କରୋନାକୁ ରୋକିବାରେ ବିଫଳ ଚୀନ୍,ରୋଗୀଙ୍କୁ ଟ୍ରାକ୍ କରିପାରୁନି ପ୍ରଶାସନ

278

କରୋନା ପ୍ରଭାବରୁ ବିଭିନ୍ନ ଦେଶ ଧିରେ ଧିରେ ମୁକ୍ତି ପାଉଥିବା ବେଳେ ଏହାର ଅନ୍ତୁଡିଶାଳ ଚୀନ ପୁଣିଥରେ କରୋନା କବଳରେ ପଡ଼ିଛି ସ୍ଥିତି ଏତେ ସାଂଘାତିକ ଯେ, କମ୍ୟୁନିଷ୍ଟ୍ ସରକାର ଦେଶରେ ଲକଡାଉନ୍ ଲାଗୁ କରିଥିଲେ । କିନ୍ତୁ ବ୍ୟାପକ ଜନ ଅସନ୍ତୋଷ ପରେ ଲକଡାଉନ୍ ହଟାଇବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଏବେ ଲକଡାଉନ୍ ହଟାଇବା ଜିନ୍ ପିଙ୍ଗ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ଲକଡାଉନ୍ ହଟାଯିବା ପରେ ଦେଶରେ କରୋନା ସଂକ୍ରମଣ ବେକାବୁ ହୋଇ ପଡ଼ିଛି । ଦେଶରେ ଔଷଧ ଅଭାବ ଭିତରେ ସରକାର କରୋନା ସଂକ୍ରମିତଙ୍କୁ ଟ୍ରାକ୍ କରିବାରେ ବିଫଳ ହେଉଛନ୍ତି । ଯାହା ମହାମାରୀକୁ ଅଧିକ ମାରାତ୍ମକ କରିବ ବୋଲି ଆଶଙ୍କା କରାଯାଉଛି ।

ଟେନସନରେ ଜିନ୍ ପିଙ୍ଗ,କରୋନା କରୁଛି ଦୁର୍ବଳ

କିଛି ଦିନ ତଳେ ଚୀନର ବିଭିନ୍ନ ସହରରେ କଠୋର ପ୍ରତିବନ୍ଧକ ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା । ସାଧାରଣ ଲୋକ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ କ୍ଷମତା ଛାଡିବାକୁ ଆହ୍ୱାନ କରିଥିଲେ ଜିନପିଙ୍ଗଙ୍କୁ ବ୍ୟାପକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗତ ତିନି ଦଶନ୍ଧି ମଧ୍ୟରେ ଚୀନରେ ଏଭଳି ବିରୋଧ ପ୍ରଦର୍ଶନ ହୋଇନଥିଲାଚୀନ୍ ସ୍ଥିତ ଆପଲର ସବୁଠାରୁ ବଡ଼ କାରଖାନାରେ ବିରୋଧର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁ ଭିଡିଓରେ ଶ୍ରମିକଙ୍କୁ ପୋଲିସ ପିଟୁଥିବାର ଦେଖିବାକୁ ମିଳିଥିଲା । ଏମିତିକି ଆମେରିକାରେ ହ୍ୱାଇଟ୍ ହାଉସ୍ ସମ୍ମୁଖରେ ମଧ୍ୟ ଚୀନ୍ ବଂଶୋଦ୍ଭବ ବିରୋଧ ପ୍ରଦର୍ଶନ କରିଥିଲେ ଚୀନକୁ ସ୍ୱାଧିନ କର ବୋଲି ସେମାନେ ନାରା ଦେଉଥିଲେ । ଏସବୁ ଦେଖିଲେ ଜଣା ପଡୁଛି ଯେ, ସେଠାକାର ଜନତା ଏକଛତ୍ରବାଦୀ ସରକାରର ନୀତିକୁ ସମର୍ଥନ କରୁନାହାନ୍ତି କି ଜିନ୍ ପିଙ୍ଗଙ୍କ ସହିତ ନାହାନ୍ତି । କିନ୍ତୁ ଭାରତ ଭଳି ଦେଶରେ ଜନତା ଲକଡାଉନକୁ ବିରୋଧ କରିଥିଲେ ମଧ୍ୟ ଏଭଳି ବ୍ୟାପକ ବିକ୍ଷୋଭ ହୋଇନଥିଲା କି ସରକାର ପରିବର୍ତ୍ତନ ଦାବି ଉଠିନଥିଲା ।

ମହଙ୍ଗା ପଡ଼ିପାରେ ୟୁଟର୍ଣ୍ଣ

କରୋନା କଟକଣାକୁ ନେଇ ଚାପରେ ଆସି ଚିନ୍ ସରକାର ୟୁଟର୍ଣ୍ଣ ନେଇଛନ୍ତି । କିନ୍ତୁ ଏଭଳି ୟୁଟର୍ଣ୍ଣ ଚୀନ୍ ସରକାରକୁ ମହଙ୍ଗା ପଡିପାରେ । ଯାହାର ଲକ୍ଷଣ ଦେଖିବାକୁ ମିଳିଲାଣି । କଟକଣା ହଟିବା ପରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନେକ ରୋଗୀଙ୍କୁ ଟ୍ରାକ୍ କରିବା ପ୍ରଶାସନ ପକ୍ଷରେ ଅସମ୍ଭବ ହୋଇ ପଡ଼ିଛି । ଚୀନରେ ଔଷଧ ସରିବାରେ ଲାଗିଛିହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ଡାକ୍ତର ନିଜେ ସଂକ୍ରମିତ ହେବା ପରେ ମଧ୍ୟ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି । ଏମିତିରେ ସରକାର ପୁଣିଥରେ କଠୋର କଟକଣା ଲାଗୁ କରିପାରନ୍ତି । କିନ୍ତୁ ଏହା ସରକାରକୁ ହରଡ଼ଘଣାରେ ପକାଇ ପାରେ । କାରଣ ଲୋକ କରୋନା ମାଡ଼ ସହିତ ଲକଡାଉନ୍ କୁ ସହିବା ପକ୍ଷରେ ନାହାନ୍ତି

Leave A Reply

Your email address will not be published.

Close Bitnami banner
Bitnami