ଜନ୍ମଦିନରେ ଶପଥ ଗ୍ରହଣ କରିବେ ଭଜନଲାଲ

ଜୟପୁର : ଶୁକ୍ରବାର ଭଜନଲାଲ ଶର୍ମାଙ୍କ ପାଇଁ ଏକ ବିଶେଷ ଦିନ । ଆଜି ତାଙ୍କର ଜନ୍ମଦିନ ଏବଂ ଆଜିର ଏହି ଖାସ୍ ଦିନରେ ସେ ରାଜସ୍ଥାନର ୧୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଜୟପୁରର ଐତିହାସିକ ଆଲବର୍ଟ ହଲ୍ ବାହାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତାଙ୍କ ସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ମଧ୍ୟ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

ଯୋଗ ଦେବେ ପ୍ରଧାନମନ୍ତ୍ରୀ

ରାଜ୍ୟପାଳ କଲରାଜ ମିଶ୍ର ଶପଥ ପାଠ କରାଇବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଅମିତ ଶାହା, ରାଜନାଥ ସିଂ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭଜନଲାଲ ଆଜି ଅପରାହ୍ନ ୧.୦୫ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

bhajanlal will take oath on his birthdaynew bhajanlal birthdaynew cm bhajanlal
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami