ମହୁଆଙ୍କୁ ପୁଣି ସୁଯୋଗ ଦେଲା ଦଳ

କୋଲକାତା: ପୂର୍ବତନ ଏମପି ମହୁଆ ମୋଇତ୍ରାଙ୍କୁ ପୁଣି ଥରେ ସୁଯୋଗ ଦେଇଛି ଦଳ । କେବଳ ସେତିକି ନୁହେଁ ଦଳ ପୂର୍ବତନ କ୍ରିକେଟର କିର୍ତ୍ତି ଆଜାଦ ଏବଂ ୟୁସୁଫ ପଠାନଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ରବିବାର ତ୍ରୁଣମୂଳ କଂଗ୍ରେସ (ଟିଏମସି) ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଟିଏମସିର ଏହି ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ, ପୂର୍ବତନ ଏମପି ମହୁଆ ମୋଇତ୍ରାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦେଇଛି ।

ୟୁସୁଫଙ୍କ ଉପରେ ଲାଗିଲା ବାଜି, ମଇଦାନରେ ଶତ୍ରୁଘ୍ନ

ଟିଏମସି ତାଲିକାରେ ମହୁଆଙ୍କ ବ୍ୟତୀତ ଦଳ ଟିମ ଇଣ୍ଡିଆ ପାଇଁ କ୍ରିକେଟ ଖେଳିଥିବା ୟୁସୁଫ ପଠାନଙ୍କ ଉପରେ ମଧ୍ୟ ନିଜର ବାଜି ଲଗାଇଛି । ସେହିପରି ଅଭିନୟ ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ସିହ୍ନା ମଧ୍ୟ ଆସାନସୋଲ ଆସନରୁ ବର୍ତ୍ତମାନର ଏମପି ଅଛନ୍ତି । ଯେଉଁସବୁ ଆସନ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା କରିଛି ସେଥିରେ ଅନେକ ବଡ ବଡ ନାଁ ବି ସାମିଲ ହୋଇଛି । ପାର୍ଟି ବାରକପୁର ଆସନରୁ ଅର୍ଜୁନ ସିଂଙ୍କ ଟିକେଟକୁ ମଧ୍ୟ ବାତିଲ କରିଦେଇଛି । ପାର୍ଟି ମଧ୍ୟ ନୁସରତ ଜାହାନଙ୍କ ଟିକେଟ ବାତିଲ କରିଛି । ହଜି ନୁରୁଲ ଇସଲାମଙ୍କୁ ନୁସରତ ଜାହାନଙ୍କ ଲୋକ ସଭା ଆସନ ବାସିରହାଟରୁ ମଇଦାନକୁ ଓହ୍ଲାଇଛି । ଏଥି ସହିତ ପୂର୍ବତନ କ୍ରିକେଟର କିର୍ତ୍ତି ଆଜାଦଙ୍କୁ ମଧ୍ୟ ବର୍ଦ୍ଧମାନ-ଦୁର୍ଗାପୁରରୁ ପ୍ରାର୍ଥୀ କରାଯାଇଛି ।

ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ହୋଇଥିଲା ଅଭିଯୋଗ

ଗତ ଅକ୍ଟୋବର ୧୪ ତାରିଖରେ ପୂର୍ବତନ ଲିଭ୍‌-ଇନ୍ ପାର୍ଟନର ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରୋଇ ମହୁଆଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଆଣିଥିଲେ । ଏହି ପ୍ରସଙ୍ଗରେ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏକ ଚିଠି ଲେଖିଥିଲେ । ଏହାପରେ ଅକ୍ଟୋବର ୧୫ ତାରିଖରେ ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ । ଏଥିସହ ତାଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଥିଲେ । ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲାଙ୍କ ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ । ପରେ ଏହି ମାମଲାରେ ମହୁଆଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା ।

another chance for mahuamp Mahua Maitra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami