ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ

Above Post Content

ଭୁବନେଶ୍ୱର : ସୋମବାର ଦେଶର ପଞ୍ଚମ ଓ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ଭୋଟ ଦେଉଛନ୍ତି । ଏହି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସମ୍ଭାବ୍ୟ ଅଂଶୁଘାତ ପରିସ୍ଥିତିର ମୁକାବିଲା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

୯୧୬୨ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ

After 2nd paragraph post ads
Middle post content

ଏହି ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉର୍ଦ୍ଧ୍ୱ୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ । ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେବ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଏହି ପର୍ଯ୍ୟାୟରେ ମୋଟ ୧୦୨ କମ୍ପାନୀ ସିଏପିଏଫ୍ ନିୟୋଜିତ ହୋଇଛନ୍ତି । କନ୍ଧମାଳରେ ସର୍ବାଧିକ ୨୨ କମ୍ପାନୀ ସିଏପିଏଫ୍ ନିୟୋଜିତ ହେବାକୁ ଥିବାବେଳେ ଗଞ୍ଜାମରେ ୨୦ କମ୍ପାନୀ ସିଏପିଏଫ୍ ନିୟୋଜିତ ହୋଇଛନ୍ତି । ଅପରପକ୍ଷେ ୩୩ ହଜାର ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami