ଏଣିକି ମହିଳା ସରକାରୀ କର୍ମଚାରୀମାନଙ୍କୁ ମିଳିବ ବାର୍ଷିକ ୨୫ ଦିନର ସାମୟିକ ଛୁଟି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି ।

ପୂର୍ବରୁ ପାଉଥିଲେ ୧୫ ଦିନର ସାମୟିକ ଛୁଟି

ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଛି । ହେଲେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ । ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ ।

25 days annual leave for womenwomen government employees
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami