୭ ଆପ୍ ବିଧାୟକଙ୍କୁ ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି

ନୂଆଦିଲ୍ଲୀ: ୨୫ କୋଟି ଟଙ୍କା ଦେଇ ଆପ୍ ନେତାଙ୍କୁ କିଣିବାକୁ ଚାହୁଁଛି ବିଜେପି । ଜଣେ କି ଦୁଇ ଜଣ ନୁହେଁ, ୭ ଜଣ ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଦେଇ ନିଜ ଦଳକୁ ନେବାକୁ ଚାହୁଁଛି ବିଜେପି । ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଶନିବାର ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଏହି ଅଭିଯୋଗ କରିଛନ୍ତି ସେ ।

ପୂର୍ବରୁ ୨୧ ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ଦେଇଥିଲା ପ୍ରସ୍ତାବ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି ଅଭିଯୋଗ କରିଛନ୍ତି ଯେ, କେବଳ ସେତିକି ନୁହେଁ, ବିଧାୟକମାନଙ୍କୁ ଦଳ ପରିବର୍ତ୍ତନ କରିବାକୁ ବିଜେପି ୨୫ କୋଟି ଟଙ୍କା ଯାଚିିଛିି । ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଧମକ ଦେଇ ବିଜେପି ପ୍ରଥମେ ୨୧ ଜଣ ବିଧାୟକଙ୍କୁ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା । ଏବେ ୭ ଜଣଙ୍କୁ ଟଙ୍କା ବି ଯାଚିସାରିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ବରମ୍ବାର ସମନ ଜାରି କରି ଚାଲିଛି ଇଡି । ଇଡ଼ି ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ପୂର୍ବରୁ ତାହାକୁ ଏଡ଼େଇ ଆସିଛନ୍ତି ।

AAP supremo arvind kejriwalArvind Kejriwal cmBJP wants to take Aapp MLA to its party
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami