୨୩ ବର୍ଷ ତଳେ ସେଦିନ ଯଦି ଲକ୍ଷ୍ୟ ବ୍ୟର୍ଥ ହୋଇନଥାନ୍ତା ତେବେ ହୋଇଥାନ୍ତା ମୁଶାରଫ କାହାଣୀର ଅନ୍ତ

213

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫଙ୍କ ଦୁବାଇରେ ନିଧନ ହୋଇଯାଇଛିଦୁବାଇରେ ଆତ୍ମନିର୍ବାସନରେ ଥିବା ପରଭେଜ୍ ମୁଶାରଫଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛିୟୁଏଇ (ମିଳିତ ଆରବ ଏମିରଟ)ର ଏକ ଆମେରିକୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିଲେ ।ଶୁକ୍ରବରା ଦିନ ତାଙ୍କର ମୃତ୍ୟୁ ହୋଇଥିବା ପାକିସ୍ତାନୀ ମିଡିଆ ସୂତ୍ରରୁ ପ୍ରକାଶ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,୨୩ ବର୍ଷ ତଳେ ହିଁ ମୁଶାରଫଙ୍କ ଅନ୍ତ ହୋଇଥାନ୍ତା । କେବଳ ଭାଗ୍ୟ ତାଙ୍କୁ ବଂଚାଇ ଦେଇଥିଲା

ଦୁବାଇରେ ରହୁଥିଲେ ମୁଶାରଫ

କ୍ଷମତାରୁ ବିଦା ହେବା ପରେ ମୁଶାରଫ ଦୁବାଇରେ ରହୁଥିଲେ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେ କ୍ଷମତା ଦଖଲ କରିଥିଲେ୨୦୦୮ରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଦେଶ ଛାଡି ଦେଇଥିଲେ ।

କାରଗିଲ ଯୁଦ୍ଧ ପଛର ଖଳନାୟକ

ଜେନରାଲ ପରଭେଜ୍ ମୁଶରଫ ପାକ୍ ସେନା ମୁଖ୍ୟ ଥିବା ବେଳେ କାରଗିଲ ଷଡ଼ଯନ୍ତ୍ର ହୋଇଥିଲାଭାରତୀୟ ପ୍ରଧାନମନ୍ତ୍ରୀ ବସ ଯୋଗ ଲାହୋର ଯାତ୍ରା କରିଥିଲେଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଥିଲା ଏହି ଯାତ୍ରାର ଲକ୍ଷ୍ୟ । କିନ୍ତୁ ସେହି ସମୟରେ ମୁଶାରଫ ନିଜ ସହକର୍ମୀଙ୍କ ସହିତ ମିଶ କାରଗିଲ ଷଡ଼ଯନ୍ତ୍ର କରିଥିଲେ କାରଗିଲ ଯୁଦ୍ଧରେ ପାକିସ୍ତାନୀ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲା । ଯୁଦ୍ଧ ପରେ ମୁଶାରଫଙ୍କୁ ବରଖାସ୍ତା କରିବାକୁ ନୱାଜ ସରିଫ ଉଦ୍ୟମ କରିଥିଲେ । ତେବେ ଶ୍ରୀଲଙ୍କା ଗସ୍ତରେ ଥିବା ମୁଶାରଫ ନିଜ ବିଶ୍ୱସ୍ତଙ୍କ ସହାୟତାରେ ଓଲଟା ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରିଥିଲେ2008 ଅଗଷ୍ଟ ୧୨ ତାରିଖରେ ମୁଶାରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ

ଭାରତରୁ ଯାଇଥିଲେ ମୁଶାରଫଙ୍କ ପରିବାରଭାରତ ବିରୋଧୀ ମୁଶାରଫଙ୍କ ପରିବାର ୧୯୪୭ରେ ପାକିସ୍ତାନ ପଳାୟନ କରିଥିଲା । ଏହାର ୪ ବର୍ଷ ପୂର୍ବରୁ ଅର୍ଥାତ ୧୯୪୩ରେ ମୁଶାରଫଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା ଦିଲ୍ଲୀରୁ ଯାଇ ପାକିସ୍ତାନରେ ମୁଶାରଫଙ୍କ ପରିବାର ରହିଥିଲା ।

23 ବର୍ଷ ତଳେ ହୋଇଯାଇଥାନ୍ତା ମୁଶାରଫଙ୍କ କମ ତମାମ୍,ଯଦି ସେଦିନ…

୭୯ ବର୍ଷ ବୟସରେ କାରଗିଲ ଯୁଦ୍ଧର ମୁଖ୍ୟ ଖଳନାୟକ ପରଭେଜ୍ ମୁଶାରଫଙ୍କ ଦେହାନ୍ତ ହୋଇଯାଇଛି ଆମାଇଲାଇଡୋସିସ୍ ରୋଗରେ ପୀଡିତ ଥିବା ମୁଶାରଫ ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଛନ୍ତି । ତାଙ୍କ ଶରୀରର ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯଦି ମୁଶାରଫଙ୍କ ଭାଗ୍ୟ ସାଥ୍ ଦେଇନଥାନ୍ତା ତେବେ ୨୩ ବର୍ଷ ତଳେ ତାଙ୍କ କାମ ତମାମ ହୋଇଯାଇଥାନ୍ତା । ଆଉ ତାଙ୍କ ଶରିର ହୁଏତ ମିଳିନଥାନ୍ତା । ଏହି ଘଟଣା ହେଉଛି କାରଗିଲ ଯୁଦ୍ଧ ସମୟର କାରଗିଲ ଯୁଦ୍ଧର ଭିଲେନ୍ ମୁଶାରଫ ଜୁନ୍ ୨୪,୧୯୯୯ରେ ଏଲଓସିର ଗୁଲେଟରି ସେକ୍ଟରରେ ଥିଲେ । ସେହିଦିନ ତାଙ୍କ ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଥିଲେ । ସେହି ସମୟରେ ଦୁଇଟି ଜାଗୁଆର ଭାରତୀୟ ଲଢୁଆ ବିମାନ ଏଲଓସିରେ ପାକ୍ ଟାର୍ଗେଟ୍ ଉପରେ ବୋମା ମାଡ଼ କରୁଥିଲେଦୁଇଟି ବିମାନ ମଧ୍ୟରୁ ଗୋଟିକର କାମ ଥିଲା ଟାର୍ଗେଟ୍ ଉପରେ ଲେଜର ପକାଇ ଲକ୍ କରିବା । ଆର ବିମାନ ଟାର୍ଗେଟ ଉପରେ ବୋମା ମାଡ଼ କରିଥାନ୍ତା । ଟାର୍ଗେଟ୍ ଲକ୍ ହେଲା କିନ୍ତୁ ବୋମା ଦୁରରେ ପଡ଼ିଲା । ଆଉ ବଂଚିଯାଇଥିଲେ ମୁଶାରଫ । ନହେଲେ ୨୩ ବର୍ଷ ତଳେ ମୁଶାରଫ କାହାଣୀର ଅନ୍ତ ହୋଇଥାନ୍ତା

Leave A Reply

Your email address will not be published.

Close Bitnami banner
Bitnami