କ୍ରୋଧରେ ଗାନ୍ଧି ପରିବାର,ପ୍ରିୟଙ୍କାଙ୍କ ଏହି ଚିତ୍ର କହୁଛି ବହୁତ କଥା

212

ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ ନିଜ ଲୋକସଭା ସଦସ୍ୟତା ହରାଇଛନ୍ତିସଦସ୍ୟତା ହରାଇବା ପରେ ସେ ଶନିବାର ଦିନ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ସେ ମୋଦି ସରକାର ଉପରେ ଜୋରଦାର ହମଲା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ଆକ୍ରମଣକୁ ନେଇ ଯେତିକି ଚର୍ଚ୍ଚା ସେତିକି ଆଲୋଚନା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କ ଚିତ୍ରକୁ ନେଇ। ଚିତ୍ରରେ ପ୍ରିୟଙ୍କାକୁ କ୍ରୋଧମୁଦ୍ରାରେ ଦେଖିବାକୁ ମିଳୁଛି। ତେବେ ତା ଆଗରୁ ଜାଣିନେବା ରାହୁଲ କଣ କହି ମୋଦି ସରକାର ଉପରେ କରିଥିଲେ ଆକ୍ରମଣ

ମୋଦିଙ୍କ ଆଖିରେ ଦେଖିଛି ଭୟ

ରାହୁଲ କହିଥିଲେ ଯେ, ମୁଁ କାହାକୁ ଡରୁନିମୁଁ ମୋଦିଙ୍କ ଆଖିରେ ଭୟ ଦେଖିଛିସେଇ ଭୟ ପାଇଁ ମୋ ସଦସ୍ୟତା ରଦ୍ଦ କରାଯାଇଛିଭାରତରେ ଗଣତନ୍ତ୍ର ମରିଯାଇଛି ଆଦାନୀଙ୍କୁ ସୁରକ୍ଷା ଦେବାକୁ ମୋଦି ସରକାର କାମ କରୁଛି। ମୋ ଆଗାମୀ ଭାଷଣ କଣ ହେବ ତାକୁ ନେଇ ମୋଦି ଭୟଭୀତ ଥିଲେମୁଁ ଆଦାନୀଙ୍କ ଉପରେ ପୁଣି ଆକ୍ରମଣ କରିବି,ଏହି ଭୟ ପାଇଁ ଏସବୁ କରାଯାଇଛି। ଆମେ କିନ୍ତୁ ଡରିବୁନି। ଆମେ ଲଢିବୁ।

ପ୍ରିୟଙ୍କାଙ୍କ ଆଖିରେ କ୍ରୋଧ

ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ କଂଗ୍ରେସର ସବୁ ବଡ଼ ନେତା ସେଠାରେ ଉପସ୍ଥିତ ଥିଲେ। ସମସ୍ତେ ଶାନ୍ତ ଓ ଗମ୍ଭୀର ଥିଲେ। ଅବଶ୍ୟ ସମସ୍ତଙ୍କ ମୁହଁରେ ଚିନ୍ତା ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ଏସବୁଠାରୁ ଅଲଗା ଥିଲା ପ୍ରିୟଙ୍କାଙ୍କ ମୁଦ୍ରାତାଙ୍କ ମୁହଁରେ ଗମ୍ଭୀରତାର ଭାବ ସହିତ ମୁଁହ ତମତମ ଥିଲା। ଆଖିରେ ରାଗ ସ୍ପଷ୍ଟ ଦେଖା ଯାଉଥିଲାପ୍ରିୟଙ୍କାଙ୍କ ଏହି ଚିତ୍ରରୁ ସ୍ପଷ୍ଟ ଯେ, ଗାନ୍ଧୀ ପରିବାର କେତେ କ୍ରୋଧିତ ଅଛି।

ଆକ୍ରାମକ ମୁଦ୍ରା

ସାମ୍ବାଦିକ ସମ୍ମିଳନୀ ପରେ ପ୍ରିୟଙ୍କା ଟ୍ୱିଟ୍ କରିଥିଲେ। ଟ୍ୱିଟରେ ପ୍ରିୟଙ୍କା କହିଥିଲେ ଯେ, ବିଜେପି ଦେଶରେ ଗଣତନ୍ତ୍ରର ହତ୍ୟା କରିବାକୁ ଚାହୁଁଛି। ତେଣୁ କ୍ରମାଗତ ଭାବେ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ ହେଉଛି।

ଗାନ୍ଧୀ ପରିବାରର ରାଗ କଣ ଇନ୍ଦିରାଙ୍କ 1980 କରିସ୍ମାକୁ ଦୋହରାଇବ

ଏବେ ପ୍ରଶ୍ନ ହେଉଛି ଯେ,ଗାନ୍ଧୀ ପରିବାରର ଏହି କ୍ରୋଧ କଣ ଇନ୍ଦିରାଙ୍କ କରିସ୍ମାକୁ ଦୋହରାଇ ପାରିବ ଇନ୍ଦିରାଙ୍କ ପରେ ରାହୁଲ ହେଉଛନ୍ତି ପରିବାରର ଦ୍ୱିତୀୟ ବ୍ୟକ୍ତି ଯାହାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି1978ରେ କର୍ଣ୍ଣାଟକର ଚିକମଙ୍ଗଲୁର ଲୋକସଭା ଆସନରୁ ଇନ୍ଦିରା ବିଜୟୀ ହୋଇଥିଲେ। କିନ୍ତୁ ପରେ ତାଙ୍କୁ ସଂସଦରୁ ବିଦା କରାଯାଇଥିଲା। ତାଙ୍କ ବିରୋଧରେ ନିର୍ବାଚନ କାଳରେ ସରକାରୀ କଳ ଅପବ୍ୟବହାର ଅଭିଯୋଗ ଲାଗିଥିଲା। ସେତେବେଳେ ବି କଂଗ୍ରେସ ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରିଥିଲା 1980 ସାଧାରଣ ନିର୍ବାଚନରେ କଂଗ୍ରେସ ଇନ୍ଦିରାଙ୍କ ନେତୃତ୍ୱର ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏବେ ଦେଖିବାକୁ ରହିଲା ଯେ,ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ କ୍ରୋଧିତ ଥିବା ଗାନ୍ଧି ପରିବାର 2024ରେ ଇନ୍ଦିରାଙ୍କ 1980 ବାଲା କରିସ୍ମା ଦେଖାଇ ପାରିବ କି ନାହିଁ।

Leave A Reply

Your email address will not be published.

Close Bitnami banner
Bitnami