ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଥିବା ଟନେଲ ଦୁର୍ଘଟଣାକୁ ନେଇ ନିର୍ମାଣ ହେବ ଫିଲ୍ମ । ଏହି ଫିଲ୍ମଟିକୁ ଖୋଦ୍ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ନିର୍ମାଣ କରିବେ ବୋଲି ଜଣାଯାଇଛି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ଟନେଲ୍ ବିଶେଷଜ୍ଞ ଭୂମିକାରେ ଅଭିନୟ କରିବେ ଅକ୍ଷୟ

ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି୧୭ଦିନ ଧରି ଚାଲିଥିବା ଖନନ କାର୍ଯ୍ୟ ଶେଷ ହେବା ପରେ ଏବେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାମ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଏଭଳି କୁହାଯାଇଛି । ଅକ୍ଷୟ କୁମାର ଉତ୍ତରକାଶୀ ଟନେଲ ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟକୁ ନେଇ ଏହି ଫିଲ୍ମ ନିର୍ମାଣ କରିବେ ।
ଏହି ଚଳଚ୍ଚିତ୍ରରେ ଅଭିନେତା ଅକ୍ଷୟ କୁମାର ଟନେଲ୍ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସଙ୍କ ଭୂମିକାରେ ଅଭିନୟ କରିବେ । ତେବେ ଅକ୍ଷୟ କୁମାର ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ । ସକାଳ ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ । ଏହାପରଠାରୁ ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ସରକାର ଓ ଉଦ୍ଧାରକାରୀ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖି ୧୭ଦିନ ପରେ ୪୧ଜଣ ଶ୍ରମିକଙ୍କୁ ଟନେଲ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ।

akshay kumar will make a movie tunnel accidentbollywood actor akshay kumartunnel accident film
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami