ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍

ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ ମୋଦି ଯେତେବେଳେ ବି ରାତିରେ ଲାଇଭ୍ ଆସିବେ ବୋଲି ଘୋଷଣା କରନ୍ତି ସେତେବେଳେ ଉଣା ଅଧିକ ସବୁ ଭାରତୀୟ ଭାବନ୍ତି କିଛି ବଡ଼ ଘଟିବାକୁ ଯାଉଛି । କିନ୍ତୁ୫ ବର୍ଷ ପରେ ଯେତେବେଳେ ଏବେ ସେହି ଐତିହାସିକ ଘଟଣାର ପୋଷ୍ଟମର୍ଟମ କରାଯାଉଛି ସେତେବେଳେ ଜଣା ପଡୁଛି ମୋଦି ମହାଶୟଙ୍କ ସେହି ମାଷ୍ଟର ଷ୍ଟ୍ରୋକ୍ ଫୁସୁକା ବାଣ ସାବ୍ୟସ୍ତ ହୋଇଛିଆସନ୍ତୁ ୫ଟି ବିନ୍ଦୁରେ ନୋଟ୍ ବ୍ୟାନ୍ କେମିତି ଫ୍ଲପ୍ ହୋଇଛି ତାହା ଜାଣିବା..

କଳାଧନ ଆସିଲା ନାହିଁ

ନୋଟ୍ ବ୍ୟାନ୍ ବେଳେ ସରକାର କହୁଥିଲେ ଏହା ଦ୍ୱାରା କଳାଧନ ଉପରେ ଅଙ୍କୁଶ ଲାଗିବ । କିନ୍ତୁ ୫ ବର୍ଷ ପରେ ଜଣା ପଡୁଛି କଳା ଧନ ସେମିତି କଳା ହୋଇ ଅଛି । ୨୦୧୬ରେ ଦୁର୍ନିତୀଖୋର ରାଷ୍ଟ୍ରଙ୍କ ତାଲିକାରେ ଭାରତ ୭୯ ନମ୍ବରରେ ଥିଲା, ଏବେ ଏହା ୮୬ ନମ୍ବର ସ୍ଥାନରେ ଅଛି । ଏଇଥିରୁ ଜଣା ପଡୁଛି କଳାଧନ ଉପରେ କେତେ ଅଙ୍କୁଶ ଲାଗିଛି । ନୋଟ୍ ବ୍ୟାନ୍ ସମୟରେ ଦେଶରେ ୧୫ କୋଟି ୪୦ ଲକ୍ଷ ଟଙ୍କାର ୫ଶହ ଟଙ୍କା ଓ ହଜାରେ ଟଙ୍କା ବଜାରରେ ଥିଲା । ତାହା ମଧ୍ୟରୁ ୯୯.୩ ପ୍ରତିଶତ ଗଳା ବାଟ ଦେଇ ବ୍ୟାଙ୍କିଂ ସିଷ୍ଟମକୁ ପ୍ରବେଶ କରିଥିଲେ । ଅର୍ଥାତ କଳାଧନ ଧଳା ହୋଇଯାଇଥିଲାମାତ୍ର ୧୦ ହଜାର କୋଟି ଟଙ୍କା ମେନ୍ ଷ୍ଟ୍ରିମକୁ ଆସି ପାରିନଥିଲା । ଯାହାର ଅର୍ଥ ହେଉଛି ଏହା କୌଣସି ମତେ ସଫଳ ହୋଇନାହିଁ

କ୍ୟାସଲେସ୍ ଅର୍ଥନୀତି ଏବେବି ସ୍ୱପ୍ନ

ନୋଟ୍ ବ୍ୟାନ୍ ବେଳେ ଭାରତ ଭାବୁଥିଲା ଆମେ କ୍ୟାସଲେସ୍ ଇକୋନମିକୁ ପ୍ରବଶ କରୁଛୁ । କିନ୍ତୁ ସତ ହେଉଛି ନୋଟ୍ ବନ୍ଦ ପରେ ବଜାରରେ ୫୮ ପ୍ରତିଶତ ଅଧିକ କ୍ୟାସ୍ ପ୍ରବେଶ କରିଛି । କ୍ୟାସଲେସ୍ ଟ୍ରାଂଜାକ୍ସନ ଏବେ ମଧ୍ୟ ସ୍ୱପ୍ନନୋଟ୍ ବ୍ୟାନ୍ ପୂର୍ବରୁ ଲୋକଙ୍କ ପାଖରେ ୧୭.୭୦ କୋଟି କ୍ୟାସ୍ ଥିଲା । ଏବେ ଲୋକଙ୍କ ପାଖରେ ୨୮.୩୦ କୋଟି କ୍ୟାସ୍ ଅଛି । ଅର୍ଥାତ ୫୮ ପ୍ରତିଶତ ଅଧିକ କ୍ୟାସ୍ ଏବେ ବଜାରରେ ଅଛି

ବଡ଼ ନୋଟ୍ ଭାଗ କମିନି ବଢିଛି

୫ ବର୍ଷ ପରେ ବଡ଼ ନୋଟ୍ ଭାଗ କମିବା ତୁଳନାରେ ବଢିଛି । ୫ ବର୍ଷ ତଳେ ୨୦୧୬ରେ ଦେଶରେ ଥିବା ମୋଟ୍ ନଗଦ ଟଙ୍କାର ୮୫ ପ୍ରତିଶତ ୫ଶହ ଓ ହଜାର ଟଙ୍କିଆ ଥିଲା । ଏବେ ଏହା ବଢି ହୋଇଛି ୮୫.୭ ପ୍ରତିଶତ । ସେତେବେଳ କୁହାଯାଇଥିଲା ଯେ, ହଜାର ଟଙ୍କିଆ ଓ ୫ଶହ ଟଙ୍କିଆ ପାଇଁ ଦୁର୍ନୀତି ସହଜରେ ହେଉଛି । କିନ୍ତୁ ଏବେ ୨ ହଜାର ଟଙ୍କା କ’ଣ ଦୁର୍ନୀତିକୁ ଆହୁରି ଅଧିକ ସହଜ କରିଦେଇ ନାହିଁ କି ?

ନକଲି ନୋଟ୍ ଭିତରୁ ୫୬ ପ୍ରତିଶତ ନୂଆ ୨ ହଜାର ଟଙ୍କା

ନୋଟ୍ ବ୍ୟାନ ହେବାର ପ୍ରଥମ ଦୁଇ ବର୍ଷ ପରେ ଯେତିକି ନକଲି ଟଙ୍କା ଧରା ହୋଇଥିଲା ତା’ ଭିତରୁ ୫୬ ପ୍ରତିଶତ ଥିଲା ନୂଆ ୨ ହଜାର ଟଙ୍କା । ନୋଟ୍ ବ୍ୟାନର ଆଉ ଗୋଟିଏ ଲକ୍ଷ୍ୟ ଥିଲା ନକଲି ନୋଟ୍ କାରବାରକୁ ବନ୍ଦ କରିବା । କିନ୍ତୁ ଏଥିରେ ମଧ୍ୟ ସରକାର ସଫଳ ହେଲା ଭଳି ଲାଗୁନାହିଁ

ନୋଟ୍ ବ୍ୟାନ ତୁଳନାରେ ଧାରା ୩୭୦ ଉଛେଦର ପ୍ରଭାବ ଅଧିକ

ନୋଟ୍ ବ୍ୟାନ୍ ବେଳେ ତର୍କ ଦିଆଯାଇଥିଲା ଯେ, ଏହା ଦ୍ୱାରା ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ଅଙ୍କୁଶ ଲାଗିବହାୱାଲା ଓ ନକଲି ନୋଟ୍ କାରବାର ଜରିଆରେ ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀରରେ କରୁଥିବା କାଣ୍ଡ ଉପରେ ବ୍ରେକ୍ ଲାଗିବ । କିନ୍ତୁ ତଥ୍ୟ ଅଲଗା କଥା କହୁଛି । ତଥ୍ୟ ଅନୁସାରେ ନୋଟ୍ ବ୍ୟାନ୍ ଯୋଗୁ ପ୍ରଥମେ ଆତଙ୍କବାଦୀଙ୍କୁ ଝଟକା ଲାଗିଥିଲା ସତ କିନ୍ତୁ ସେମାନେ ସେଥିରୁ ଉଧୁରିବାରେ ସଫଳ ମଧ୍ୟ ହୋଇଥିଲେ । ନୋଟ୍ ବ୍ୟାନ୍ ଅପେକ୍ଷା ଧାରା ୩୭୦ ଉଛେଦର ପ୍ରଭାବ କାଶ୍ମୀର ଆତଙ୍କବାଦ ଉପରେ ଅଧିକ ପଡିଛି ବୋଲି ବିଶେଷଜ୍ଞ କୁହନ୍ତି ।

1000 and 500 rupees ban୨୦୧୬ରେ ଦୁର୍ନିତୀଖୋର ରାଷ୍ଟ୍ରଙ୍କ ତାଲିକାରେ ଭାରତ ୭୯ ନମ୍ବର5 years of demonetisation୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳarticle 370black moneycashless economycashless transactiondemonetisationhawala and duplicate currencyIndia ranked 79th in the list of corrupt countries in 2016Narendra Modinote banpakistan terrorismsurgical strike for indiawhy note ban failsକଳାଧନ ଉପରେ ଅଙ୍କୁଶକ୍ୟାସଲେସ୍ ଅର୍ଥନୀତିକ୍ୟାସଲେସ୍ ଇକୋନମିଧାରା ୩୭୦ ଉଛେଦନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛିନୋଟ୍ ବ୍ୟାନ୍ କେମିତି ଫ୍ଲପ୍ ହୋଇଛିପାକିସ୍ତାନୀ ଆତଙ୍କବାଦୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ହାୱାଲା ଓ ନକଲି ନୋଟ୍ କାରବାର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami