ଭାରତରେ 12 ବର୍ଷ ପରେ ପାକ୍ ବୈଦେଶିକ ମନ୍ତ୍ରୀ,ଜାଣନ୍ତୁ ବିଲୱାଲଙ୍କ ଡିଏନଏ କଣ

12 ବର୍ଷ ପରେ ପାକିସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ଦିନ ବିଲୱାଲ ଭୁଟ୍ଟୋ ଏସସିଓ ବୈଠକରେ ଯୋଗ ଦେବାକୁ ଗୋଆରେ ପହଂଚିଛନ୍ତି12 ବର୍ଷ ତଳେ ପାକ୍ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖେର ଭାରତ ଗସ୍ତରେ ଆସିଥିଲେ। ତାଙ୍କ ପରଠାରୁ କୌଣସି ପାକ୍ ବୈଦେଶିକ ମନ୍ତ୍ରୀ ଭାରତ ଆସି ନାହାନ୍ତି। ଏଇଥିରୁ ଅନୁମାନ କରାଯାଇପାରେ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ କେତେ ଖରାପ। ତେବେ ଯେଉଁ ବିଲୱାଲ ଭୁଟ୍ଟୋ ଏବେ ଭାରତ ଗସ୍ତରେ ଆସିଛନ୍ତି ତାଙ୍କ ଭାରତ ବିରୋଧୀ ମନୋଭାବ କାହାକୁ ଅଛପା ନୁହେଁ2014 ମସିହାରେ ବିଲୱାଲ ଗର୍ଜନ କରି କହିଥିଲେ ଯେ,କାଶ୍ମୀରର ଗୋଟିଏ ଇଂଚ ଜମି ଭାରତକୁ ଛାଡ଼ିବୁ ନାହିଁ। ପୁରା କାଶ୍ମୀର ଉପରେ କବଜା କରିବୁ। 2019ରେ ଯେତେବେଳେ ଭାରତ ସରକାର ଧାରା 370କୁ ହଟାଇ ଦେଇଥିଲେ ସେତେବେଲେ ବିଲୱାଲ ଏକରକମ ପାଗଳ ହୋଇଯାଇଥିଲେ। ତେବେ ବିଲୱାଲଙ୍କ ଭିତରେ ଏହି ଭାରତ ବିରୋଧୀ ମନୋଭାବ ତାଙ୍କୁ ପାରିବାରିକ ଗୁଣସୂତ୍ର ବା ଡିଏନଏ ଜରିଆରେ ମିଳିଛି।

ନାତିଠାରୁ ଅଧିକ ଥିଲେ ଅଜା

ବିଲୱାଲଙ୍କ ଅଜାଙ୍କ ନାମ ହେଉଛି ଜୁଲଫକିର ଅଲ୍ଲି ଭୁଟ୍ଟୋ। ସେହି ଜୁଲଫକିର ଅଲ୍ଲି ଭୁଟ୍ଟୋ ଯାହାଙ୍କୁ ତାଙ୍କ ବିଶ୍ୱସ୍ତ ସେନାପତି ଜେନରାଲ ଜିଆ ଉଲ ହକ୍ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ1971 ମସିହା ବାଂଲାଦେଶ ମୁକ୍ତିଯୁଦ୍ଧ ପରେ ଜୁଲଫକିର ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତ ନିକଟରେ ଅପମାନଜନକ ଆତ୍ମସମର୍ପଣକୁ ନେଇ ଦେଶରେ ଥିବା ଅସନ୍ତୋଷକୁ ହାୱା ଦେବାକୁ ଯାଇ ସିନିୟର ଭୁଟ୍ଟୋ କହିଥିଲେ ଘାଷ ଖାଇବୁ କିନ୍ତୁ ପରମାଣୁ ବୋମା ତିଆରି କରିବୁଭାରତ ବିରୋଧରେ ହଜାରେ ବର୍ଷ ଯାଏ ଯୁଦ୍ଧ ଲଢିବୁ। ସିନିୟର ଭୁଟ୍ଟୋଙ୍କ ସେହି ନୀତିକୁ ପାକିସ୍ତାନର ପରବର୍ତ୍ତି ଶାସକ ମାନେ ଛାୟାଯୁଦ୍ଧ ମାଧ୍ୟମରେ ଚଳାଇ ଆସିଛନ୍ତି। ଆଉ ଏବେ ସେଥିପାଇଁ ପାକିସ୍ତାନ କାଙ୍ଗାଳ ଜୁଲଫକିରଙ୍କ ପ୍ରକୃତ ଦାୟଦ ହିସାବରେ ବିଲୱାଲ ମଧ୍ୟ ଭାରତକୁ ନେଇ ବେସ କଟ୍ଟୁ। ସେ ଭାରତକୁ ସମାଲୋଚନା କରିବାର କୌଣସି ମୌକା ଛାଡନ୍ତି ନାହିଁ। ଏବେ ତାଙ୍କର ଭାରତ ଆସିବା ପଛରେ ଚୀନର ଚାଲ ଅଛି। ଆମେରିକାର ନାଟୋ ବିରୋଧରେ ଏସସିଓକୁ ଛିଡା଼ କରିବାକୁ ଡ୍ରାଗନର ପ୍ଲାନ ହିସାବରେ ସେ ଭାରତ ଆସିଛନ୍ତି।

ମା ବେନଜିର ଦେଇଥିଲେ ପରମାଣୁ ଆକ୍ରମଣ ଧମକ

ବିଲୱାଲଙ୍କ ମା ବେନଜିର ପିତାଙ୍କ ହତ୍ୟା ପରେ ଦେଶ ଛାଡ଼ି ଚାଲିଯାଇଥିଲେ। ଜିଆ ଉଲ୍ ହକଙ୍କ ମୃତ୍ୟୁପରେ ସେ ପାକିସ୍ତାନ ଫେରିଥିଲେପାକିସ୍ତାନ ଫେରି ସେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ। 1990 ଦଶକର ଆରମ୍ଭରେ ତାଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ କାଶ୍ମୀରରେ ଆତଙ୍କବାଦ ବଢିଥିଲା। ସୀମାରେ ଉତ୍ତେଜନା କାଳରେ ବେନଜିର ଭାରତକୁ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଥିଲେ। ତାଙ୍କରି ଅମଳରେ ହିଁ ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ଶକ୍ତିଶାଳୀ ହୋଇଥିଲେ। ତାଲିବାନ ଭଳି ଆତଙ୍କବାଦୀ ସଂଗଠନ ତାଙ୍କ ବୈଦେଶିକ ନୀତିର ଅଂଶ ଥିଲେ। ଶେଷରେ 2008ରେ ତାଲିବାନ ଆକ୍ରମଣରେ ସେ ପ୍ରାଣ ହରାଇଥିଲେ। ଅବଶ୍ୟ ବେନଜିର ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଆଦର୍ଶ ବୋଲି ମାନୁଥିଲେ। ସେ ଇନ୍ଦିରାଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା କଥା ମଧ୍ୟ କହିଛନ୍ତି। କିନ୍ତୁ ତାଙ୍କ ନୀତି ସମ୍ପୂର୍ଣ୍ଣ ରୂପେ ଭାରତ ବିରୋଧୀ ଥିଲା।

ବିଲୱାଲଙ୍କ ପିତା ଅସିଫ୍ ଜର୍ଦାରୀ ମଧ୍ୟ କିଛି କମ ଭାରତ ବିରୋଧୀ ନୁହେଁ। ଅବଶ୍ୟ ପାକିସ୍ତାନ ରାଜନୀତିରେ ପ୍ରାସଙ୍ଗିକ ରହିବାକୁ ସେଠାକାର ରାଜନେତାଙ୍କ ପକ୍ଷରେ ଭାରତ ବିରୋଧୀ ହେବା ବାଧ୍ୟତାମୁଳକ

bilawal bhutto zardaribilawal bhutto zardari indiabilawal bhutto zardari india visitbilawal bhutto zardari newslatest news bilawal bhutto zardaripak media on foreign minister visit indiapakistan foreign minister in indiapakistan foreign minister to visit indiapakistan foreign minister to visit india reactionsco meet 2023sco meeting 2023 indiasco meeting 2023 livesco summit 2023 india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami