ସ୍ୱାସ୍ଥ୍ୟ ବିଭାଗର ସୂଚନା, ଓଡ଼ିଶାରେ ଚାଲୁ ରହିଛି ବିଏସକେୱାଇ

Above Post Content

ଭୁବନେଶ୍ୱର: ଏବେ ବି ଓଡ଼ିଶାରେ ବିଏସକେୱାଇ କାର୍ଡ଼ ଚାଲୁ ରହିଛି । ବିଏସକେୱାଇ କାର୍ଡକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ବିଏସକେୱାଇ ଚାଲୁ ରହିଛି ଏବଂ ଘରୋଇ ହସ୍ପିଟାଲ ସହ ହୋଇଥିବା ଚୁକ୍ତି ବା ଏମ୍‌ଓୟୁ ବଳବତ୍ତର ରହିଛି ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନଙ୍କର କାର୍ଡ ଅଛି, ସେମାନଙ୍କୁ ତାଲିକାଭୁକ୍ତ ହସପିଟାଲଗୁଡ଼ିକ ପୂର୍ବଭଳି ଚିକିତ୍ସା ସେବା ଯୋଗାଇ ଦିଅନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଚିକିତ୍ସା ବାବଦକୁ ହସ୍‌ପିଟାଲ୍‌ଗୁଡ଼ିକ ଯେଉଁ ବିଲ୍ ଦେବେ ପୂର୍ବଭଳି ଏସଏଚଏଏସ ମାଧ୍ୟମରେ ଅର୍ଥ ପାଇବେ । ରୋଗୀମାନେ ଯେପରି ଚିକିତ୍ସା ସେବା ପାଇବାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ, ତାହା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲଗୁଡ଼ିକୁ କହିଛନ୍ତି । ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଏସକେୱାଇ କାର୍ଡ କାମ କରିବନି କହି କିଛି ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ ଘରୋଇ ମେଡିକାଲଗୁଡ଼ିକ କହୁଥିବା କିଛି ରୋଗୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami