ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ ୧୪ ଛାତ୍ର, ୧୮ ଗୁରୁତର

ଇରାକ: ଇରାକର ଏରବିଲ୍ ସ୍ଥିତ ଏକ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲେ ୧୪ ଛାତ୍ର । ଆଉ ୧୮ ଗୁରୁତର ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯଥାସାଧ୍ୟ ମୁତାବକ ବହୁ ଛାତ୍ରଙ୍କୁ ସେମାନେ ସୁରକ୍ଷିତ ଉଦ୍ଧାର କରିବା ସହ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି ଅଗ୍ନିକାଣ୍ଡକୁ ଦେଖି ଅନ୍ୟ ଛାତ୍ରମାନେ ଭୟଭୀତ ହୋଇପଡ଼ିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

ସ୍ପଷ୍ଟ ହୋଇନି ଅଗ୍ନିକାଣ୍ଡର କାରଣ

ଗତକାଲି ଏକବିଲ୍‌ସ୍ଥିତ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଉକ୍ତ ହଷ୍ଟେଲରେ ବହୁ ସଂଖ୍ୟାରେ ଛାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟ କର୍ମଚାରୀ ରହୁଥିଲେ । ବିଲ୍ଡିଂର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତାହା ତୁରନ୍ତ ଚାରିଆଡ଼କୁ ବ୍ୟାପିବାକୁ ଲାଗିଲା । ଫଳରେ ବିଲ୍ଡିଂରେ ଥିବା ଛାତ୍ରଙ୍କ ସମେତ ଅନ୍ୟମାନେ ରକ୍ଷା ପାଇବା ପାଇଁ ଚିତ୍କାର କରିଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ଆହତମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ସର୍ଟ ସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

14 died and 18 injured due to fire in Iraq university hostelIraq university hostelIraq university hostel fireIraq university hostel news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami