ବିଜେପିକୁ ହରାଇବାକୁ ବିରୋଧୀଙ୍କ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କେତେ ସଫଳ ହେବ

317

2024ରେ ବିଜେପିକୁ ହରାଇବାକୁ ବିରୋଧୀ ଏକାଠି ହେଉଛନ୍ତିପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷୀଣ, ଚାରିଦିଗରେ ଚାଲିଛି ମେଳି। ବିଜେପିରୁ ବାହାରି ମୋଦି ଓ ଶାହଙ୍କ ବିରୋଧର ମୋର୍ଚ୍ଚା ଖୋଲିଥିବା ସତ୍ୟପାଲ ମଲ୍ଲିକ ମଧ୍ୟ ଘୋଷଣା କରି ସାରିଛନ୍ତି ଯେ,ଯଦି 2024ରେ ବିଜେପି ବିରୋଧରେ ବିରୋଧୀ ଦଳ ୱାନ୍ ଇଜ ଟୁ ୱାନ୍ ଲଢେଇ ହୁଏ ତେବେ ବିଜେପି ହାରିବା ଥୟ। ନୀତିଶ ଓ ମମତାଙ୍କ ଭେଟଘାଟ୍ ହେଉ କି ଚନ୍ଦ୍ରଶେଖର ରାଓଙ୍କ ବିରୋଧୀ ଏକତା ପାଇଁ ଆହ୍ୱାନ ହେଉ। ଏସବୁ ହେଉଛି ସେହି 2024 ରଣନୀତିର ଅଂଶ। ତେବେ ପ୍ରଶ୍ନ ହେଲା ଏହି ଜଣକ ବିରୋଧରେ ଜଣେ ଫର୍ମୁଲା ଲଢେଇ ସତରେ ହେଇ ପାରିବ କିବିରୋଧୀଙ୍କ ମଧ୍ୟରେ ଏକତା ହେଉଛି ଗୋଟିଏ ବଡ଼ ପ୍ରଶ୍ନ। ତେବେ ଏହି ଫର୍ମୁଲା 24ରେ କଣ କରିବ କଣ ନକରିବ ଜାଣିବା ଆଗରୁ ଆସନ୍ତୁ ଜାଣିବା ଏହି ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କଣ

ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା

ଯେତେବେଳେ କୌଣସି ଶକ୍ତିଶାଳୀ ରାଜନୈତିକ ଦଳ ବିରୋଧରେ ବାକି ସବୁ ଦଳ ଏକାଠି ମୈଦାନକୁ ଜଣେ ମାତ୍ର ପ୍ରାର୍ଥୀ ଦିଅନ୍ତି ତାହାକୁ ଜଣକ ବିରୋଧରେ ଜଣେ ବା ୱାନ୍ ଇଜ୍ ଟୁ ୱାନ୍ ଲଢେଇ ବୋଲି କୁହାଯାଏ2019 ସାଧାରଣ ନିର୍ବାଚନରେ ବିଜେପି 45 ପ୍ରତିଶତ ଭୋଟ୍ ପାଇ ସରକାର ଗଢିଥିଲା। ବାକି 55 ପ୍ରତିଶତ ଭୋଟ ବିରୋଧୀ ଦଳଙ୍କୁ ମିଳିଥିଲା। ଏହି 55 ପ୍ରତିଶତ ଭୋଟ୍ ଯଦି ଗୋଟିଏ ଦଳକୁ ଯାଇଥାନ୍ତା ତେବେ ବିଜେପି ସରକାର ଗଢ଼ିବା ସମ୍ଭବ ହୋଇନଥାନ୍ତା।

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ୱାନ୍ ଇଜ୍ ଟୁ ୱାନ୍ ଫର୍ମୁଲା କଥା କହିଛନ୍ତି ଯେ, 2024ରେ ଯଦି ବିଜେପିର ଜଣେ ପ୍ରାର୍ଥୀଙ୍କ ବିରୋଧରେ ସବୁ ବିରୋଧୀ ଦଳ ମିଶି ଜଣେ ପ୍ରାର୍ଥୀ ଦିଅନ୍ତି ତେବେ ବିଜେପିର ପରାଜୟ ନିଶ୍ଚିତ1989ରେ ବିଶ୍ୱନାଥ ପ୍ରତାପ ସିଂଙ୍କ ସମର୍ଥନରେ ବିରୋଧୀ ଦଳ ଏମିତି କରିଥିଲେ। ସେହିଭଳି 1977ରେ ଇନ୍ଦିରାଙ୍କ ବିରୋଧରେ ବିରୋଧୀ ଦଳ ସମାନ ଫର୍ମୁଲା ପ୍ରୟୋଗ କରିଥିଲେ। ବିଜେପି ବିରୋଧରେ ମଧ୍ୟ ସେହି ଉପାୟ ପ୍ରୟୋଗ କରି ଜିତା ଯାଇପାରେ ବୋଲି ସେ କହିଛନ୍ତି।

ଉଦାହରଣ

ଉଦାହରଣ ଭାବେ ଦିଲ୍ଲୀକୁ ନିଆଯାଉଦିଲ୍ଲୀରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି 7। ଯଦି 2024 ନିର୍ବାଚନ ବେଳେ ବାକି ସବୁ ବିରୋଧୀ ଦଳ ଆପ୍ କୁ ସମର୍ଥନ କରି ପ୍ରାର୍ଥୀ ନଦିଅନ୍ତି ତେବେ ବିଜେପି ବିରୋଧରେ ମୈଦାନରେ କେବଳ ଆପ୍ ପ୍ରାର୍ଥୀ ରହିବେ। ଏମିତିରେ ବିରୋଧୀ ଭୋଟ ଭାଗଭାଗ ହେବ ନାହିଁ। ଆଉ ଆପ୍ ପ୍ରାର୍ଥୀ 7 ଆସନରେ ଜିତିବେ।

ତେବେ ଏହା ଏତେ ସହଜ ନୁହେଁ

ଏହି ଫର୍ମୁଲା ଶୁଣିବାକୁ ଭଲ ଲାଗୁଥାଇ ପାରେ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ସହଜ ନୁହେଁ । କାରଣ ସବୁ ରାଜନୈତିକ ଦଳଙ୍କର ନିଜସ୍ୱ ରାଜନୈତିକ ସ୍ୱାର୍ଥ ଓ ଲକ୍ଷ୍ୟ ରହିଛି। ସମସ୍ତେ ଚାହିଁବେ ଅଧିକ ଆସନ ଜିତିବାକୁ । କାରଣ ଅଧିକ ଆସନ ଜିତିବା ଅର୍ଥ ନୁଆ ସରକାରରେ ଅଧିକ ଦବଦବା ଓ ପ୍ରଧାନମନ୍ତ୍ରୀ ପଦବୀ ଉପରେ ହକ। ଏମିତିରେ ଦଳଙ୍କ ମଧ୍ୟରେ ସିଟ୍ ଭାଗବଣ୍ଟା ଏକ ବଡ଼ ସମସ୍ୟା ହେବଉଦାହରଣ ଭାବେ ବିହାରରେ ଆରଜେଡି ଓ ଜେଡିୟୁ କୁ ନିଆଯାଉ ନୀତିଶ ଓ ତେଜସ୍ୱୀ ଅଧିକ ଆସନରେ ଲଢ଼ି ଅଧିକ ଆସନ ଜିତିବାକୁ ଚାହିଁବେ। ଏମିତିରେ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରୁ କିଏ ଅଧିକ ତ୍ୟାଗ କରିବ ତାହା ବଡ଼ ପ୍ରଶ୍ନ। ଯାହା ବାକି ସବୁ ନେତା ଓ ଦଳଙ୍କ ପାଇଁ ମଧ୍ୟ ପ୍ରଜୁଜ୍ୟ।

Leave A Reply

Your email address will not be published.

Close Bitnami banner
Bitnami