ବଣ୍ଡାଘାଟିରେ ପଦ୍ମାଙ୍କ ସେବା

ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳ ବଣ୍ଡାଘାଟିରେ ନିରନ୍ତର ସେବା ଯୋଗାଉଛନ୍ତି ଆଶାକର୍ମୀ ପଦ୍ମା ପାଙ୍ଗି । କରୋନା ସମୟରେ ପରିବାରକୁ ପଛରେ ପକାଇ ଆଦିମ ଅଧିବାସୀମାନଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛନ୍ତି ପଦ୍ମା । ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ଅନେକ ମାତ୍ରାରେ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବାରେ ସଫଳ ହୋଇଛନ୍ତି ।  ମାଲକାନଗିରି ଜିଲ୍ଲା ବଣ୍ଡା ଜନଜାତି ଅଂଚଳର ଅଣ୍ଡ୍ରାହଲ ପଂଚାୟତରେ ଆଶାକର୍ମୀ ପଦ୍ମା ଅଂଚଳବାସୀଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ କରୁଛନ୍ତି । ସେମାନଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବୁଝାଉଥିବାରୁ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେ ପ୍ରତିଦିନ ସମସ୍ତଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ଆସନ୍ନ ପ୍ରସବା କିମ୍ବା ରୋଗରେ ପୀଡ଼ିତଙ୍କୁ ଆମ୍ବୁଲାନ୍ସ ଡାକିି ଡାକ୍ତରଖାନା ନେଉଛନ୍ତି । ପଦ୍ମା ନିଜ ସହକର୍ମୀଙ୍କ ସହିତ ପ୍ରତିମାସ ୯ରେ  ଅଣ୍ଡ୍ରାହାଲ ପଂଚାୟତରେ ବୁଲିବୁଲି ଗର୍ଭବତୀଙ୍କୁ ଏକାଠି କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ ପାଇଁ ମୁଦୁଲିପଡ଼ା ଡାକ୍ତରଖାନା ନିଅନ୍ତି । ଅଣ୍ଡ୍ରାହାଲ ଭଳି ଦୁର୍ଗମ ଓ ଅପହଂଚ ଅଂଚଳରେ ରାସ୍ତାଘାଟ ଓ ଯୋଗାଯୋଗ ସମସ୍ୟା ରହିଥାଏ । ଏସବୁ ପଦ୍ମାଙ୍କୁ ସମ୍ମୁଖୀନ ହେବାକୁ ପଡେ । ତାଙ୍କର ଏପରି ଅବିରତ ସେବା ମନୋବୃତିକୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମାଙ୍କ ସେବା ପାଇ ଅଂଚଳବାସୀ ମଧ୍ୟ ତାଙ୍କର ପ୍ରଶଂସା କରିବାକୁ ଭୁଲି ନାହାନ୍ତି । ପଦ୍ମା କହନ୍ତି ଯେ, ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ସେ ବେଶ୍ ଖୁସି ଅନୁଭବ କରନ୍ତି । ଲୋକଙ୍କ ପାଖରେ ପହଂଚିବା, ଲୋକଙ୍କୁ ସେବା ଯୋଗାଇ ଦେବାରେ ଅନେକ କଷ୍ଟ ଆସିଲେ ମଧ୍ୟ ସେ ସବୁକୁ ଭ୍ରୁକ୍ଷେପ କରେନାହିଁ ବୋଲି କହନ୍ତି ପଦ୍ମା । 

Andrahal panchayatasha karmibondaghaticorona precautionsfemale ailmentsmalkangirimask usagemudulipada hospitalNaveen patnaik tweetpadma pangiservice for poorssocial distancingଅଣ୍ଡ୍ରାହଲ ପଂଚାୟତଆଶାକର୍ମୀଆଶାକର୍ମୀ ପଦ୍ମାକରୋନା ସଂକ୍ରମଣଦୂରତା ବଜାୟପଦ୍ମା ପାଙ୍ଗିବଣ୍ଡାଘାଟିମାଲକାନଗିରିମାସ୍କ ବ୍ୟବହାରମୁଖ୍ୟମନ୍ତ୍ରୀ ଟୁଇଟ୍ମୁଦୁଲିପଡ଼ା ଡାକ୍ତରଖାନାସଚେତନସ୍ୱାସ୍ଥ୍ୟାବସ୍ଥା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami