ରାହୁଲ କିମ୍ବା ମୋଦି କାହାପାଇଁ ୨୦୨୪ ସହଜ ନୁହେଁ

୨୦୧୪ ନିର୍ବାଚନ ବିଜୟ ପରେ ମୋଦି ବ୍ରାଣ୍ଡରେ ପରିଣତ ହୋଇଥିଲେନିର୍ବାଚନ ଜିତିବା ପାଇଁ ଦଳ ମୋଦିଙ୍କ ଉପରେ ନିର୍ଭର କରିବାକୁ ଲାଗିଲାମୋଦି ମୋଦିର ଗଗନଭେଦି ସ୍ଲୋଗାନରେ ପୁରା ଦେଶ କମ୍ପୁଥିଲା ସ୍ଥାନୀୟ ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ,ବିଜେପି ମୋଦି ମୁହଁକୁ ନେଇ ମୈଦାନକୁ ଓହ୍ଲାଉ ଥିଲା । କିଛି କ୍ଷେତ୍ରରରେ ବିଜେପି ସଫଳତା ମଧ୍ଯ ପାଇଥିଲା । କିନ୍ତୁ ଧିରେ ଧିରେ ମୋଦି ମ୍ଯାଜିକ୍ ଫିକା ପଡ଼ିବାକୁ ଲାଗିଲା । ସ୍ଥାନୀୟ ନିର୍ବାଚନ ମୋଦିଙ୍କ ମୁହଁ ସାହାଯ୍ଯରେ ଜିତିବା ସହଜ ହେଲା ନାହିଁ । ଏକଥାକୁ ବିଜେପି ବୁଝି ପାରିଥିଲାବ୍ରାଣ୍ଡ୍ ମୋଦି ସଚ୍ଚୋଟତାର ପର୍ଯ୍ଯାୟ ହୋଇପାରେ କିନ୍ତୁ ଏହା ଦ୍ୱାରା ବିଜେପିର ସ୍ଥାନୀୟ ନେତାଙ୍କ ଦୁର୍ନିତୀକୁ ଘୋଡ଼ା ଯାଇପାରିବନି ବୋଲି ବିଜେପି ହୃଦୟଙ୍ଗମ କରିପାରିଛିକର୍ଣ୍ଣାଟକର ଫଳାଫଳ ସେଇ କଥା କହୁଛିରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପତ୍ର ଅର୍ଗାନାଇଜର କର୍ଣ୍ଣାଟକ ନିର୍ବାଚନ ପରେ ଦଳକୁ ଉପଦେଶ ଦେଇଥିଲା ଯେ, ହିନ୍ଦୁତ୍ୱ ଓ ମୋଦି ମୁହଁ ସାହାଯ୍ୟରେ ବିଜେପି ସବୁ ନିର୍ବାଚନ ଜିତି ପାରିବ ନାହିଁରାଜ୍ଯସ୍ତରୀୟ ନିର୍ବାଚନରେ ପରାଜୟ ପରେ ଏବେ ବିଜେପି ନେତାଙ୍କୁ କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନ ଦେଉଥିବାର ଆପଣ ଯଦି ଦେଖୁ ନାହାନ୍ତି ତେବେ ଏହା ହେଉଛି କାରଣ । ୪ଟି ରାଜ୍ୟରେ ଏବେ କଂଗ୍ରେସ ନିଜ ବଳର ସରକାର ଗଠନ କରିଛି । ସେହିଭଳି ବିହାର,ଝାଡ଼ଖଣ୍ଡ ଓ ତାମିଲନାଡ଼ୁରେ କଂଗ୍ରେସ ମେଣ୍ଟ ସରକାରରେ ସାମିଲ ଅଛିବିଜେପି ନ’ ଟି ରାଜ୍ଯରେ ସରକାର ଗଠନ କରିଛିକଂଗ୍ରେସ ଯଦି ଏବେ ଦେଶ ଜନସଂଖ୍ଯାର ୩୦ ପ୍ରତିଶତ ଅଂଚଳ ଉପରେ ଶାସନ କରୁଛି ତେବେ ବିଜେପି ୪୫ ପ୍ରତିଶତ ଜନସଂଖ୍ଯା ଉପରେ ଶାସନ କରୁଛି ।

ଅସଲ ଖେଳ

ମହାରାଷ୍ଟ୍ର ଓ ମଧ୍ଯପ୍ରଦେଶରେ ଜନାଦେଶ ଚୋରିର ଅଭିଯୋଗକୁ ଛାଡ଼ି ଦେଲେ ବି ଅସଲ ଖେଳ ବିଜେପି ଏବଂ ଅଣ କଂଗ୍ରେସ ଶାସିତ ରାଜ୍ଯରେ ଆରମ୍ଭ ହୋଇଛି । ପ୍ରଥମେ ଏହି ଖେଳକୁ ବୁଝିବା ସହଜ ନଥିଲା । ଏବେ କିନ୍ତୁ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ୍ ଇନକ୍ଲୁଜିଭ୍ ଆାଲାଏନ୍ସ ଗଠନ ପରେ କଂଗ୍ରେସ ଓ ବିଜେପି ଯେଉଁ ଧ୍ରୁବରେ ଅଛନ୍ତି ସେହି ଆଲାଏନ୍ସ ସାମ୍ନାରେ ଦୃଶ୍ଯମାନ ହେଉଛି ଭାରତ ଯୋଡୋ ଯାତ୍ରା ପରେ ତିଆରି ହୋଇଥିବା ମେଣ୍ଟରେ ମମତାଙ୍କଠାରୁ କଂଗ୍ରେସର ଜାନି ଦୁଶମନ କେଜ୍ରିୱାଲ ମଧ୍ୟ ଅଛନ୍ତି2024 ନିର୍ବାଚନ ପର୍ଯ୍ୟନ୍ତ ଏହି ଅହିନକୁଳ ସମ୍ପର୍କ ଥିବା ନେତା ମାନେ ମେଣ୍ଚରେ ତିଷ୍ଚି ରହିବେ କି ନାହିଁ ସେବାବଦରେ ଏବେ କିଛି କୁହାଯାଇ ପାରିବ ନାହିଁ । କିନ୍ତୁ ଏନଡିଏ ସହିତ ଯଦି ଏହି ମେଣ୍ଟର ତୁଳନା କରାଯାଏ ତେବେ ଗଠନ ଜବରଦସ୍ତ ବୋଲି ମାନିବାକୁ ପଡ଼ିବ । ଏକଲା ମୋଦି ସମସ୍ତଙ୍କ ଉପରେ ଭାରି ବୋଲି ବିଜେପି କହୁଥିଲା କିନ୍ତୁ 38 ଦଳକୁ ଗୋଟାଇ ବିଜେପି ଯେମିତି ଏନଡିଏ ମେଣ୍ଟକୁ ମଜବୁତ କରୁଛି ଲାଗୁଛି ଯେ, ବିଜେପିର ରଣନୀତି 360 ଘୁରି ସାରିଛିମୋଦି କଲ୍ଟରୁ ମୋହଭଙ୍ଗ ସରିଛିଛତିସଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ହେଡକ୍ୱାର୍ଟର ଲଗାମ ଧରିଛି ସତ କିନ୍ତୁ ଲୋକାଲ ଅଧିକ ଭୋକାଲ ଅଛି । ମାନେ ମୋଦିଙ୍କ ତୁଳନାରେ ସ୍ଥାନୀୟ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେଣୁ 2024ର ସେମିଫାଇନାଲ ବେସ ରୋଚକ ହେବାକୁ ଯାଉଛି ।

ଅମୃତକାଳରୁ କର୍ତ୍ତବ୍ୟ କାଳ

ନିଜେ ମୋଦି ଅମୃତକାଳରୁ କର୍ତ୍ତବ୍ୟକାଳ ଉପରେ ଫୋକସ କରିବା ଆରମ୍ଭ କରିଦେଲେଣି । କହି ସାରିଲେଣି ସ୍ୱାଧିନତାର ସୁବର୍ଣ୍ଣ ଜୟନ୍ତି ପର୍ଯ୍ୟନ୍ତ ଆମକୁ କର୍ତ୍ତବ୍ୟପଥରେ ଅଗ୍ରସର ହୋଇ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ପଡ଼ିବରାହୁଲ ଗାନ୍ଧିଙ୍କ ଭାରତ ଯାତ୍ରା ବିଜେପିକୁ ଟ୍ରାକ୍ ବଦଳାଇବାକୁ ବାଧ୍ୟ କରିଛି କିମ୍ବା ସଂକୁଚିତ ହେଉଥିବା ଜନାଦେଶ ଦଳକୁ ଏମିତି ଭାବିବାକୁ ବାଧ୍ୟ କରିଛି ତାହା ଦଳର ଛାମୁଆଁ ନେତା ଜାଣିଥିବେ । କିନ୍ତୁ ସତ ହେଉଛି ବିଜେପି ନୀତି ଓ ରଣନୀତି ବଦଳାଇ ସାରିଛି ।

ଏନଡିଏର 38 ଦଳ,କେତେ ‘ଭୋଟ୍ ବଳି’ !

ଏବେ ଆସନ୍ତୁ ଏନଡିଏରେ ସାମିଲ ଥିବା 38 ଦଳଙ୍କ ବଳ ବାବଦରେ କିଛି ଜାଣିବା । ଏନଡିଏରେ 38 ଦଳ ଅଛନ୍ତି ବିଜେପିକୁ ବାଦ ଦେଲେ 37 ଦଳଏହି 37 ଦଳ 2019ରେ 30ରୁ କମ ଆସନ ଜିତିଥିଲେଚମକି ପଡିଲେ କି ? ଚମକିବାକୁ ଆହୁରି କିଛି ତଥ୍ୟ ଅଛି । ଧର୍ଯ୍ୟ ଧରନ୍ତୁ ଏନଡିଏରେ 16 ଏଭଳି ଦଳ ଅଛନ୍ତି ଯେଉଁମାନେ ଗତ ଲୋକସଭା ନିର୍ବାଚନରେ ଗୋଟିଏ ମଧ୍ୟ ଆସନ ଜିତି ପାରିନଥିଲେ । ଏଥିରେ ଏମିତି 9ଟି ଦଳ ଅଛନ୍ତି ଯେଉଁମାନେ 2019 ମହାସମରରେ ଲଢେଇ ମଧ୍ୟ କରିନଥିଲେ ଅର୍ଥାତ ନିର୍ବାଚନ ମୈଦାନରେ ନଥିଲେ ।ଅନ୍ୟପକ୍ଷରେ ଇଣ୍ଡିଆରେ 26 ଦଳ ଅଛନ୍ତି । ଏହି ମେଣ୍ଟରେ ଡିଏମକେ ତୃତୀୟ ବୃହତ ଦଳ ହୋଇଥିବା ବେଳେ ଟିଏମସି ଚତୁର୍ଥ ବୃହତ ଦଳ ।ଯାହା ପାଖରେ 23 ସାଂସଦ ଅଛନ୍ତି ।

ତେବେ ରାହୁଲଙ୍କ ପାଇଁ ରାସ୍ତା ଏତେ ବି ସହଜ ନୁହେଁ

ଏହାର ଅର୍ଥ ନୁହେଁ ଯେ,ଦିଲ୍ଲୀର ଦରବାର ଲଗାଇବା ରାହୁଲଙ୍କ ପାଇଁ ବୁହୁତ ସହଜଟିମ୍ ମୋଦି ଏବେ ୱାଇଏସଆର କଂଗ୍ରେସକୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରୁଛନ୍ତିଟିଡିପି ତ ଏନଡିଏରେ ସାମିଲ ହେବା ମାତ୍ର ଔପଚାରିକତାଚନ୍ଦ୍ରାବାବୁ ନାଇଡୁଙ୍କ ପାଖରେ ଅନ୍ୟକୌଣସି ରାସ୍ତା ମଧ୍ୟ ନାହିଁ । ଏହା ସହିତ ବିଜେପିକୁ ଯୋଗୀ ଯେଉଁ ଶିକ୍ଷା ଦେଇଛନ୍ତି ସେଥିରୁ ହାଇକମାଣ୍ଡ ଏହା ଶିଖିଛନ୍ତି ଯେ, ରାଜ୍ୟର ଡୋର ରାଜ୍ୟ ଶାସକଙ୍କ ହାତରେ ରହିଲେ ଭଲ ।ତେଣୁ ଦଳ ଅଟଳ ବିହାରୀଙ୍କ ଯୁଗକୁ ଫେରୁଛିଅଟଳ ଯୁଗରେ କଲ୍ୟାଣ ସିଂହ,ବସୁନ୍ଧରା ରାଜେ,ଅନନ୍ତ କୁମାରଙ୍କ ଭଳି କ୍ଷେତ୍ରୀୟ ଶକ୍ତି ନିଜ ରାଜ୍ୟରେ ପ୍ରଭାବଶାଳୀ ଥିଲେମଧ୍ୟପ୍ରଦେଶରେ ନିର୍ବାଚନ ଲଢେଇ ଡୋର ନରେନ୍ଦ୍ର ତୋମାରଙ୍କୁ ଦିଆଯାଇଛିମଧ୍ୟପ୍ରଦେଶର 28 ସିଟିଂ ବିଧାୟକଙ୍କୁ ଦ୍ୱିତୀୟ ଥର ପାଇଁ ଟିକେଟ୍ ମିଳୁଥିବା ବେଳେ ଛତିସଗଡ଼ରେ 11 ଜଣ ବିଧାୟକଙ୍କ ଟିକେଟ୍ କାଟି ଦିଆଯାଇଛିଭୁପେସ ବାଘେଲଙ୍କ ବିରୋଧରେ ବିଜେପି ଦୁର୍ଗ୍ ସାଂସଦ ବିଜୟ ବାଘେଲଙ୍କୁ ମୈଦାନକୁ ଉତାରିଛି । ଦିଲ୍ଲୀର ନଜର ଅଛି କିନ୍ତୁ ଲୋକାଲ ଅଧିକ ଭୋକାଲ । ଯାହାର ଅର୍ଥ ହେଉଛି ରାହୁଲଙ୍କ ପାଇଁ ମୈଦାନ ଜିତିବା ସହଜ ହେବ ନାହିଁବିଜେପି ଏଥର ରଣନୀତି ବଦଳାଇ ଲୋକଲ ଲିଡରଙ୍କୁ ଅଧିକ ଗୁରୁତ୍ୱ ଦେଉଛିମୋଦି କେବଳ ଆଡ୍ ଅନ୍ ଫ୍ୟାକ୍ଟର ହେବେ ।

2024 election prediction2024 election prediction opinion poll2024 lok sabha electionbjp vs congress comparisonbjp vs congress statusindia alliance oppositionindia vs nda analysisindian politics updatenda alliance 2024nda vs india alliancePM Narendra Modirahul gandhi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami