ସିନ୍ଧୁ ନଦୀ ଜଳ ସନ୍ଧି କ’ଣ ?

332

ଭାରତ କାହିଁକି ପାକିସ୍ତାନକୁ ଜାରି କଲା ନୋଟିସ ?

ସିନ୍ଧୁ ନଦୀ ଜଳ ସନ୍ଧିକୁ ନେଇ ପାକିସ୍ତାନକୁ ଭାରତ ନୋଟିସ ଜାରି କରିଛି ସିନ୍ଧୁ ଜଳ ସନ୍ଧିର ନିୟମକୁ ପାକିସ୍ତାନ ମାନୁନଥିବାରୁ ଭାରତକୁ ନୋଟିସ ଜାରି କରିବାକୁ ପଡି଼ଲା ବୋଲି ସରକାର କହିଛନ୍ତି । ନିୟମ ଅନୁସାରେ ନୋଟିସ ଜାରି ହେବାର ତିନି ମାସ ବା ୯୦ ଦିନ ମଧ୍ୟରେ ପାକିସ୍ତାନକୁ ଭାରତ ସହିତ ଜଳସନ୍ଧିକୁ ନେଇ ଆଲୋଚନା କରିବାକୁ ପଡିବ । ସୂଚନାଯୋଗ୍ୟ ଯେ, ଭାରତରୁ ଉଦଗମ ହୋଇଥିବା ସିନ୍ଧୁ ନଦୀ ପାକିସ୍ତାନ ପାଇଁ ଗୁରୁତ୍ୱ ରଖେପାକିସ୍ତାନର କୃଷି ସିନ୍ଧୁ ନଦୀର ଜଳ ଉପରେ ନିର୍ଭର କରିଥାଏଦେଶ ବିଭାଜନ ସମୟରେ ନଦୀ ଜଳ ବଣ୍ଟନ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଅନେକ ସନ୍ଧି ମଧ୍ୟରୁ ସିନ୍ଧୁ ନଦୀ ଜଳ ସନ୍ଧି ଗୋଟିଏ

ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଛି । ଆଲୋଚନା ପାଇଁ ଭାରତ ପକ୍ଷରୁ ହୋଇଥିବା ଉଦ୍ୟମକୁ ପାକିସ୍ତାନ ନଜର ଅନ୍ଦାଜ କରିଛି୨୦୧୭ରୁ ୨୦୨୨ ମଧ୍ୟରେ ସ୍ଥାୟୀ ସିନ୍ଧୁ କମିଶନର ୫ ବୈଠକରେ ପାକିସ୍ତାନ ଏହାକୁ ନେଇ ଆଲୋଚନା କରିବାକୁ ମନା କରିଦେଇଥିଲାସିନ୍ଧୁ ଜଳ ସନ୍ଧିକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନ ଭାରତର କିଶନଗଙ୍ଗା ଓ ରାତଲେ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ନେଇ ଆପତି ଉଠାଇଥିଲା । ଏହାର ଯାଂଚ ପାଇଁ ପାକିସ୍ତାନ ଏକ ତଟସ୍ଥ ବିଶେଷଜ୍ଞ ନିଯୁକ୍ତ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ଏହାପରେ କିନ୍ତୁ ୨୦୧୬ରେ ପାକିସ୍ତାନ ନିଜ ପଟୁ ସେହି ଅନୁରୋଧକୁ ପ୍ରତ୍ୟାହାର କରିନେଇଥିଲା । କିନ୍ତୁ ଏକ ମଧ୍ୟସ୍ଥତା ଅଦାଲତ ତା’ ଅଭିଯୋଗ ଉପରେ ବିଚାର କରୁ ବୋଲି ପ୍ରସ୍ତାବ ଦେଇଥିଲା । ଏହାପରେ ଭାରତ ଏହି ମାମଲାରେ ଜଣେ ତଟସ୍ଥ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲା ବିଶ୍ୱବ୍ୟାଙ୍କ ଭାରତର ଏହି ଅନୁରୋଧକୁ ୨୦୧୬ରେ ସ୍ୱୀକାର କରିଥିଲା ।

ଆପୋଷ ଆଲୋଚନା ପାଇଁ ଭାରତର ଉଦ୍ୟମକୁ ପାକିସ୍ତାନ ବାରମ୍ବାର ପ୍ରତ୍ୟାଖାନ କରିବା ପରେ ନୂଆଦିଲ୍ଲୀ ଏବେ ନୋଟିସ ଜାରି କରିଛି । ଏବେ ଆସନ୍ତୁ ଜାଣିବା ସିନ୍ଧୁ ଜଳ ସନ୍ଧି କ’ଣ ?

ସିନ୍ଧୁ ଜଳ ସନ୍ଧି କ’ଣ ?

ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧି ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧି ଅନୁସାରେ ସତଲେଜ୍,ବ୍ୟାସ ଓ ରାବିର ପାଣି ଭାରତ ବ୍ୟବହାର କରି ପାରିବ । ଅନ୍ୟପକ୍ଷରେ ସିନ୍ଧୁ,ଝେଲମ ଓ ଚେନାବର ପାଣି ପାକିସ୍ତାନ ବ୍ୟବହାର କରିବ ୯ ବର୍ଷର ଆଲୋଚନା ପରେ ଭାରତ ଓ ପାକିସ୍ତାନ ଏହି ସନ୍ଧିରେ ୧୯୬୨ ମସିହାରେ ସ୍ୱାକ୍ଷର କରିତିଲେ । ଯେଉଁଥିରେ ବିଶ୍ୱବ୍ୟାଙ୍କ ମଧ୍ୟ ଜଣେ ଦସ୍ତଖତକାରୀ । ସନ୍ଧି ଅନୁସାରେ ଦୁଇ ଦେଶର ଜଳ କମିଶନର ବର୍ଷକୁ ଦୁଇଥର ସାକ୍ଷାତ କରିବେ ।

Leave A Reply

Your email address will not be published.

Close Bitnami banner
Bitnami