ଲୋକଙ୍କ ସହ ଅଛି କହିଛନ୍ତି । ଅନ୍ୟପଟେ ଏହି ନିର୍ବାଚନରେ ସମସ୍ତଙ୍କ ଆଖି ସମ୍ବଲପୁର ଲୋକସଭା ଉପରେ । କାରଣ ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେଉଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ବୃହତ ସ୍ୱାର୍ଥ ପାଇଁ ନିଜ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ପ୍ରଣବ ଯାଇଛନ୍ତି ସମ୍ବଲପୁର । ଏଠାରେ ଯେଉଁ ବିଗଫାଇଟରେ ଆଶା ରହିଛି, ସେଥିରେ ପ୍ରଣବ ବିପୁଳ ଭୋଟରେ ଜିତିବା ନେଇ ଆକଳନ କରିଛନ୍ତି ସ୍ଥାନୀୟ ନେତା ।

bjd lok sabha and assembly candidatesbjd lok sabha and assembly candidates at nabin niwasbjd lok sabha and assembly candidates met nabin pattnaik
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami