ଟ୍ରକ୍ ସହିତ ଧକ୍କା ଖାଇ ଜଳିଗଲା କାର , ୮ ଜୀବନ୍ତ ଦଗ୍ଧ

ବରେଲି: ଶନିବାର ରାତିରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍ ରାଜପଥ ନିକଟ ଭୋଜିପୁରଠାରେ ଗୋଟିଏ ଟ୍ରକ୍ ସହିତ କାର ଧକ୍କା ଖାଇ ଜଳିଯିବାରୁ ୮ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡ଼ିକାଲକୁ ପଠାଇଛି । କାରରେ ସେଣ୍ଟ୍ରାଲ୍ ଲକ୍ ବ୍ୟବସ୍ଥା ଥିବାରୁ କାରରୁ କେହି ବାହାରକୁ ଆସିପାରି ନ ଥିଲେ । ଫଳରେ ସମସ୍ତେ ଜଳି ଯାଇଥିବା ପୋଲିସ କହିଛି ।

ସେଣ୍ଟ୍ରାଲ ଲକ୍ ଥିବାରୁ କାରରୁ ବାହାରି ପାରି ନ ଥିଲେ ଲୋକେ

ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲି-ନୈନିତାଲ୍ ରାଜପଥ ନିକଟ ଭୋଜିପୁର ଅଞ୍ଚଳରୁ ଗୋଟେ ପରିବାରର ୮ ଜଣ ସଦସ୍ୟ ଏକ କାରରେ ବିବାହ ଭୋଜିକୁ ଯାଉଥିଲେ । ଭୋଜିପୁର ନିକଟରେ ଦ୍ରୁତଗତିରେ ଯାଉଥିବା କାରଟି ଉତ୍ତରାଖଣ୍ଡରୁ ବାଲି ନେଇ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ କାରର ଟାୟାର ଫାଟି ଯିବାରୁ ତାହା ରାଜପଥର ଅପରପାର୍ଶ୍ୱକୁ ଛିଟିକି ପଡ଼ିଥିଲା । ଫଳରେ ସେଥିରେ ବିସ୍ଫୋରଣ ହୋଇ କାରଟି ଜଳି ଯାଇଥିଲା । କାରଟି ସେଣ୍ଟ୍ରାଲ ଲକ୍ ଥିବାରୁ କାର ଭିତରୁ କେହି ବାହାରି ପାରି ନ ସମସ୍ତେ ଜଳିଯାଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୭ଜଣ ପ୍ରାପ୍ତ ବୟସ୍କ ଥିବା ବେଳେ ଜଣେ ପିଲା ଅଛନ୍ତି । ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ କିଛି ଘଣ୍ଟା ପାଇଁଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଫଳରେ ବହୁ ସମୟ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ କାର ଅଟକି ରହିଥିଲା ।

8 cars were burnt aliveBurnt carcar-truck accident
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami