ଆଉ ସାତ ଦିନ ପରେ ପାକିସ୍ତାନର ଖେଳ ଖତମ,କାହିଁକି ଏମିତି କହିଲେ ପାକ୍ ବ୍ୟବସାୟୀ

240

ପାକିସ୍ତାନରେ ଜାରି ରହିଛି ଅର୍ଥନୈତିକ ସଂକଟ ବିଦେଶରୁ ଋଣ ଆଣି ପାକିସ୍ତାନୀ ସରକାର ନିଜ ଅର୍ଥବ୍ୟବସ୍ଥା ସଜାଡିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ବିଦେଶୀ ରାଷ୍ଟ୍ର ପାକିସ୍ତାନକୁ ଅଧିକ ଅର୍ଥ ଋଣ ଦେବାକୁ ସହଜରେ ପ୍ରସ୍ତୁତ ହେଉନାହାନ୍ତି ପାକିସ୍ତାନର ବଡ଼ବଡ଼ ସହର ସମେତ ୨୨ ଟି ଜିଲ୍ଲା ଅନ୍ଧାର ହୋଇଯାଇଛି । କାରଣ ବିଦ୍ୟୁତ କମ୍ପାନୀଙ୍କ ପାଖରେ କୋଇଲା ନାହିଁ । କୋଇଲା ଏଥିପାଇଁ ନାହିଁ ଯେ, କୋଇଲା କିଣିବା ପାଇଁ ଟଙ୍କା ଖାଲି । ଏହାରି ଭିତରେ ଆମେରିକାରେ ରହୁଥିବା ପାକିସ୍ତାନର ଜଣେ ଜଣାଶୁଣା ବ୍ୟବସାୟୀ ଚେତାବନୀ ଦେଇଛନ୍ତି ଯେ, ଆଉ ସପ୍ତାହକ ଭିତରେ ପାକିସ୍ତାନର ଖେଳ ଖତମ ହୋଇଯିବ ୭ ଦିନ ପରେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବ ବୋଲି ସେ କହିଛନ୍ତି । ଏହି ବ୍ୟବସାୟୀଙ୍କ ନାମ ହେଉଛି ସାଜିଦ ତରାର ସାଜିଦଙ୍କ ଅନୁସାରେ ମାତ୍ର ୭ ଦିନ ଭିତରେ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି ।

ଶ୍ରୀଲଙ୍କା ଭଳି ଅବସ୍ଥା ହେବ

ସାଜିଦ ତରାର ଟ୍ୱିଟ୍ କରି କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ହେଉଛି ଆଉ ସାତ ଦିନ ପରେ ପାକିସ୍ତାନ ପେଟ୍ରୋଲିୟମ ଉତ୍ପାଦ କିଣି ପାରିବ ନାହିଁ । ସବୁକିଛି ସେମିତି ହେବ ଯେମିତି ଶ୍ରୀଲଙ୍କାରେ ହୋଇଥିଲା ଦ୍ୱୈତ ନାଗରିକତା ନେଇଥିବା ପାକିସ୍ତାନ ଏପର୍ଯ୍ୟନ୍ତ ଲୁଟରେ ମାତିଛନ୍ତି ଓ ଦେଶ ଶୋଇ ରହିଛି ପାକିସ୍ତାନର ମଣ୍ଡି ବହାଉଦ୍ଦିନର ବାସିନ୍ଦା ସାଜିଦ୍ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବଡ଼ ସମର୍ଥକ ଅଟନ୍ତି ଅନ୍ତର୍ଜାତୀୟ ପ୍ରସଙ୍ଗ ପଢିବାକୁ ଆମେରିକା ଯାଇ ସେଠାରେ ସେ ରହିଯାଇଥିଲେ । ସେ ପାକିସ୍ତାନ ସରକାରଙ୍କ ନୀତିର କଟୁ ସମାଲୋଚକ ଭାବେ ପରିଚିତ । ତାଙ୍କ ଅନୁସାରେ ପାକିସ୍ତାନୀ ସରକାରଙ୍କ ଭୂଲ ନୀତିର ଫଳ ଭୋଗୁଛି ଦେଶ ।

ପାକିସ୍ତାନରେ କିଛି ବି ଠିକ୍ ନାହିଁ

ଜାନୁଆରୀ ୬ ତାରିଖରେ ଆସିଥିବା ଏକ ରିପୋର୍ଟ ଅନୁସାରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାରରେ ଦଶବର୍ଷ ଭିତରେ ସର୍ବାଧିକ ଅବନତି ଦେଖିବାକୁ ମିଳିଛି ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ୨୦ ପ୍ରତିଶତ କମିଛି ପାକିସ୍ତାନ ସରକାର ଖୁବଶୀଘ୍ର ଏକ ମିନି ବଜେଟ୍ ପେସ୍ କରିବେ । ଏହି ବଜେଟରେ ଆଇଏମଏଫ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ରଖାଯାଇଛିଆଇଏମଏଫ୍ ଉଠାଇଥିବା ପ୍ରଶ୍ନ ପାଇଁ ହିଁ ପାକିସ୍ତାନକୁ ବିଦେଶରୁ ଋଣ ମିଳୁ ପାରୁନାହିଁ ଆଇଏମଏଫ୍ ସର୍ତ୍ତ ପୂରଣ ହେଲେ ହିଁ ପାକିସ୍ତାନକୁ ଋଣ ମିଳି ପାରିବ ବୋଲି ସଂଗଠନ ଆଗରୁ କହି ସାରିଛି ।

ଅଧିକ ଜଟିଳ ହେବ ସ୍ଥିତି

ପାକିସ୍ତାନୀ ଖବରକାଗଜ ଦ ଡନ୍ ଅନୁସାରେ ଦେଶର ନାଗରିକଙ୍କ ଆଶଙ୍କା ଯେ, ଆଇଏମଫର ସର୍ତ୍ତ ଯଦି ପୁରଣ ହୁଏ ତେବେ ସାଧାରଣ ଲୋକଙ୍କ ଅସୁବିଧା ଦ୍ୱିଗୁଣିତ ହେବ । ଦେଶରେ ଦରଦାମ ଆହୁରି ଅଧକ ବଢ଼ିବ । ଆଗରୁ ହିଁ ସୁଧହାର ବେକାବୁ ଅଛିୟୁକ୍ରେନ୍ ଯୁଦ୍ଧ କାରଣରୁ ସୃଷ୍ଚ ଅର୍ଥନୈତିକ ସଂକଟର ପ୍ରଭାବ ପାକିସ୍ତାନ ଉପରେ ଅଧିକ ପଡିଛି ପାକିସ୍ତାନରେ ଅଟା ଓ ଗ୍ୟାସ ଦର ଆକାଶ ଛୁଆଁ ହୋଇଛି ଅଟା କିଲୋ ୩୫୦ ଟଙ୍କା ପର୍ଯ୍ୟନ୍ତ ପହଂଚିଲାଣି ।

Leave A Reply

Your email address will not be published.

Close Bitnami banner
Bitnami