ପୁଣି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁଣି ନିୟମକୁ ଭାଙ୍ଗିଲେ ଧର୍ମେନ୍ଦ୍ର । ବାରମ୍ବାର ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବିଜେପି । ସମ୍ବଲପୁର ସଂସଦୀୟ କ୍ଷେତ୍ର ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପରିବର୍ତ୍ତନ ସଂକଳ୍ପ ଶୋଭାଯାତ୍ରା ସାମିଲ ହୋଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ରେଢାଖୋଲ କଲେଜ ଛକଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ରାମ ମନ୍ଦିର ଛକଠାରେ ପହଞ୍ଚିଲା । ସେଠାରେ ରାମ ମନ୍ଦିର ଯାଇ ଦର୍ଶନ କରିବା ପରେ ଭୀମଭୋଇ ଛକଠାରେ ପହଞ୍ଚି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମ୍ୟାଲ୍ୟାର୍ପଣ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ଶିଶୁମାନଙ୍କୁ ଦଳୀୟ ପତାକା, କାର୍ଡବୋର୍ଡ, ଉତ୍ତରୀୟ ଇତ୍ୟାଦି ପିନ୍ଧାଇ ଶୋଭାଯାତ୍ରକୁ ଅଣାଯାଇଥିଲା । ଯାହା ନିର୍ବାଚନ ଆଚରବିଧିକୁ ଉଲଂଘନ କରିଥିବା ଦେଖାଯାଇଥିଲା ।

ଦଳୀୟ ପତାକା ଉପରେ ଚାଲିଲେ କର୍ମୀ

ଏହା ସହିତ ଶିଶୁମାନଙ୍କୁ ବ୍ୟବହାର କରି ପ୍ରଚାର ପ୍ରସାରରେ ରାଜନୀତିକରଣ କରାଯାଇଛି । ଶିଶୁ କଲାକାରମାନଙ୍କୁ ରାଜନୈତିକ ଶୋଭାଯାତ୍ରାରେ ସାମିଲ କରିବା ଓ ଶିଶୁମାନଙ୍କୁ ପ୍ରେସରାଇଜ କରି ଶୋଭାଯାତ୍ରାକୁ ନେବା ଏହା ନିର୍ବାଚନ ଆଇନ ବିଧିକୁ ଉଲଂଘନ କରିବା ସହିତ ଶିଶୁର ଅଧିକାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି ବୋଲି ରେଢାଖୋଲ ଜନସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏଥି ସହିତ ଏହି ଶୋଭାଯାତ୍ରାରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ହୋଇ ଦଳୀୟ ପତାକାକୁ ତଳେ ପକାଇ ତାହା ଉପରେ ଲୋକେ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

dharmendra pradhanDharmendra violates election code of conduct
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami