୭ ଶିଳ୍ପକୁ ଅନୁମୋଦନ : ୫ ଜିଲ୍ଲାର ୨୪,୫୫୨ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ

ଭୁବନେଶ୍ୱର : ରାଜ୍ୟ ସରକାର ୮୦୧୨୫ କୋଟି ଟଙ୍କାର ୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏ ସବୁ ପ୍ରକଳ୍ପ ପ୍ରସ୍ତାବରେ ମୋହର ବାଜିଛି । ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ଏସବୁ ପ୍ରକଳ୍ପ ମଧ୍ୟରେ ଇସ୍ପାତ, ସବୁଜ ଶକ୍ତି, ଔଷଧ, କେମିକାଲ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ । ଏହାଦ୍ୱାରା ୫ ଜିଲ୍ଲାର ୨୪,୫୫୨ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।

ଔଷଧ କାରଖାନାରେ ନିଯୁକ୍ତି ହେବେ ୧୦୦୦ ଲୋକ

ସୂଚନା ଅନୁସାରେ, ଗ୍ରାନୁଏଲ୍ସ ଲାଇଫ୍ ସାଇନ୍ସସେ୍ ପାଇଭେଟ୍ ଲିମିଟେଡ୍ ଗୋପାଳପୁର ଏସ୍‌ଇଜେଡ୍‌ରେ ୧୧୦୦ କୋଟି ଟଙ୍କା ବିନିଯୋଗ କରି ଔଷଧ କାରଖାନା ପ୍ରତିଷ୍ଠା କରିବ । ଏଠାରେ ୧୪୮୦ ଜଣଙ୍କୁ ନିଯୁକ୍ତି ମିଳିବ । ଗ୍ରାନୁଏଲ୍ସ ସିଜେଡ୍‌ଆରଓ ପ୍ରାଇଭେଟ୍ ଲିମିଟେଡ୍ ଗୋପାଳପୁର ଏସ୍‌ଇଜେଡ୍‌ରେ ୨୦୦୦ କୋଟି ଟଙ୍କା ନିବେଶ କରିବ । କମ୍ପାନୀ ନିଜର ଔଷଧ କାରଖାନାରେ ୧୦୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ସେହିପରି ଖୋର୍ଦ୍ଧାରେ ଏସିଏମ୍‌ଇ ଗ୍ରୀନ୍‌ଟେକ୍ ଉର୍ଜା ପ୍ରା.ଲି ସବୁଜ ଶକ୍ତି ଉପକରଣ ପ୍ରସ୍ତୁତି କାରଖାନା ନିର୍ମାଣ କରାଯିବ । ଏଥିରେ ୩୫, ୬୦୦ କୋଟି ଟଙ୍କା ନିବେଶ କରିବା ସହ ୬୨୭୨ ଜଣଙ୍କୁ ନିଯୁକ୍ତି ଦେବ ।

ଗୋପାଳପୁରରେ ପ୍ରତିଷ୍ଠା ହେବ ଗ୍ରୀନ୍ ଆମୋନିଆ କାରଖାନା

ୱାରୀ କ୍ଲିନ୍ ଏନଜୀ ସଲ୍ୟୁସନ୍ସ ଜଗତସିଂହପୁରରେ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ଉତ୍ପାଦନ କରିବ । ଏଠାରେ କମ୍ପାନୀ ୧୨, ୪୮୦ କୋଟି ଟଙ୍କା ବିନିଯୋଗ କରି ୩୨୫୦ ଲୋକଙ୍କୁ ନିଯୁକ୍ତି ଦେବ । ଇଜି ସୋଲୱିନ୍ ହାଇବ୍ରିଡ୍ ପ୍ରା.ଲି ଗୋପାଳପୁର ଏସ୍‌ଇଜେଡ୍‌ରେ ଗ୍ରୀନ୍ ଆମୋନିଆ କାରଖାନା ପ୍ରତିଷ୍ଠା କରିବା ଲାଗି ୬୩୩୦ କୋଟି ଟଙ୍କା ବିନିଯୋଗ କରିବ । ଏଠାରେ ୧୦୫୦ ଲୋକଙ୍କୁ ନିଯୁକ୍ତି ମିଳିବ । ଅକ୍ସନ୍ ଇସ୍ପାତ ଝାରସୁଗୁଡ଼ାରେ ନିଜ କାରଖାନାର ସମ୍ପ୍ରସାରଣ ଲାଗି ୨୧, ୦୦୦ କୋଟି ଟଙ୍କା ନିବେଶ କରିବ । ଏଠାରେ ୧୦୦୦୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି । ଅପରପକ୍ଷେ ଏଫ୍‌ଓବି ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ୧୬୧୫ କୋଟି ଟଙ୍କା ନିବେଶ କରିବା ସହ ୧୫୦୦ ଲୋକଙ୍କୁ ନଯୁକ୍ତି ଦେବ ।

7 industrial projects worth rs 80125 cr poised to generateapproves 7 industrial projects
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami