୨୦ ଜିଲ୍ଲାର ୩୫ ଜଣ ମିଶନ ଶକ୍ତି ସଦସ୍ୟାଙ୍କ ଦୁବାଇ ଗସ୍ତ

ଭୁବନେଶ୍ୱର : ନବୀନ ଓଡ଼ିଶାରେ ମାଆଙ୍କୁ ମିଳିଲା ନୂଆ ପରିଚୟ । ହାଣ୍ଡିଶାଳର ଏରୁଣ୍ଡି ଡେଇଁ ବିଦେଶ ଯାଉଛନ୍ତି ମିଶନ ଶକ୍ତି ମାଆ । ଦୁବାଇରେ ପୁଣି ଥରେ ଚମକିବେ ମିଶନ ଶକ୍ତି ମହିଳା । ସେଠାରୁ ବ୍ୟବସାୟ କରିବାର ଅଭିଜ୍ଞତା ହାସଲ କରିବେ ମିଶନ ଶକ୍ତି ସଦସ୍ୟାମାନେ । ଆଜି ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜିଲ୍ଲାର ୩୫ ଜଣ ମିଶନ ଶକ୍ତି ସଦସ୍ୟା ଦୁବାଇ ଗସ୍ତ କରୁଛନ୍ତି । ଯେଉଁଥିରେ ସାମିଲ ଅଛନ୍ତି ଦେବଗଡ଼, ମାଲକାନଗିରି, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂପୁର ଜିଲ୍ଲାର ମିଶନ ଶକ୍ତି ସଦସ୍ୟାମାନେ । ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ, ବିଦେଶୀ ନାଗରିକଙ୍କୁ ଓଡ଼ିଶାର ମୌଳିକ ଖାଦ୍ୟ, ମିଲେଟ୍ ଉତ୍ପାଦ ଓ ମିଶନ ଶକ୍ତି ଉତ୍ପାଦର ଶୋ କେସିଂ କରାଯିବ ।

ବ୍ୟବସାୟ କରିବାର ଅଭିଜ୍ଞତା କରିବେ ହାସଲ

ଦୁବାଇରେ ପହଞ୍ଚିବା ପରେ ମିଶନ ଶକ୍ତି ସଦସ୍ୟା କିପରି ନିଜ ଉତ୍ପାଦର ମାର୍କେଟିଂ କରିବେ ସେଥିପାଇଁ ଭୁବନେଶ୍ୱର ସ୍ଥିତ ମିଶନଶକ୍ତି ଭବନରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଗସ୍ତ କାଳରେ ବିଦେଶରେ ମିଶନ୍ ଶକ୍ତି ପକ୍ଷରୁ ବିଭିନ୍ନ ଉତ୍ପାଦ ପ୍ରଦର୍ଶନ କରିବା ସହିତ ବିଦେଶ ମାଟିରେ ବ୍ୟବସାୟ କରିବାର ଅଭିଜ୍ଞତା ହାସଲ କରିବେ ମିଶନ ଶକ୍ତି ସଦସ୍ୟା । ୧୭ ତାରିଖରେ ଦୁବାଇରୁ ପ୍ରତ୍ୟାବର୍ତ୍ତନ କରି ୧୮ ତାରିଖରେ ଜିଲ୍ଲାସ୍ତରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେମାନଙ୍କ ବିଦେଶ ଗସ୍ତର ଅଭିଜ୍ଞତା ବଖାଣିବେ । ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଦୁବାଇକୁ ଆରମ୍ଭ ହେଲାବେଳେ ମିଶନ ଶକ୍ତି ମହିଳା ଗସ୍ତ କରିଥିଲେ । ପୁଣି ଥରେ ମିଶନ ଶକ୍ତି ସଦସ୍ୟାଙ୍କୁ ଅନ୍ତରାଷ୍ଟ୍ରୀୟ ଏକ୍ସପୋଜର ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ସଦସ୍ୟା ।

mission force visited dubaimission khaktimission shakti women
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami